Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଦାୟିତ୍ୱ ହସ୍ତାନ୍ତର କଲେ ପୂର୍ବତନ ନିର୍ଦ୍ଦେଶକ ଏଚଆର ବିଶ୍ୱାସ

Jitendra Dash
Browse all articles by Jitendra Dash
·2 years ago
ଦାୟିତ୍ୱ ହସ୍ତାନ୍ତର କଲେ ପୂର୍ବତନ ନିର୍ଦ୍ଦେଶକ ଏଚଆର ବିଶ୍ୱାସ

ଅର୍ଗସ ବ୍ୟୁରୋ : ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ରର ନୂଆ ନିର୍ଦ୍ଦେଶକ ହୋଇଛନ୍ତି ଓଡ଼ିଆ ଝିଅ ମନୋରମା ମହାନ୍ତି । ମଙ୍ଗଳବାର ସେ ନିର୍ଦ୍ଦେଶକ ଭାବେ ଦାୟିତ୍ବ ଗ୍ରହଣ କରିଛନ୍ତି । ପୂର୍ବରୁ କାର୍ଯ୍ୟରତ ଏଚଆର ବିଶ୍ବାସଙ୍କ କୋଲକାତା ବଦଳି ହେବାପରେ ତାଙ୍କ ସ୍ଥାନରେ ମନୋରମା ମହାନ୍ତିଙ୍କୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ନିଯୁକ୍ତି ମିଳିଛି । 

ଅଧିକ ପଢନ୍ତୁ ଓଡିଶା ଖବର

ସୂଚନା​‌ଯୋଗ୍ୟ, ମନୋରମା ମହାନ୍ତି ପୂର୍ବରୁ ଗୁଜରାଟ ଆଞ୍ଚଳିକ ପାଣିପାଗ କେନ୍ଦ୍ରରେ ପାଣିପାଗ ବିଜ୍ଞାନୀ ଭାବେ କାର୍ଯ୍ୟରତ ଥିଲେ । ସେହିପରି ପୂର୍ବତନ ନିର୍ଦ୍ଦେଶକ ଏଚଆର ବିଶ୍ୱାସ ଏହି ବଦଳି ପ୍ରକ୍ରିୟାକୁ ସ୍ୱାଭାବିକ ବୋଲି କହିଛନ୍ତି । ତେବେ ଓଡ଼ିଶାରେ ଫନି ଭଳି ବାତ୍ୟା ତାଙ୍କ ପାଇଁ ସବୁଠାରୁ ବଡ଼ ଚ୍ୟାଲେଞ୍ଜ ଥିଲା ବୋଲି କହିଛନ୍ତି । ଏବେ ତାଙ୍କ ବଦଳି କୋଲକାତାକୁ ହୋଇଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

 

 

Sponsored
manorama mohanty is the new director of regional meteorological center | Argus News