Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଇଂରାଜୀ, ଗଣିତ ପରେ ସଂସ୍କୃତରେ ବି ପ୍ରଶ୍ନପତ୍ର ଭାଇରାଲ ଅଭିଯୋଗ

Jitendra Dash
Browse all articles by Jitendra Dash
·2 years ago·1 min read
ଇଂରାଜୀ, ଗଣିତ ପରେ ସଂସ୍କୃତରେ ବି ପ୍ରଶ୍ନପତ୍ର ଭାଇରାଲ ଅଭିଯୋଗ

ଅର୍ଗସ ବ୍ୟୁରୋ : ଥରେ କି ଦୁଇ ଥର ନୁହଁ...ବାରମ୍ବାର ତ୍ରୁଟି । ଇଂରାଜୀ, ଗଣିତ ପରେ ସଂସ୍କୃତରେ ବି ପ୍ରଶ୍ନପତ୍ର ଭାଇରାଲ ଅଭିଯୋଗ । ଅଭିଭାବକ ଓ ଶିକ୍ଷକ କହିଲେ ପିଲାଙ୍କର ବଢୁଛି ମାନସିକ ଚାପ । ନୂଆ ଟେକ୍ନୋଲୋଜି ବ୍ୟବହାର ସତ୍ତ୍ବେ ଫେଲ୍‌ ମାରିଲା କି ବୋର୍ଡର ଯୋଜନା ? ଆଜି ସକାଳେ ପରୀକ୍ଷାର କିଛି ସମୟ ପରେ ସଂସ୍କୃତ ପ୍ରଶ୍ନପତ୍ରର A ସେଟ୍‌ ପ୍ରଶ୍ନପତ୍ର ଭାଇରାଲ୍ ହେବା ନେଇ ଖବର ଆସିଥିଲା । ମୋବାଇଲରୁ ମୋବାଇଲ subjective  ପ୍ରଶ୍ନପତ୍ରର ଫଟୋ  ଘୁରି ବୁଲିଥିଲା । ତେବେ ପରୀକ୍ଷା ଶେଷ ପରେ ସେଟ୍-Aର ପ୍ରଶ୍ନ ଭାଇରାଲ୍ ପ୍ରଶ୍ନପତ୍ର ସହ ମେଳ ଖାଉଛି ବୋଲି କହିଛନ୍ତି ପରୀକ୍ଷାର୍ଥୀ । 

ସେପଟେ ପ୍ରଶ୍ନପତ୍ର ଭାଇରାଲ ଅଭିଯୋଗକୁ ପୁଣି ଥରେ ଖଣ୍ଡନ କରିଛନ୍ତି ବୋର୍ଡ କର୍ତ୍ତୃପକ୍ଷ । ପରୀକ୍ଷା ଶେଷ ହେବାର କିଛି ସମୟ ପରେ ବୋର୍ଡ ପକ୍ଷରୁ ଏକ ପ୍ରେସ ବିବୃତି ଜାରି କରି କୁହାଯାଇଛି, ତୃତୀୟ ଭାଷା ପରୀକ୍ଷା ସୂଚାର ରୂପେ ଶେଷ ହୋଇଛି । କୌଣସି ଜିଲ୍ଲା ଶିକ୍ଷା ଅଧିକାରୀ ଓ କୌଣସି ପ୍ରାଧିକୃତ ଅଧିକାରୀଙ୍କ ଠାରୁ ଅନିୟମିତତାର ଅଭିଯୋଗ ଆସିନାହିଁ । କୌଣସି ତ୍ରୁଟି ବିଚ୍ୟୁତି ମଧ୍ୟ ପରିଲିକ୍ଷିତ ହୋଇନାହିଁ । ସମସ୍ତ ପରୀକ୍ଷା କେନ୍ଦ୍ର ରେ ଶୃଙ୍ଖଳିତ ଭାବେ ପରୀକ୍ଷା ଶେଷ ହୋଇଛି । ପ୍ରଶ୍ନପତ୍ର ଭାଇରାଲ ପରେ କେବଳ ପରୀକ୍ଷାର୍ଥୀ ନୁହନ୍ତି, ଅଭିଭାବକ ବି ଚିନ୍ତାରେ ।

ଅଧିକ ପଢନ୍ତୁ ଓଡ଼ିଶା ଖବର
 
ମାଟ୍ରିକ ପରୀକ୍ଷାକୁ ଶୃଙ୍ଖଳିତ କରିବାକୁ ଏଥର AI ବ୍ୟବସ୍ଥା ସହ ସିସିଟିଭି ଲାଇଭ କ୍ୟାମେରା ବ୍ୟବହାର କରାଯାଉଛି । ଏତେ କଟକଣା ପରେ ବି ପ୍ରଶ୍ନପତ୍ର କେମିତି ଆସୁଛି ବାହାରକୁ । ପରୀକ୍ଷା ହଲ୍‌ରେ ହିଁ ପ୍ରଶ୍ନପତ୍ର ଖୋଲାଯିବାର ନିୟମ ଅଛି । ତେବେ ପରୀକ୍ଷା ପୂର୍ବରୁ କେମିତି ପ୍ରଶ୍ନପତ୍ର ଲିକ ହେଲା ତାକୁ ନେଇ ଉଠିଛି ବଡ଼ ପ୍ରଶ୍ନ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
matric exam question paper leak | Argus News