Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ମମତାଙ୍କ ଆତ୍ମହତ୍ୟା ସନ୍ଦେହ , ତଦନ୍ତ କରୁଛି ପୋଲିସ

Swayangprajna Mishra
Browse all articles by Swayangprajna Mishra
·1 year ago·1 min read
ମମତାଙ୍କ ଆତ୍ମହତ୍ୟା ସନ୍ଦେହ , ତଦନ୍ତ କରୁଛି ପୋଲିସ

କଟକ : କଟକ ନେତାଜୀ ସୁବାଷ ସେତୁ ଉପରେ ଅଜଣା ସ୍କୁଟିକୁ ଥୋଇ ଆତ୍ମହତ୍ୟା ସନ୍ଦେହ। ଆଜି ଭୋର୍ ସମୟରୁ ବ୍ରିଜ ଉପରେ ଏକ ନାଲି ରଙ୍ଗର ଚାବି ଲାଗିଥିବା ଅବସ୍ଥାରେ ସ୍କୁଟି ଥୁଆହୋଇଥିବା ବେଳେ ପାଖରେ ଏକ ଚପଲ ମଧ୍ୟ ଥୁଆ ହୋଇଥିବା ସ୍ଥାନୀୟ ଲୋକେ ଦେଖିଥିଲେ। ଗାଡ଼ି ରଖିଦେଇ ନଦୀକୁ ଡେ଼ଇଁ ପଡି ଆତ୍ମହତ୍ୟା ଉଦ୍ୟମ କରିଥାଇପାରନ୍ତି ବୋଲି ସନ୍ଦେହ କରାଯାଉଛି। ନଦୀରେ ପାଣି ଅଧିକ ରହିଥିବା ଯୋଗୁଁ ଘଟଣା ସ୍ପଷ୍ଟ ହେଉନାହିଁ। ସ୍କୁଟି ରଖି ନିଖୋଜ ହୋଇଥିବା ମହିଳା ଜଣକ ଙ୍କ ନାଁ ମମତା ସାହୁ,ଘର କଟକ ଓଡିଆ ବଜାର ଅଞ୍ଚଳରେ। ଆଜି ଭୋରରୁ ସେ ସ୍କୁଟି ନେଇ ଘରୁ କେଉଁଆଡେ ବାହାରି ଯାଇଥିବା ପରିବାର ଲୋକେ ପରବର୍ତ୍ତୀ ସମୟରେ ଜାଣିବାକୁ ପାଇଥିଲେ ବୋଲି ପ୍ରକାଶ କରିଛନ୍ତି।

ଅଧିକ ପଢନ୍ତୁ ଓଡିଶା ଖବର

ତେବେ ଘରେ କୈାଣସି କଳିଝଗଡା ଓ ମନୋମାଳିନ୍ୟ ନଥିଲା ବେଳେ କ'ଣ ପାଇଁ ଏଭଳି ପଦକ୍ଷେପ ନେଲେ ତାହା ଅସ୍ପଷ୍ଟ ରହିଛି। ଘରେ ମୋବାଇଲ୍ ଫୋନ୍ ଛାଡ଼ି ଯାଇଛନ୍ତି।ବାରବାଟୀ ଷ୍ଟାଡିୟମ୍ ଠାରେ ଥିବା ଏକ ଘରୋଇ ସ୍କୁଲ ରେ ଶିକ୍ଷୟତ୍ରୀ ଭାବେ କାମ କରୁଥିଲେ ମମତା।ଅଗ୍ନିଶମ ବାହିନୀ ପହଞ୍ଚି ଖୋଜାଖୋଜି ଜାରି ରଖିଛି।ମର୍କତ ନଗର ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି । 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Mamata's suicide is suspected, the police are investigating | Argus News