Naxal Encounter / ୧୨ ଘଣ୍ଟାରୁ ଊର୍ଦ୍ଧ୍ଵ ସମୟ ହେଲା ଚାଲିଛି ବଡ଼ ଅପରେସନ୍; ୧୨ ମାଓବାଦୀ ନିହତ
·4 months ago·2 min read

Key Points
୧୨ ଘଣ୍ଟାରୁ ଅଧିକ ସମୟ ଧରି ଗୁଳିବିନିମୟ ଜାରି ରହିଥିବା ବେଳେ ଟଳିଛନ୍ତି ୧୨ ଜଣ ମାଓବାଦୀ । ଗୁଳିବିନିମୟରେ ୩ ଜଣ ଯବାନ ମଧ୍ୟ ସହିଦ ହୋଇଛନ୍ତି ।
ମାଲକାନଗିରି: ଜଙ୍ଗଲରେ ଗୁଳିବିନିମୟ । ମୁହାଁମୁହିଁ ହୋଇଛନ୍ତି ସୁରକ୍ଷାକର୍ମୀ ଓ ମାଓବାଦୀ । ୧୨ ଘଣ୍ଟାରୁ ଅଧିକ ସମୟ ଧରି ଗୁଳିବିନିମୟ ଜାରି ରହିଥିବା ବେଳେ ଟଳିଛନ୍ତି ୧୨ ଜଣ ମାଓବାଦୀ । ଗୁଳିବିନିମୟରେ ୩ ଜଣ ଯବାନ ମଧ୍ୟ ସହିଦ ହୋଇଛନ୍ତି ।
ମାଲକାନଗିରି ସୀମାନ୍ତ ଛତିଶଗଡ଼ର ବିଜାପୁର ଜିଲ୍ଲାରେ ବୁଧବାର ସକାଳୁ ଗୁଳିବିନିମୟ ଜାରି ରହିଛି । ଦନ୍ତେୱାଡ଼ା ସୀମାନ୍ତ ଗାଙ୍ଗାଲୁର ଜଙ୍ଗଲରେ ଏନକାଉଣ୍ଟର ଚାଲିଥିବା ବେଳେ ମାଓବାଦୀଙ୍କୁ ଘେରି ରହିଛନ୍ତି ଶତାଧିକ ଯବାନ ।
ଏଥିସହ ପଢ଼ନ୍ତୁ: ଓଡ଼ିଶା ହସ୍ତତନ୍ତର ବ୍ରାଣ୍ଡ ଆମ୍ବାସଡର ଭାବେ ମାଧୁରୀ ଦୀକ୍ଷିତ ନେଇଛନ୍ତି କେତେ ଟଙ୍କା ? ଉତ୍ତର ରଖିଲେ ମନ୍ତ୍ରୀ
ଗୁଳିବିନିମୟରେ ମୋଟ ୧୨ ଜଣ କ୍ୟାଡର ମାଓବାଦୀ ନିହତ ହୋଇଥିବା ବେଳେ DRGର ୩ ଜଣ ଯବାନ ସହିଦ ହୋଇଛନ୍ତି । ୨ ଜଣ ଯବାନ ଗୁରୁତର ଆହତ ହୋଇଥିବା ଜଣାପଡ଼ିଛି । ନିହତ ମାଓବାଦୀଙ୍କ ଠାରୁ SLR ରାଇଫଲ୍, INSAS ରାଇଫଲ୍ ଏବଂ 303 ରାଇଫଲ୍ ମିଳିଛି ।
ବିଜାପୁର DRGର ତିନି ଜଣ ଯବାନ ସହିଦ ହୋଇଛନ୍ତି । ସହିଦମାନେ ହେଲେ ହେଡ୍ କନଷ୍ଟେବଳ ମୋନୁ ୱାଦାଦି, କନଷ୍ଟେବଳ ଡୁକାରୁ ଗୋଣ୍ଡେ ଓ ଯବାନ ରମେଶ ସୋଡି । ଆହତ ୨ ଜଣ ଯବାନଙ୍କ ସ୍ଵାସ୍ଥ୍ୟାବସ୍ଥା ସ୍ଥିର ରହିଛି । ଏବେବି ସର୍ଚ୍ଚ ଅପରେସନ୍ ଚାଲିଥିବାରୁ ଅତିରିକ୍ତ ଫୋର୍ସ ପଠାଯାଉଛି ।
