Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ପୁଣି ସକ୍ରିୟ ମାଓବାଦୀ , ବିପୁଳ ପରିମାଣର ମାଓ ସାମଗ୍ରୀ ଜବତ

Odisha

ପୁଣି ସକ୍ରିୟ ମାଓବାଦୀ , ବିପୁଳ ପରିମାଣର ମାଓ ସାମଗ୍ରୀ ଜବତ

Swayangprajna Mishra
Browse all articles by Swayangprajna Mishra
·2 years ago
ପୁଣି ସକ୍ରିୟ ମାଓବାଦୀ , ବିପୁଳ ପରିମାଣର ମାଓ ସାମଗ୍ରୀ ଜବତ

ବୌଦ୍ଧ : ବୌଦ୍ଧ ଜିଲ୍ଲାରେ ପୁଣି ମାଓବାଦୀ ସକ୍ରିୟ । ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ବୌଦ୍ଧ ଏସପି  SOG ଓ DVF ଫୋର୍ସକୁ ସର୍ଚ୍ଚ ଅପରେସନ ପାଇଁ ପଠାଇଥିଲେ । ଉଭୟ ଟିମ ମନମୁଣ୍ଡା ରେଞ୍ଜ ଶଗଡ଼ା ରାବଣେଶ୍ୱର ଜଙ୍ଗଲରେ ସର୍ଚ୍ଚ ଅପରେସନ ବେଳେ ୩୦ ରୁ ୪୦ ମାଓବାଦୀ ଥିବା ଦେଖି ତାଙ୍କୁ ଆତ୍ମସମର୍ପଣ ପାଇଁ ଘୋଷଣା ବେଳେ ମାଓବାଦୀ ପକ୍ଷରୁ ପ୍ରଥମେ ବୋମା ପକାଯାଇଥିବା ବେଳେ ଉଭୟ ପକ୍ଷରୁ ଗୁଳି ଚାଳନା ହୋଇଥିଲା । 

ଅଧିକ ପଢନ୍ତୁ ଓଡିଶା ଖବର 

ପରେ ମାଓବାଦୀ ମାନେ ଛତ୍ରଭଙ୍ଗ ଦେଇ ଚାଲିଯାଇଥିବା ବେଳେ ବିପୁଳ ମାତ୍ରାରେ ମାଓ ସାମଗ୍ରୀ ଜବତ କରିଛି ପୋଲିସ । ଏନେଇ ମନମୁଣ୍ଡା ଥାନାରେ ଏକ ମାମଲା ରୁଜୁ ହୋଇଥିବା ଏସପି ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ।
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Maoists are active again in Boudh district | Argus News