Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

Maoists Surrender / ମାର୍ଚ୍ଚ ୩୧ ପୂର୍ବରୁ ବଡ଼ ସଫଳତା, AK-47 ସହ ଆତ୍ମସମର୍ପଣ କଲା ମାଓ ନେତା ଶୁକ୍ରୁ

Santosh Kumar Sahoo
Browse all articles by Santosh Kumar Sahoo
·3 months ago·1 min read
ମାର୍ଚ୍ଚ ୩୧ ପୂର୍ବରୁ ବଡ଼ ସଫଳତା, AK-47 ସହ ଆତ୍ମସମର୍ପଣ କଲା ମାଓ ନେତା ଶୁକ୍ରୁ
Mao Leader

Key Points

ମୋଷ୍ଟ ୱାଣ୍ଟେଡ୍‌ ମାଓ ନେତା ଶୁକ୍ରୁର ଆତ୍ମସମର୍ପଣ
କନ୍ଧମାଳ ପୋଲିସ ପାଖରେ ଶୁକ୍ରୁର ଆତ୍ମସମର୍ପଣ
ଏକେ-୪୭ ସହ ଆତ୍ମସମର୍ପଣ କଲା ଶୁକ୍ରୁ
ଆତ୍ମସମର୍ପଣ କଲା ମୋଷ୍ଟ ଓ୍ବାଣ୍ଟେଡ୍‌ ମାଓ ନେତା ଶୁକ୍ରୁ । କନ୍ଧମାଳ ପୋଲିସ୍‌ ପାଖରେ ଶୁକ୍ରୁ ଆତ୍ମସମର୍ପଣ କରିଛି । ଏକେ-୪୭ ସହ ଶୁକ୍ରୁ ଆତ୍ମସମର୍ପଣ କରିଥିବା ସୂଚନା ମିଳିଛି । କେବଳ ଶୁକ୍ରୁ ନୁହଁନ୍ତି ତା' ସହ ଆଉ ୪ ଦୁର୍ଦ୍ଦାନ୍ତ ମାଓବାଦୀ ଆତ୍ମସମର୍ପଣ କରିଛନ୍ତି ।

କଳାହାଣ୍ଡି- କନ୍ଧମାଳ- ରାୟଗଡ଼ା ସୀମାନ୍ତରେ ଶୁକ୍ର ଲୁଚିଥିଲା । ଜିଲ୍ଲା ପୋଲିସକୁ ଚକମା ଦେବାକୁ ସୀମାନ୍ତରେ ଲୁଚି ଲୁଚି ରହୁଥିଲା । ମାର୍ଚ୍ଚ ୩୧ ସୁଦ୍ଧା ଶୁକ୍ରକୁ ଧରିବାକୁ ରହିଥିଲା ଟାର୍ଗେଟ୍ । କିଛି ଦିନ ତଳେ ସାଥୀ ମାଓବାଦୀକୁ ହତ୍ୟା କରିଥିଲା ଶୁକ୍ରୁ । ଆତ୍ମସମର୍ପଣ କରିବାକୁ ଚାହୁଁଥିବା ମାଓବାଦୀଙ୍କୁ ହତ୍ୟା କରିଥିବାର ଅଭିଯୋଗ ହୋଇଥିଲା ।

ସାଥୀ ମାଓବାଦୀ କମାଣ୍ଡର ଅନ୍ୱେଷକୁ ଗଳାକାଟି ସେ ପୋତି ଦେଇଥିଲା । ଶୁକ୍ରୁର ଘର ମାଲକାନଗିରି ଜିଲ୍ଲାରେ । ସେ କିନ୍ତୁ କନ୍ଧମାଳ ଜିଲ୍ଲାରେ ବେଶ୍‌ ସକ୍ରିୟ ରହିଥିଲା । ସେ ମାଓବାଦୀଙ୍କ ଜୋନାଲ କମାଣ୍ଡର ଭାବେ କାମ କରୁଥିଲା । ଏଇଟ୍‌ଥ କମ୍ପାନୀ ନାଁରେ ନୂଆ ସଂଗଠନ ଚଳାଇଥିଲା ଶୁକ୍ରୁ । ଶୁକ୍ରୁକୁ ଧରାଇ ଦେବା ପାଇଁ ୫୫ ଲକ୍ଷର ପୁରସ୍କାର ଥିଲା। ଶୁକ୍ରୁ ଧରାପଡ଼ିବା ପରେ ରାଜ୍ୟର ଲାଲ ସଂଗଠନ ଶେଷ ହୋଇଯାଇଛି ବୋଲି ଅନେକ କହିଛନ୍ତି । ମାଓମୁକ୍ତ ଦେଶ ପାଇଁ ମାର୍ଚ୍ଚ ୩୧ ଡେଡଲାଇନ୍ ରହିଥିଲା । ଏହା ପୋଲିସର ବଡ଼ ସଫଳତା ବୋଲି କହିଛନ୍ତି ଆଣ୍ଟି ନକ୍ସଲ ଅପରେସନ ଏଡିଜି ସଞ୍ଜୀବ ପଣ୍ଡା ।

ଏଥିସହ ପଢ଼ନ୍ତୁ: 
ବଲାଙ୍ଗିର ଓ ବରଗଡ଼ ଜିଲ୍ଲାକୁ ନକ୍ସଲ ମୁକ୍ତ ଘୋଷଣା କଲେ ପୋଲିସି ଡିଜି

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Maoist Leader Shukru Surrenders with AK-47 in Odisha Before March 31 Deadline | Argus News