Videos
|
Odisha

School Student Safety / କାର୍ଯ୍ୟାଳୟର ଝରକା ବନ୍ଦ କରିବାକୁ ଡାକି ଷଷ୍ଠ ଶ୍ରେଣୀ ଛାତ୍ରୀଙ୍କୁ ପ୍ରଧାନଶିକ୍ଷକଙ୍କ ଅସଦାଚରଣ ଅଭିଯୋଗ

Sushanta Sahoo
Browse all articles by Sushanta Sahoo
·1 hour ago·2 min read
କାର୍ଯ୍ୟାଳୟର ଝରକା ବନ୍ଦ କରିବାକୁ ଡାକି ଷଷ୍ଠ ଶ୍ରେଣୀ ଛାତ୍ରୀଙ୍କୁ ପ୍ରଧାନଶିକ୍ଷକଙ୍କ ଅସଦାଚରଣ ଅଭିଯୋଗ
Headmaster Arrested Over Alleged Misconduct With Student

Key Points

ଶିକ୍ଷାର ମନ୍ଦିର ବିଦ୍ୟାଳୟରୁ ଆସିଛି ସଙ୍ଗୀନ ଅଭିଯୋଗ । ତାହା ବି ପ୍ରଧାନଶିକ୍ଷକଙ୍କ ବିରୋଧରେ । ଷଷ୍ଠ ଶ୍ରେଣୀ ଛାତ୍ରୀଙ୍କୁ ଅସଦାଚରଣ ଅଭିଯୋଗରେ ରସିକିଆ ପ୍ରଧାନଶିକ୍ଷକଙ୍କୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି ।
ଯଶୀପୁର (ମୟୂରଭଞ୍ଜ): ପୁଣି ଲଜ୍ଜା, ଗୁରୁଙ୍କ ନାଁରେ ଲାଗିଲା କଳଙ୍କ । ଶିକ୍ଷାର ମନ୍ଦିର ବିଦ୍ୟାଳୟରୁ ଆସିଛି ସଙ୍ଗୀନ ଅଭିଯୋଗ । ତାହା ବି ପ୍ରଧାନଶିକ୍ଷକଙ୍କ ବିରୋଧରେ । ଷଷ୍ଠ ଶ୍ରେଣୀ ଛାତ୍ରୀଙ୍କୁ ଅସଦାଚରଣ ଅଭିଯୋଗରେ ରସିକିଆ ପ୍ରଧାନଶିକ୍ଷକଙ୍କୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି ।

ମୟୂରଭଞ୍ଜ ଜିଲ୍ଲାରୁ ପ୍ରଧାନଶିକ୍ଷକଙ୍କ ବିରୋଧରେ ଆସିଛି ଛାତ୍ରୀଙ୍କୁ ଯୌନ ଉତ୍ପୀଡ଼ନ ଅଭିଯୋଗ । ବାଙ୍ଗିରିପୋଷି ବ୍ଲକ ଶ୍ୟାମସୁନ୍ଦରପୁର ଏକଲବ୍ୟ ବିଦ୍ୟାଳୟ ପରେ ସାମ୍ନାକୁ ଆସିଛି ଆଉ ଜଣେ ପ୍ରଧାନଶିକ୍ଷକଙ୍କ କଳା କାରନାମା ।

ଏଥିସହ ପଢ଼ନ୍ତୁ: ଖେଳ ଛୁଟି ବେଳେ ଡାକୁଥିଲେ; ପଞ୍ଚମ ଶ୍ରେଣୀ ଛାତ୍ରୀଙ୍କ ଉପରେ ଶିକ୍ଷକଙ୍କ ଖରାପ ଦୃଷ୍ଟି 

ଶୁଣିଲେନି ହଷ୍ଟେଲ ମାଟ୍ରନ

Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଅଭିଯୋଗ ଅନୁଯାୟୀ, ଗତ ସେପ୍ଟେମ୍ବର ୨୫ ତାରିଖରେ ରରୁଆଁ ଥାନା ଅଞ୍ଚଳରେ ଥିବା ଏକ ଆଶ୍ରମ ବିଦ୍ୟାଳୟର ପ୍ରଧାନଶିକ୍ଷକ ଶ୍ରୀକୃଷ୍ଣ ପାତ୍ର ଷଷ୍ଠ ଶ୍ରେଣୀର ଜଣେ ଛାତ୍ରୀଙ୍କୁ ତାଙ୍କ କାର୍ଯ୍ୟାଳୟକୁ ଡାକିଥିଲେ । କବାଟ, ଝରକା ବନ୍ଦ କରିବାକୁ ଡାକି ଛାତ୍ରୀ ଜଣଙ୍କୁ କାର୍ଯ୍ୟାଳୟ ଭିତରେ ଅସଦାଚରଣ କରିଥିବା ଅଭିଯୋଗ ହୋଇଛି ।

