ଦଲାଲଙ୍କୁ କାବୁ କରି ଶ୍ରମିକ ମାନଙ୍କୁ ଉଦ୍ଧାର କଲା ମୁଦୁଲିପଡା ପୋଲିସ

ଅର୍ଗସ ବ୍ୟୁରୋ : ଦାଦନ ଶ୍ରମିକ ଚାଲାଣ ବେଳେ ମାଡି ବସିଲା ପୋଲିସ । ମାଲକାନଗିରି ବଣ୍ଡାଘାଟିରୁ ଦାଦନ ଶ୍ରମିକ ଚାଲାଣ ବେଳେ ମୁଦୁଲିପଡା ପୋଲିସ ଖଇରପୁଟ ମେଡିକାଲ ଛକ ନିକଟରେ ଦଲାଲଙ୍କୁ କାବୁ କରି ଶ୍ରମିକ ମାନଙ୍କୁ ଉଦ୍ଧାର କରିଥିଲେ । ପୋଲିସ ସୂତ୍ରରୁ ଜଣାପଡ଼ିଛି ହଣ୍ଡରାହାଲ ପଞ୍ଚାୟତ ଓ ମୁଦୁଲିପଡା ପଞ୍ଚାୟତର ପ୍ରାୟ ବାଇସ ଜଣ ଶ୍ରମିକ ମଧ୍ୟରୁ ଦଶ ଜଣ ନା ବାଳିକା ବାଳକ ରହିଛନ୍ତି ।
ଅଧିକ ପଢନ୍ତୁ ଓଡ଼ିଶା ଖବର
ସେମାନଙ୍କୁ କାଲିମେଳା ବ୍ଲକ ର ଦୁଇ ଜଣ ଯୁବକ ବାଦାମ ଚାଷରେ ନିୟୋଜିତ କରିବା ପାଇଁ ନିଆଯାଉଥିଲା । ଶ୍ରମିକ ମାନଙ୍କୁ ଉଦ୍ଧାର କରି ନିଜ ନିଜ ଘର ସୁରକ୍ଷିତ ଭାବେ ପଟାଯାଇଥିଲା । ଦୁଇ ଜଣ ଶ୍ରମିକଙ୍କୁ ଥାନାରେ ଅଟକ ରଖି ପଚାର ଉଚାର କରାଯାଉଛି । ବର୍ତ୍ତମାନ ଗ୍ରୀଷ୍ମପ୍ରବାହ ବଡି ବଡ଼ି ଚାଲିଛି । ହାଡ ଭଙ୍ଗା ଖରା ହେଉଛି । ଲୋକେ ଘରଟୁ ପଦାକୁ ପାଦ କାଡିବା ପାଇଁ ଲୋକେ ଦାରୁଛନ୍ତି । ଏପରି ସ୍ଥିତିରେ ଦଲାଲ ମନେ ପ୍ରଲବନ ଦେଖେଇ ଲୋକଙ୍କୁ ଦାଦନ ଖଟିବାକୁ ନେଇଯାଉଛନ୍ତି ।