ବିଜାପୁର ଓ ଦନ୍ତେୱାଡ଼ା ସୀମାରେ ମାଓବାଦୀ ଏକାଠି ହୋଇଥିବା ନେଇ ପୋଲିସକୁ ବିଶ୍ଵସ୍ତ ସୂତ୍ରରୁ ସୂଚନା ମିଳିଥିଲା । ଏହାପରେ ବିଜାପୁର ପୋଲିସ ଡିଆରଜି, ଏସଟିଏଫ୍ ଓ କୋବ୍ରା ବାଟାଲିୟନ୍ ଆରମ୍ଭ କରିଥିଲା ମିଳିତ ଅପରେସନ୍ । ବୁଧବାର ସକାଳୁ ଗାଙ୍ଗାଲୁର ଜଙ୍ଗଲରେ ଗୁଳିବିନିମୟ ଜାରି ରହିଛି ।
ଏଥିସହ ପଢ଼ନ୍ତୁ: ପରିତ୍ୟକ୍ତ ପାଇଖାନାରେ ନବଜାତ; ସାରା ରାତି ଜଗି ରହି ସୁରକ୍ଷା ଦେଲେ କୁକୁର
ଗୁଳିବିନିମୟ ଚାଲିଥିବା ନେଇ ବସ୍ତର ଆଇଜି ପି. ସୁନ୍ଦରାଜ ମଧ୍ୟ ସ୍ପଷ୍ଟ କରିଛନ୍ତି । ସେ କହିଛନ୍ତି, "ଏବେ ବି ଗୁଳିବିନିମୟ ଜାରି ରହିଛି । ଏନ୍କାଉଣ୍ଟର ସରିବା ପରେ ସମସ୍ତ ତଥ୍ୟ ଦିଆଯିବ ।"
୨୦୨୬ ମାର୍ଚ୍ଚ ୩୧ ସୁଦ୍ଧା ସମଗ୍ର ଦେଶରୁ ମାଓବାଦୀଙ୍କୁ ମୂଳପୋଛ କରାଯିବା ନେଇ ପୂର୍ବରୁ ଘୋଷଣା କରିଥିଲେ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ । ଆଉ ତା' ପରେ ଛତିଶଗଡ଼, ଆନ୍ଦ୍ରପ୍ରଦେଶ, ତେଲଙ୍ଗାନା, ମହାରାଷ୍ଟ୍ର, ମଧ୍ୟପ୍ରଦେଶ ଓ ଓଡ଼ିଶାରେ ଉଭୟ କେନ୍ଦ୍ରୀୟ ସୁରକ୍ଷା ବାହିନୀ ଓ ରାଜ୍ୟ ସୁରକ୍ଷା ବାହିନୀର ମିଳିତ ଅପରେସନ ଜାରି ରଖିଥିବା ବେଳେ ଭୁଶୁଡ଼ିବାରେ ଲାଗିଛି ମାଓ ଗଡ଼ । ବିଗତ ୨୦ ମାସ ମଧ୍ୟରେ ୪୦୦ରୁ ଅଧିକ ମାଓବାଦୀ ନିପାତ ହୋଇଛନ୍ତି । ୧୭୦୦ ଜଣ ଆତ୍ମସମର୍ପଣ କରିଛନ୍ତି ଓ ୧୫୦୦ ଜଣଙ୍କୁ ଗିରଫ କରାଯାଇଛି ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: