Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଧରା ପଡିଲେ ୩ ଚୋର

Jitendra Dash
Browse all articles by Jitendra Dash
·2 years ago·1 min read
ଧରା ପଡିଲେ ୩ ଚୋର

ଅର୍ଗସ ବ୍ୟୁରୋ : ଧରା ପଡିଲେ ୩ ଚୋର । ଚୋରି କରି ଫେରୁଥିବା ବେଳେ ମାଡି ବସିଲା ପୋଲିସ ଟିମ୍ । ସକାଳୁ ସକାଳୁ ଯଶୀପୁର ପୋଲିସ୍ ପାଟ୍ରୋଲିଂ କରୁଥିବା ବେଳେ ୪୯ ନଂ ଜାତୀୟ ରାଜପଥ ଅଙ୍ଗାରପଦା ଠାରେ ଇଷ୍ଟର୍ଣ୍ଣ ହେଚେରୀ ନିକଟରେ ୩ ଜଣ ସନ୍ଦିଗ୍ଧଙ୍କୁ ଦେଖିଥିଲା ପୋଲିସ । 

ଅଧିକ ପଢନ୍ତୁ ଓଡ଼ିଶା ଖବର

ଖସି ଯିବାକୁ ଉଦ୍ୟମ କରୁଥିବା ବେଳେ କାବୁକରି ଗିରଫ କରିଛି ପୋଲିସ୍ । ଯଶୀପୁର ଥାନାକୁ ୩ ଅଭିଯୁକ୍ତଙ୍କୁ ଆଣି ପଚରାଉଚୁରା କଲା ପରେ ସେମାନେ ତାଙ୍କ ଦୋଷ ସ୍ବୀକାର କରିଛନ୍ତି । ସେମାନଙ୍କ ନିକଟରୁ ୪ ଟି ଫ୍ୟାନ, ମୋଟର ଓ ଗୋଟିଏ ସାଇକେଲକୁ ଜବତ୍ ହୋଇଛି । ହେଚେରୀ କତୃପକ୍ଷଙ୍କ ଲିଖିତ ଅଭିଯୋଗ ପରେ  ମାମଲା ରୁଜ୍ଜୁ କରି ଅଧିକ ତଦନ୍ତ ଆରମ୍ଭ କରିବା ସହ ୩ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରିବ ଯଶୀପୁର ପୋଲିସ୍ । ତେବେ ଏହି  ଅଭିଯୁକ୍ତ ମାନେ ଅଙ୍ଗାରପଦା ଗାଆଁର  ସୁକୁରାମ୍ ମାରାଣ୍ଡି, ଲକ୍ଷ୍ମଣ ସୋରେନ ଓ ଦୁର୍ଯ୍ୟ ସୋରେନ୍ ବୋଲି ଜଣାପଡିଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Mayurbhanj 3 thieves Arrested | Argus News