Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ଛାତ୍ରୀଙ୍କ ମୃତ୍ୟୁକୁ ନେଇ ବଢୁଛି ସସପେନ୍ସ, ଧାରଣାରେ ପରିବାର ଲୋକେ

Odisha

ଛାତ୍ରୀଙ୍କ ମୃତ୍ୟୁକୁ ନେଇ ବଢୁଛି ସସପେନ୍ସ, ଧାରଣାରେ ପରିବାର ଲୋକେ

Jitendra Dash
Browse all articles by Jitendra Dash
·2 years ago·1 min read
ଛାତ୍ରୀଙ୍କ ମୃତ୍ୟୁକୁ ନେଇ ବଢୁଛି ସସପେନ୍ସ, ଧାରଣାରେ ପରିବାର ଲୋକେ

ଅର୍ଗସ ବ୍ୟୁରୋ : ସନ୍ଧେହ ଜନକ ଅବସ୍ତାରେ ନାବାଳିକା ଛାତ୍ରୀଙ୍କ ମୃତ୍ୟୁ । ଛାତ୍ରୀଙ୍କ ମୃତ୍ୟୁ ପରେ ହଷ୍ଟେଲ ସମ୍ମୁଖରେ ଧାରଣା ଦେଲେ ପରିବାର ଲୋକେ । ଏଭଳି ଘଟଣା ଦେଖିବାକୁ ମିଳିଛି ମାଲକାନଗିରି ସଦର ବ୍ଲକ ଅନ୍ତର୍ଗତ ଏମ୍ଭି ୭ ଗ୍ରାମରେ ଥିବା ଗଣେଶ ହଷ୍ଟେଲରେ । ଏମ୍ପି ୧୩୦ ଗ୍ରାମର ବିଶ୍ଵଜିତ ମଣ୍ଡଳଙ୍କ ଷଷ୍ଠ ଶ୍ରେଣୀରେ ପଢୁଥିବା ଝିଅର ସନ୍ଧେହ ଜନକ ଅବସ୍ତାରେ ମୃତ୍ୟୁ ହୋଇଛି । 

ସୂଚନା ଅନୁଯାୟୀ ପାଠ ପଢା ପାଇଁ ବିଶ୍ଵଜିତଙ୍କ ଷଷ୍ଠ ଶ୍ରେଣୀରେ ପଢୁଥିବା ଝିଅ ଏକ ଘରୋଇ ହଷ୍ଟେଲରେ ରହି ଆସୁଥିଲା । ତେବେ ହଟାତ  ଝିଅଟିର ଦେହ ଗୁରୁତର ଥିବା ଓ ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିବା ନେଇ ତାଙ୍କ ପରିବାର ଲୋକଙ୍କୁ ହଷ୍ଟେଲ ପରିଚାଳକ ଖବର ଦେଇଥିବା ବେଳେ ପରିବାର ଲୋକେ ଚିକିତ୍ସାଳୟରେ ପହଞ୍ଚିବା ପରେ ଝିଅଟି ମୃତ୍ୟୁ ବରଣ କରିଥିବା ଜାଣିବାକୁ ପାଇଥିଲେ । 

ଅଧିକ ପଢନ୍ତୁ ଓଡ଼ିଶା ଖବର

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ତେବେ ଝିଅଟିର ଦେହରେ ବିଭିନ୍ନ ଚିହ୍ନ ରହିଥିବା ପରିବାର ଲୋକେ ଦେଖିବା ସହ ଝିଅକୁ ହତ୍ୟା କରାଯାଇଥିବା ନେଇ ଅଭିଯୋଗ କରିଛନ୍ତି । ଏହାର ଉଚିତ ତଦନ୍ତ କରିବାକୁ ଦାବି ମଧ୍ୟ କରିଛନ୍ତି । ଏହାସହ ମୃତ ନାବାଳିକା ଜଣଙ୍କ ପୂର୍ବରୁ ମଧ୍ୟ ହଷ୍ଟେଲରେ ବିଭିନ୍ନ ସମସ୍ୟା ହେଉଥିବା ନେଇ ଅଭିଯୋଗ କରିବା ସହ ଆଉ ହଷ୍ଟେଲକୁ ଯିବି ନାହିଁ ବୋଲି କହିଥିଲେ । ମୃତ ନାବାଳିକାର ପରିବାର ଲୋକେ ଅଭିଯୋଗ କରିଥିବା ବେଳେ ଏନେଇ ହଷ୍ଟେଲ କର୍ତ୍ତୁପକ୍ଷ କିନ୍ତୁ ଝିଅଟି ଆତ୍ମହତ୍ୟା କରିଥିବା କହିଛନ୍ତି । ତେବେ ନ୍ୟାୟ ଦାବିରେ ଆଜି ପରିବାର ଲୋକେ ହତ୍ୟା ଅଭିଯୋଗ କରିବା ସହ ଉକ୍ତ ବେସରକାରୀ ହଷ୍ଟେଲ ସମ୍ମୁଖରେ ବିଜେପି ମହିଳା ମୋର୍ଚ୍ଚା ସହ ଧାରଣା ଦେବା ସହ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ।

Education Next Season 5
Sponsored
malkangiri student death case | Argus News