Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ଶ୍ୱଶୁର ଘରେ କେହି ନଥିବା ବେଳେ ସ୍ତ୍ରୀର ଗଳା କାଟି ପରେ ନିଜେ ନିଜର ଗଳା କାଟିଲା ସ୍ବାମୀ

Odisha

ଶ୍ୱଶୁର ଘରେ କେହି ନଥିବା ବେଳେ ସ୍ତ୍ରୀର ଗଳା କାଟି ପରେ ନିଜେ ନିଜର ଗଳା କାଟିଲା ସ୍ବାମୀ

Jitendra Dash
Browse all articles by Jitendra Dash
·2 years ago·1 min read
ଶ୍ୱଶୁର ଘରେ କେହି ନଥିବା ବେଳେ ସ୍ତ୍ରୀର ଗଳା କାଟି ପରେ ନିଜେ ନିଜର ଗଳା କାଟିଲା ସ୍ବାମୀ

ଅର୍ଗସ ବ୍ୟୁରୋ : ଘରୋଇ କଳିକୁ ନେଇ ଅଭାବନୀୟ ଘଟଣା । ଶ୍ୱଶୁର ଘରେ କେହି ନଥିବା ବେଳେ ସ୍ତ୍ରୀର ଗଳା କାଟିବା ପରେ ନିଜେ ନିଜର ଗଳା କାଟିଲା ସ୍ବାମୀ। ଉଭୟ ଗଳା କଟିବା ପରେ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଉଭୟ ଚିତ୍କାର କରୁଥିଲେ । ପ୍ରଥମେ ସ୍ତ୍ରୀ ପ୍ରାଣ ହାରିବା ପରେ ସାହି ଲୋକ ସ୍ୱାମୀକୁ ଉଦ୍ଧାର କରି ମେଡିକାଲକୁ ସ୍ଥାନାନ୍ତର କରିଥିଲେ ମଧ୍ୟ ମାତ୍ର କେଇ ମିନିଟ ବ୍ୟାବଧାନରେ ସ୍ୱାମୀଙ୍କର ମଧ୍ୟ ପ୍ରାଣବାୟୁ ଉଡ଼ିଯାଇଥିଲା । 

ଏଭଳି ଲୋମହର୍ଷଣକାରୀ ଦୃଶ୍ୟ ଦେଖିବାକୁ ମିଳିଥିଲା ମାଲକାନଗିରି ଜିଲ୍ଲା ପଡିଆ ବ୍ଲକ ସଦର ମହକୁମାରେ ରହିଥିବା ବଣ୍ଡାଲଗୁଡା ସାହିରେ । ସୂଚନା ମୁତାବକ ଆଜି ଅପରାହ୍ଣ ବେଳେ ଏହି ଗ୍ରାମର ପେଦୀ ବେଣୁ କୁମାରୀ ନିଜ ଘରେ ଥିବା ବେଳେ ସ୍ଵାମୀ ପି କୋଣ୍ଡା ବାବୁଙ୍କ ସହ କୌଣଷି କାରଣରୁ ଝଗଡ଼ା ହୋଇଥିଲା । 

ଅଧିକ ପଢନ୍ତୁ ଓଡ଼ିଶା ଖବର

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

କେଇ ମିନିଟ ମଧ୍ୟରେ ଝଗଡ଼ା ଏତେ ତୀବ୍ରତର ହେଲା ଯେ କୋଣ୍ଡା ବାବୁ ଘରେ ରହିଥିବା ଧାରୁଆ ଛୁରି ସାହାଯ୍ୟରେ ହଠାତ୍ ବେଣୁ କୁମାରୀଙ୍କ ଗଳା କାଟି ଦେଇଥିଲା । ଏହାପରେ ବେଣୁ କୁମାରୀଙ୍କ ରକ୍ତସ୍ରାବ ଦେଖି ଆତ୍ମହରା ହୋଇ ପଶ୍ଚାତାପ ସ୍ଵରୁପ ନିଜର ଗଳା ମଧ୍ୟ କାଟି ଦେଇଥିଲା । ପୁରା ଘର ରକ୍ତ ଜୁଡ଼ୁବୁଡ଼ୁ ହୋଇଯାଇଥିବା ବେଳେ ଉଭୟଙ୍କ ଚିତ୍କାର ଶୁଣି ପାଖାପାଖି ଲୋକେ ଆସି ଉଦ୍ଧାର କରିଥିଲେ ।

Argus Whatsapp Channel Mobile Top
Sponsored
Malkajgiri Murder case | Argus News