Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ଆଜିଠୁ ବଦଳିବ ପାଗ, ରାଜ୍ୟର ଏହି ଅଞ୍ଚଳରେ ହେବ କୁଆପଥର ବର୍ଷା

Weather & Calamities

Rain Alert / ଆଜିଠୁ ବଦଳିବ ପାଗ, ରାଜ୍ୟର ଏହି ଅଞ୍ଚଳରେ ହେବ କୁଆପଥର ବର୍ଷା

Santosh Kumar Sahoo
Browse all articles by Santosh Kumar Sahoo
·1 month ago·1 min read
ଆଜିଠୁ ବଦଳିବ ପାଗ, ରାଜ୍ୟର ଏହି ଅଞ୍ଚଳରେ ହେବ କୁଆପଥର ବର୍ଷା
Rain Alert

Key Points

ରାଜ୍ୟରେ ଅସହ୍ୟ ଗୁଳୁଗୁଳି
୩-୫ ଡିଗ୍ରୀ କମିବ ତାପମାତ୍ରା
କୁଆପଥର ବର୍ଷା ସମ୍ଭାବନା
ରାଜ୍ୟରେ ଏବେଠାରୁ କଲବଲ କଲାଣି ଖରା । ଉପରମୁହାଁ ପାରଦ ଯୋଗୁଁ ସନ୍ତୁଳି ହେଉଛି ସାରା ଓଡ଼ିଶା । ବିଶେଷ କରି ପଶ୍ଚିମ ଓଡ଼ିଶାରେ ଗ୍ରୀଷ୍ମ ପ୍ରବାହ ଜାରି ରହିଥିବା ବେଳେ ଉପକୂଳ ଓଡ଼ିଶାରେ ଅସହ୍ୟ ଗୁଳୁଗୁଳି ଜନଜୀବନକୁ ଅସ୍ତବ୍ୟସ୍ତ କରିପକାଇଛି । ଏଭଳି ସ୍ଥିତିରେ ଝାରସୁଗୁଡ଼ା ଓ ସମ୍ବଲପୁର ଜିଲ୍ଲାକୁ ଆସନ୍ତା ୪୮ ଘଣ୍ଟା ପାଇଁ ଗ୍ରୀଷ୍ମ ପ୍ରବାହ ଜାରି ରହିବ ବୋଲି ଆଞ୍ଚଳିକ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ।

ଗତ ୨୪ ଘଣ୍ଟାରେ ଝାରସୁଗୁଡ଼ା ସବୁଠୁ ଉତ୍ତପ୍ତ ସହର ଭାବେ ରେକର୍ଡ କରାଯାଇଛି । ଆସନ୍ତା ୨୪ ଘଣ୍ଟା ପରେ ତାପମାତ୍ରାରେ ୩ ରୁ ୫ ଡିଗ୍ରୀ ପର୍ଯ୍ୟନ୍ତ ହ୍ରାସ ଘଟିବାର ସମ୍ଭାବନା ରହିଛି ।

ସେପଟେ ୧୫ ତାରିଖରୁ ରାଜ୍ୟରେ ପାଗ ପରିବର୍ତ୍ତନ ହେବ । ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ସହ କୁଆପଥର ବୃଷ୍ଟି ସମ୍ଭାବନା ରହିଛି । ମୟୂରଭଞ୍ଜ ଏବଂ କେନ୍ଦୁଝର ଜିଲ୍ଲାରେ ବିଜୁଳି ଘଡ଼ଘଡ଼ି ସହ କୁଆପଥର ବର୍ଷା ହେବାର ସମ୍ଭାବନା ଥିବାରୁ ଏହି ଦୁଇ ଜିଲ୍ଲାକୁ ୟେଲୋ ଆର୍ଲଟ ଜାରି କରାଯାଇଛି ।
ଗତ ୨୪ ଘଣ୍ଟାରେ ରାଜ୍ୟରେ ସବୁଠୁ ଉତ୍ତପ୍ତ ସହର ପାଲଟିଥିଲା ଝାରସୁଗୁଡ଼ା । ସେଠାରେ ତାପମାତ୍ରା ୪୦.୬ ଡିଗ୍ରୀ ସେଲସିୟସ୍ ରେକର୍ଡ ହେବା ସହ ହୀରାକୁଦ ୪୦.୨ ଡିଗ୍ରୀ, ସମ୍ବଲପୁର ୩୯.୯ ଡିଗ୍ରୀ, ରାଉରକେଲା ୩୮.୮ ଡିଗ୍ରୀ, ଭୁବନେଶ୍ବର ୩୪.୨ ଡିଗ୍ରୀ ରେକର୍ଡ କରାଯାଇଥିଲା ।

ଏଥିସହ ପଢ଼ନ୍ତୁ: ରାଜ୍ୟରେ ବଢ଼ୁଛି ତାତି, ଝାରସୁଗୁଡା ଓ ସମ୍ବଲପୁର ଜିଲ୍ଲାକୁ ହିଟ୍ ଓ୍ୱେଭ୍ ଆଲର୍ଟ
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Odisha Weather Update: Heatwave Alert in Jharsuguda, Hailstorm Warning Issued | Argus News