Videos
|
Odisha

ରାତି ପାହିଲେ କାର୍ତ୍ତିକ ପୂର୍ଣ୍ଣିମା,ଡ଼ଙ୍ଗା ତିଆରିରେ ଲାଗିଛନ୍ତି ମାଳି ପରିବାର

Priyadarshini Dixit
Browse all articles by Priyadarshini Dixit
·2 years ago·2 min read
ରାତି ପାହିଲେ କାର୍ତ୍ତିକ ପୂର୍ଣ୍ଣିମା,ଡ଼ଙ୍ଗା ତିଆରିରେ ଲାଗିଛନ୍ତି ମାଳି ପରିବାର

ଅର୍ଗସ ବ୍ୟୁରୋ : ଧର୍ମ ର ମାସ କାର୍ତ୍ତିକ l କାର୍ତ୍ତିକ ପୂର୍ଣ୍ଣମୀରେ ଭୋର ଭୋରୁ ଓଡ଼ିଆ ମାନେ ପରମ୍ପରା ଅନୁଯାୟୀ ଡ଼ଙ୍ଗା ଭସାଇ ଆସୁଛନ୍ତି । ସାଧବ ପୁଅ ମାନେ ସୁଦୂର ଦରିଆ ପାର ହୋଇ ଜାଭା ସୁମାତ୍ରାକୁ ବଣିଜ ନିମନ୍ତେ ବାହାର ଦେଶକୁ ଯାଉଥିଲେ । ସାଧବ ବୋହୁ ମାନେ ଠିକ ଏହିଦିନରେ ତାଙ୍କୁ ବନ୍ଦାପନା କରି ବିଦାୟ ଦେଉଥିଲେ । ଏହି ସଂସ୍କୃତି ଓ ପରମ୍ପରାକୁ ବଜାୟ ରଖିବା ପାଇଁ କାର୍ତ୍ତିକ ପୂର୍ଣ୍ଣମୀରେ ପ୍ରତ୍ୟେକ ଓଡିଆ ମାନେ ନଦୀ ପୋଖରୀରେ ଡ଼ଙ୍ଗା ଭସାଇଥାନ୍ତି। 

ଭଦ୍ରକ ଜିଲ୍ଲା ବନ୍ତ ବ୍ଲକର ବସନ୍ତିଆ,ଦେବତାଗଡ଼ିଆ,ସରମରା,ବିଟିପୁର ସମେତ ବିଭିନ୍ନ ପଞ୍ଚାୟତରେ ମାଳି ପରିବାର ରହିଛନ୍ତି । ଏମାନେ ପୂର୍ବ ପୁରୁଷରୁ ତାଙ୍କର କୌଳିକ ବୃତ୍ତି ଠାକୁରଙ୍କ ଫୁଲ ହାର,ବାହାଘର ମୁକୁଟ,ଆଦି ବିଭିନ୍ନ ଉପକରଣ ସୋଲରେ ତିଆରି କରିଥାନ୍ତି  l ବିଶେଷ କରି ପ୍ରତି ବର୍ଷ କାର୍ତ୍ତିକ ପୂର୍ଣ୍ଣିମା ପୂର୍ବରୁ ଘରେ ଘରେ ଡ଼ଙ୍ଗା ତିଆରି କରିବାରେ ବ୍ୟସ୍ତ ରୁହନ୍ତି ଏମାନେ l ପୋଖରୀ ମଝିରୁ ସୋଲ ଆଣି ସେଥିରୁ ଡ଼ଙ୍ଗା ପ୍ରସ୍ତୁତ କରିଥାନ୍ତି ମାତ୍ର ଏବେ ଆଉ ସେତେଟା ସୋଲ ନମିଳିବାରୁ ବଜାରରେ ମିଳୁଥିବା ଥର୍ମକୁଲର ସୋଲରେ ବିଭିନ୍ନ ପ୍ରକାରର ରଙ୍ଗ ବେରଙ୍ଗର ଡ଼ଙ୍ଗା ତିଆରି କରୁଛନ୍ତି ଏହି ଡ଼ଙ୍ଗା କାରିଗର l ୧୦ ଟଙ୍କା ଠାରୁ ଆରମ୍ଭ କରି ୫୦୦ ଟଙ୍କା ପର୍ଯ୍ୟନ୍ତ ଗୋଟିଏ ଡ଼ଙ୍ଗାର ମୂଲ୍ୟରେ ବିକ୍ରୀ କରିଥାନ୍ତି । ପ୍ରତ୍ୟେକ ପରିବାର ପ୍ରତିବର୍ଷ ଡ଼ଙ୍ଗା ତିଆରି କରି ୨ହଜାରରୁ ୩ହଜାର ଟଙ୍କା ଲାଭ କରିଥାନ୍ତି l

ଯେତିକି ପରିଶ୍ରମ କରାଯାଇ ଡ଼ଙ୍ଗା ତିଆରି କରାଯାଉଛି ସେତିକି ମୂଲ୍ୟ ପାଉନଥିବା କହିଛନ୍ତି ଡ଼ଙ୍ଗା କାରିଗର ମାନେ l କେବଳ ବୃତ୍ତିକୁ ବଞ୍ଚାଇ ରଖିବା ପାଇଁ ସେମାନେ ନିଜର କୌଳିକ ବୃତ୍ତିକୁ ଛାଡ଼ି ପାରିନାହାନ୍ତି। ରାଜ୍ୟ ସରକାରଙ୍କ ପକ୍ଷରୁ କୌଣସି ସହାୟତା ମଧ୍ୟ ନାହିଁ ଏମାନଙ୍କ ପ୍ରତି l ଯଦି ସରକାର ଆଗାମୀ ଦିନରେ ଏହି ମାଳି ପରିବାରଙ୍କୁ ସହାୟତା ଯୋଗାଇ ଦିଅନ୍ତେ ତେବେ ଏମାନେ ନିଜର କୌଳିକ ବୃତ୍ତିକୁ ଉଜ୍ଜୀବିତ ରଖି ପାରନ୍ତେ ବୋଲି ମତ ପ୍ରକାଶ ପାଇଛି l

ଅଧିକ ପଢନ୍ତୁ ଓଡିଶା ଖବର...

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Mali family is engaged in the construction of danga | Argus News