ଏନେଇ ଷଷ୍ଠ ଶ୍ରେଣୀର ଛାତ୍ରୀ ଜଣଙ୍କ ହଷ୍ଟେଲର ଦୁଇ ଜଣ ମାଟ୍ରନଙ୍କୁ ଜଣାଇଥିଲେ । ହେଲେ ଅଭିଯୋଗକୁ ଚାପି ଦେଇଥିଲେ ମାଟ୍ରନ । ଯାହାପରେ ଛାତ୍ରୀ ଜଣଙ୍କ ଫୋନ୍ ଯୋଗେ ଅଭିଭାବକଙ୍କୁ ପ୍ରଧାନଶିକ୍ଷକଙ୍କ କାରାନାମା ନେଇ ଜଣାଇଥିଲେ ।

ଥାନାରେ ଏତଲା, ପ୍ରଧାନଶକ୍ଷିକ ଗିରଫ

ଏ ନେଇ ରରୁଆଁ ଥାନାରେ ପ୍ରଧାନଶିକ୍ଷକ ଶ୍ରୀକୃଷ୍ଣ ପାତ୍ରଙ୍କ ନାମରେ ଲିଖିତ ଅଭିଯୋଗ କରିଛନ୍ତି ପୀଡ଼ିତା ଛାତ୍ରୀଙ୍କ ବାପା । ରରୁଆଁ ଥାନା ପୋଲିସ BNS ଧାରା ୨୦୬/୭୫, ୭୭, ୭୮ ଏବଂ RWL ଧାରା ୮, ୧୦, ୧୨ ଓ ପୋକ୍ସୋ ଆକ୍ଟରେ ଏତଲା ରୁଜୁ କରିଛି ।

ବିଦ୍ୟାଳୟକୁ ଯାଇ ପୋଲିସ ତଦନ୍ତ କରିଥିବା ବେଳେ ଫେରାର୍ ରହିଥିଲେ ପ୍ରଧାନଶିକ୍ଷକ । ସୋମବାର ବିଳମ୍ବିତ ରାତିରେ ପୋଲିସ ସମ୍ପୃକ୍ତ ପ୍ରଧାନଶିକ୍ଷକ ଶ୍ରୀକୃଷ୍ଣ ପାତ୍ରଙ୍କୁ ଗିରଫ କରି ମଙ୍ଗଳବାର କୋର୍ଟ ଚାଲାଣ କରିଥିବା ଜଣାପଡ଼ିଛି ।

ଏଥିସହ ପଢ଼ନ୍ତୁ: ଟାଟୁ ଦେଲା ଠିକଣା, କଳାହାଣ୍ଡିରୁ ଆଣି କଟକର କାଠଯୋଡ଼ି ପଠାରେ ମହିଳାଙ୍କୁ କିଏ କଲା ହ*ତ୍ୟା ? 

ପଞ୍ଚମ ଶ୍ରେଣୀ ଛାତ୍ରୀଙ୍କୁ...

ଏହା ପୂର୍ବରୁ ବାଲେଶ୍ଵର ଜିଲ୍ଲା ଚାନ୍ଦିପୁର ଥାନା ଅନ୍ତର୍ଗତ ରଣସାହି ପଞ୍ଚାୟତର ଜୟନଗର ସରକାରୀ ପ୍ରାଥମିକ ବିଦ୍ୟାଳୟରୁ ଏଭଳି ଆସିଥିଲା । ଞ୍ଚମ ଶ୍ରେଣୀର ଜଣେ ନାବାଳିକା ଛାତ୍ରୀଙ୍କୁ ଅସଦାଚରଣ କରିବା ଅଭିଯୋଗରେ ଜଣେ ଶିକ୍ଷକଙ୍କୁ କାବୁ କରି ପୋଲିସ ଜିମା ଦେଇଥିଲେ ଗ୍ରାମବାସୀ । ଖେଳ ଛୁଟିରେ ଡାକି ବାରମ୍ବାର ଛାତ୍ରୀ ଜଣକୁ ଶିକ୍ଷକ ଅସଦାଚରଣ କରୁଥିବା ଅଭିଯୋଗ ହୋଇଆସୁଥିଲା ।

ଖେଳ ଛୁଟି ସମୟରେ ଶିକ୍ଷକ ଜଣକ ଗ୍ରାମବାସୀ ଓ ଅଭିଭାବକମାନେ ତାଙ୍କୁ ରେଡ୍‌ହାଣ୍ଡେଡ୍‌ ଧରିଥିଲେ । ଉତ୍ତ୍ୟକ୍ତ ଲୋକମାନେ ଅଭିଯୁକ୍ତ ଶିକ୍ଷକଙ୍କୁ ନିରଧୁମ ଛେଚିବା ପରେ ଚାନ୍ଦିପୁର ଥାନା ପୋଲିସକୁ ଜିମା ଦେଇଛନ୍ତି । ପୀଡ଼ିତା ଛାତ୍ରୀଙ୍କ ଅଭିଭାବକଙ୍କ ଏତଲା ଭିତ୍ତିରେ ପୋଲିସ ଶିକ୍ଷକଙ୍କୁ ଥାନାରେ ଅଟକ ରଖି ତଦନ୍ତ ଆରମ୍ଭ କରିଛି ।