|
logo
Live

Argus News - ୧୨ ଲକ୍ଷ ଟଙ୍କାର ଗାଡ଼ି ଛାଡ଼ି ପଳାଇଲେ ଲୁଟେରା

Odisha

୧୨ ଲକ୍ଷ ଟଙ୍କାର ଗାଡ଼ି ଛାଡ଼ି ପଳାଇଲେ ଲୁଟେରା

Jitendra Dash
Browse all articles by Jitendra Dash
·2 years ago·1 min read
୧୨ ଲକ୍ଷ ଟଙ୍କାର ଗାଡ଼ି ଛାଡ଼ି ପଳାଇଲେ ଲୁଟେରା

ଅର୍ଗସ ବ୍ୟୁରୋ : ୧୨ ଲକ୍ଷ ଟଙ୍କାର ଗାଡି ନେଇ ଆସି ଲୁଟ କରିଲେ । ଆଉ ଲୁଟ କରିବା ପରେ ପୋଲିସ ହାବୁଡ଼ରୁ ବଞ୍ଚିବା ପାଇଁ ବାଟ ହୁଡ଼ିଗଲେ । ଶେଷରେ ଆନ୍ତଃ ରାଜ୍ୟ ଲୁଟେରାଙ୍କ ବାଟ ଓଗାଳିଲା ନଦୀ ଉପର ବାଉଁଶ ପୋଲ । ବାଉଁଶ ପୋଲ ଉପରେ ଗାଡି ଛାଡି ଫେରାର ହୋଇଗଲେ ଲୁଟେରା । ଏଭଳି ଘଟଣା ଘଟିଛି ଖୁଣ୍ଟା ଥାନା ରାଣୀବନ୍ଧ ଗଙ୍ଗାହାର ପୋଲ ଉପରେ ।

ଅଧିକ ପଢନ୍ତୁ ଓଡ଼ିଶା ଖବର

ଗଙ୍ଗାହାର ବାଉଁଶ ପୋଲ ଉପରେ ଗାଡି ନ ପାର କରି ଲୁଟେରାମାନେ ଏକ ବ୍ରିଜା ଗାଡି ଛାଡି ଫେରାର ହୋଇଯାଇଛନ୍ତି । ବ୍ରିଜା ଗାଡିରେ ରହିଛି ଗ୍ୟାସ କଟର, ସ୍ପ୍ରେ ଏବଂ ମାସ୍କ, ତତସହିତ ରହିଛି ଲୁଟେରାଙ୍କ ପିନ୍ଧା ପ୍ୟାଣ୍ଟସାର୍ଟ । ଗତକାଲି ରାତିରେ ସୋର ଥାନା ଅଞ୍ଚଳର ୨ ଗୋଟି ଏଟିଏମରୁ ଲୁଟ ହୋଇଥିବା ବେଳେ ବୋଧ ହୁଏ ଏହି ଆନ୍ତରାଜ୍ୟ ଲୁଟେରାମାନେ । ସେଠାରୁ ଲୁଟ କରି ଖସି ଆସିଥିଲେ ଏବଂ ବାଟ ଭୁଲି ବାଉଁଶ ପୋଲ ଉପରେ ଗାଡି ଚଢାଇ ଦେଇଥିଲେ । ହେଲେ ଗାଡି ନ ପାର ହେବାରୁ ଗାଡି ଛାଡି ୫ ରୁ ଅଧିକ ଲୁଟେରା ଖସି ଯାଇଛନ୍ତି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଏହା ସହିତ ଏହି ଲୁଟେରାଙ୍କ ଅନ୍ୟ ଏକ ଦଳ ଏକ ବୋଲେରୋ ଗାଡିରେ ମଧ୍ୟ ରହିଥିବା ବେଳେ ଗତକାଲି ରାତିରେ ପୋଲିସ ଉଭୟ ଗାଡିକୁ ଧରିବାକୁ ଚେଷ୍ଟା କରିଥିବା ବେଳେ ଲୁଟେରାମାନେ ପୋଲିସକୁ ଚକମା ଦେଇ ଖସି ଯାଇଛନ୍ତି । ଲୁଟେରାମାନେ ବ୍ୟବହାର କରିଥିବା ବ୍ରିଜା ଗାଡିର ନମ୍ବର ଝାଡ଼ଖଣ୍ଡ ଅଞ୍ଚଳର ହୋଇଥିବାରୁ ଲୁଟେରା ମାନେ ଆନ୍ତଃରାଜ୍ୟ ଲୁଟେରା ହୋଇଥିବା ଏବଂ ଏଟିଏମ ଲୁଟ କରୁଥିବା ପୋଲିସ ଅନୁମାନ କରିଛି । ଖୁଣ୍ଟା ପୋଲିସ ଗାଡିକୁ ଜବତ କରି ଥାନାକୁ ଆଣି ତଦନ୍ତ ଆରମ୍ଭ କରିଛି ।
 

Sponsored
୧୨ ଲକ୍ଷ ଟଙ୍କାର ଗାଡ଼ି ଛାଡ଼ି ପଳାଇଲେ ଲୁଟେରା | Argus News