Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ଶ୍ରୀମନ୍ଦିର ପ୍ରଶାସନ ବୈଠକ ; ସେବାୟତ ପରିବାର ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା

Odisha

ଶ୍ରୀମନ୍ଦିର ପ୍ରଶାସନ ବୈଠକ ; ସେବାୟତ ପରିବାର ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା

Swayangprajna Mishra
Browse all articles by Swayangprajna Mishra
·2 years ago·1 min read
ଶ୍ରୀମନ୍ଦିର ପ୍ରଶାସନ ବୈଠକ ; ସେବାୟତ ପରିବାର ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା

ପୁରୀ : ଶ୍ରୀମନ୍ଦିର ସେବାୟତଙ୍କ ଆଚାର ବ୍ୟବହାର ଓ ସେମାନଙ୍କର ବିକାଶ ପାଇଁ ଶ୍ରୀମନ୍ଦିର ପ୍ରଶାସନରେ ରହିଛି ସେବାୟତ କଲ୍ୟାଣ ଯୋଜନା । ଆଉ ଚଳିତବର୍ଷ ଏହି ଯୋଜନା ଅନ୍ତର୍ଗତ ସେବାୟତ ଘରର ପିଲାଙ୍କ ପାଇଁ ହେବ ସମର କ୍ୟାମ୍ପ । ପ୍ରତିଟି ନିଯୋଗର ସେବାୟତଙ୍କ ପିଲାମାନଙ୍କୁ ଜୁନିଅର ଓ ସବଜୁନିଅର ଦୁଇଟି ବିଭାଗ କରାଯାଇ ସେମାନଙ୍କୁ ପେଣ୍ଠକଟାର ଶ୍ରୀଜଗନ୍ନାଥ ଷ୍ଟା଼ଡିୟମରେ ସନ୍ତରଣ ପ୍ରଶିକ୍ଷଣ ଦିଆଯିବ  । ଯେଭଳି ସେବାୟତଙ୍କ ପରିବାରର ପିଲାମାନେ ପାଣିରେ ଗାଧୋଇବା ବେଳେ ଆଉ ପାଣିରେ ବୁଡିବେ ନାହିଁ ସେନେଇ ସେମାନଙ୍କୁ ସନ୍ତରଣ ପ୍ରଶିକ୍ଷଣ ଦିଆଯିବ  ।

ଅଧିକ ପଢନ୍ତୁ ଓଡିଶା ଖବର

ତା ସହ ଯେଉଁ ସେବାୟତ ପିଲାମାନେ ଭଲ ସନ୍ତରଣ କରିବେ ସେମାନେ ଏହାକୁ ଖେଳ ରୁପେ ଗ୍ରହଣ କରି ନିଜ କ୍ୟାରିଅର କରିପାରିବେ  । ଏଥିପାଇଁ ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ଯାଳୟରେ ଉନ୍ନୟନ ପ୍ରଶାସକଙ୍କ ଅଧ୍ୟକ୍ଷତାରେ ଏକ ବୈଠକ କରାଯାଇଛି । ବିଶେଷକରି ନିଯୋଗ ମାନେ ସେମାନଙ୍କର ପିଲାଙ୍କ ତାଲିକା ଦେବାପରେ ୧୦୦ ଜଣ ପିଲାଙ୍କ ପାଇଁ ଏହି ସମର କ୍ୟାମ୍ପ କରାଯିବ  ।
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Argus Whatsapp Channel Mobile Top
Sponsored
Management meeting of puri temple ; Special Provisions for sebayat Families | Argus News