Videos
|
Odisha

ଆଜି ହେଉଛି ଶେଷ ଦିନ, ସାନ୍ତାଳୀ ସମ୍ପ୍ରଦାୟର ମହାପର୍ବ 'ଦାମୋଦର ମେଳା'

Jitendra Dash
Browse all articles by Jitendra Dash
·2 years ago·2 min read
ଆଜି ହେଉଛି ଶେଷ ଦିନ, ସାନ୍ତାଳୀ ସମ୍ପ୍ରଦାୟର ମହାପର୍ବ 'ଦାମୋଦର ମେଳା'

ଅର୍ଗସ ବ୍ୟୁରୋ : ଆଜି ହେଉଛି ଶେଷ ଦିନ । ଆଦିବାସୀ ତଥା ସାନ୍ତାଳୀ ସମ୍ପ୍ରଦାୟର ମହାପର୍ବ 'ଦାମୋଦର ମେଳା' ବା ଦାମୋଦର ପର୍ବ ଶେଷ ଦିନ । ଏଠାରେ ସାମୁହିକ 'ଅସ୍ଥି ବିସର୍ଜନ' ପାଇଁ ଝାଡଖଣ୍ଡ, ପଶ୍ଚିମବଙ୍ଗ ସମେତ ଓଡିଶାର ବିଭିନ୍ନ ପ୍ରାନ୍ତରରୁ ସାନ୍ତାଳ ସମ୍ପ୍ରଦାୟର ଲକ୍ଷାଧିକ ଲୋକଙ୍କ ସମାଗମ ହୋଇଥାନ୍ତି । ରାଜକିୟ ଢଙ୍ଗରେ ରଙ୍ଗବେରଙ୍ଗର ନୂତନ ବସ୍ତ୍ର ପରିଧାନ କରି ମାଦଳ ଓ ଧୁମ୍‌ସା ସାଙ୍ଗକୁ ବଇଂଶିର ଶୁରେ ଶୁରେ ଗାଁ ମୁଖିଆଙ୍କ ନେତୃତ୍ୱରେ ସାନ୍ତାଳୀ ସଂପ୍ରଦାୟର ଲୋକମାନେ ଦଳଦଳ ହୋଇ ମାଡି ଆସୁଛନ୍ତି । ବୁଢାବଳଙ୍ଗ, ଜରାଳି ଓ ସରାଳି ତିନୋଟି ନଦୀର ସଂଗମ ସ୍ଥଳ ହେଉଛି ଏହି ସୁନାମୁହିଁ ଘାଟ । କୌତୁକିୟା ପୋଷାକ ପରିଧାନ ସହ ପାରମ୍ପାରିକ ବେଶଭୂଷାରେ ନୃତ୍ୟ ପରିବେଷଣ କରୁଥିବା ଯୋଗୁଁ ଏହି ସ୍ଥାନଟି ଏବେ ଉତ୍ସବ ମୁଖର ହୋଇ ଉଠିଛି । 

କାହିଁ କେଉଁ ଅମଳରୁ ମକର ସଂକ୍ରାନ୍ତିର ୨ ଦିନ ପରଠାରୁ ଏଠାରେ ସାନ୍ତାଳ ସମ୍ପ୍ରଦାୟର ସାମୁହିକ ଅସ୍ଥି ବସର୍ଜନ କାର୍ଯ୍ୟ ହୋଇ ଆସୁଅଛି । ସାନ୍ତାଳ ସମ୍ପ୍ରଦାୟରେ ପରିବାରର ବର୍ଷକ ମଧ୍ୟରେ ମୃତ୍ୟୁ ବରଣ କରିଥିବା ବ୍ୟକ୍ତିଙ୍କ ଅସ୍ଥିକୁ ସଂରକ୍ଷିତ କରି ରଖାଯାଥାଏ । ଆଉ ମକର ପର୍ବ ପରେ ଏହି ଘାଟରେ ପାରମ୍ପାରିକ ରିତିନିତିରେ ଅସ୍ଥି ବିସର୍ଜନ କରିଥାନ୍ତି । ସାନ୍ତାଳ ସଂମ୍ପ୍ରଦାୟ ଦାମଦୋର ମେଳାରେ କେବଳ ଯେ ଅସ୍ଥି ବିସର୍ଜନ କରନ୍ତି ତାହା ନୁହେଁ । ସେମାନେ ମୃତ ଲୋକଙ୍କ ଉଦ୍ଦେଶ୍ୟରେ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ଅର୍ଥାତ୍ ଲୁଗା ପଟା, ବାସନ କୁସନ, ଛେଳି କୁକୁଡାକୁ ଏଠାକୁ ଆସୁଥିବା ଅନ୍ୟ ପରିବାର ସହ ଅଦଳ ବଦଳ କରିଥାନ୍ତି । 

ଅଧିକ ପଢନ୍ତୁ ଓଡ଼ିଶା ଖବର

ଖାଲି ଏତିକି ନୁହଁ ଗରୀବ ଲୋକଙ୍କୁ ଟଙ୍କା ପଇସା, ଚାଉଳ ଆଦି ଦାନ ମଧ୍ୟ କରିଥାନ୍ତି । ଏହା ଦେଖିବା ପାଇଁ ମଧ୍ୟ ବିଭିନ୍ନ ଜାଗାରୁ ଆଦିବାସୀ ମହିଳା ଓ ପୁରୁଷ ମାନେ କାମଧନ୍ଦା ଛାଡି ଏମିତିକି ଚାକାରିରୁ ଛୁଟି ନେଇ ମଧ୍ୟ ଏହି ଦାମୋଦର ଘାଟକୁ ଛୁଟି ଆସିଥାନ୍ତି । ତିନିଦିନ ଧରି ଚାଲୁଥିବା ଏହି ଦାମଦୋର ମେଳା ସୋମବାର ଠାରୁ ଆରମ୍ଭ ହୋଇ ଥିବା ବେଳେ ଆସନ୍ତା ୧୯ତାରିଖ ଏହାର ଅନ୍ତିମ ଦିନ । ପ୍ରତିଦିନ ଏଠାରେ ଲକ୍ଷାଧିକ ଲୋକଙ୍କ ସମାଗମ ଦେଖିବାପଇଁ ମିଳିଥାଏ  । 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: