Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Painting

Argus News - ମାଲକାନଗିରି ଜିଲ୍ଲାର ସ୍ବାଭିମାନ ଅଞ୍ଚଳରେ ପାଳନ ହେଉଛି ବିଜୟ ଦିବସ

Odisha

ମାଲକାନଗିରି ଜିଲ୍ଲାର ସ୍ବାଭିମାନ ଅଞ୍ଚଳରେ ପାଳନ ହେଉଛି ବିଜୟ ଦିବସ

Jitendra Dash
Browse all articles by Jitendra Dash
·2 years ago·1 min read
ମାଲକାନଗିରି ଜିଲ୍ଲାର ସ୍ବାଭିମାନ ଅଞ୍ଚଳରେ ପାଳନ ହେଉଛି ବିଜୟ ଦିବସ

ଅର୍ଗସ ବ୍ୟୁରୋ : ବିଜୟ ଦିବସ ପାଳିଲେ ସ୍ବାଭିମାନ ଅଞ୍ଚଳବାସୀ  । ମାଲକାନଗିରି ଜିଲ୍ଲାର ସ୍ବାଭିମାନ ଅଞ୍ଚଳରେ ଆଜି ପାଳନ ହେଉଛି ବିଜୟ ଦିବସ । ୨୦୨୦ ମସିହା ଆଜିର ଦିନରେ ଇତିହାସ ରଚିଥିଲା ସ୍ବାଭିମାନ ଅଞ୍ଚଳ । ଲାଲ ଆତଙ୍କରୁ ମୁକ୍ତି ପାଇଁ ଅଣ୍ଟା ଭିଡିଥିଲେ ଆଦିବାସୀ ମହିଳା । ଆଉ ଏହି ମହିଳା ମାନେ ଯୋଡ଼ାମ୍ବ ପଞ୍ଚାୟତର ଜନ୍ତୁରାଇ ଆସିଥିବା ମାଓବାଦୀଙ୍କୁ ସିଧାସଳଖ ଆକ୍ରମଣ କରିଥିଲେ । 

ଅଧିକ ପଢନ୍ତୁ ଓଡ଼ିଶା ଖବର

ଯାହା ଫଳରେ ଜଣେ ହାର୍ଡକୋର ମାଓବାଦୀ ଆଡ଼ମାର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା । ଅନ୍ୟ ଜଣେ ମାୱାଦୀ ଜିପ୍ରୋ ଗୁରୁତର ଆହତ ହୋଇଥିଲା । ପରେ BSF ପକ୍ଷରୁ ଗାଁ ଲୋକଙ୍କୁ ସୁରକ୍ଷା ପ୍ରଦାନ କରାଯାଇଥିଲା । ସ୍ବାଭିମାନୀ ମହିଳାଙ୍କ ପାଇଁ ମାଓ ମୁକ୍ତ ହୋଇଥିଲା ସ୍ବାଭିମାନ ଅଞ୍ଚଳ । ଇତିହାସରେ ପ୍ରଥମ ଥର ପାଇଁ ମହିଳା ମାନେ ସାହସ ଦେଖାଇ ନିଜ ଅଞ୍ଚଳକୁ ମାଓ ମୁକ୍ତ କରିଥିଲେ । ପରେ ଗୋଟିଏ ପରେ ଗୋଟିଏ ଗଡ଼କୁ BSF ବାହିନୀ ଅକ୍ତିଆର କରିଥିବାବେଳେ ବର୍ତ୍ତମାନ ସମ୍ପୂର୍ଣ୍ଣ ସ୍ବାଭିମାନ ଅଞ୍ଚଳ ମାଓ ମୁକ୍ତ ହୋଇସାରିଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Painting
Sponsored
Malkangiri celebration vijay diwas | Argus News