Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

କାର୍ଣ୍ଣିଭାଲ ସୋରେ ଦୁଲୁକିଲା ବାରିପଦା ସହର

Jitendra Dash
Browse all articles by Jitendra Dash
·2 years ago·1 min read
କାର୍ଣ୍ଣିଭାଲ ସୋରେ ଦୁଲୁକିଲା ବାରିପଦା ସହର

ଅର୍ଗସ ବ୍ୟୁରୋ : ଆରମ୍ଭ ହେଲା ମୟୁରଭଞ୍ଜ ମହୋତ୍ସବ ୨୦୨୩ । ପାରମ୍ପାରିକ ଶୋଭାଯାତ୍ରା ତଥା କାର୍ଣ୍ଣିଭାଲ ସୋରେ ଦୁଲୁକିଲା ବାରିପଦା ସହର । ମୟୂରଭଞ୍ଜର କଳାସଂସ୍କୃତି, ସ୍ଥାପତ୍ୟର ଗାଥା ବଖାଣୁଥିବା ମୟୂରଭଞ୍ଜ ମହୋତ୍ସବ ଚଳିତବର୍ଷ ଷଷ୍ଠ ସଂସ୍କରଣରେ ପଦାର୍ପଣ କରିଛି । ଆଜି ପ୍ରଥମ ଦିବସରେ ଦ୍ବିତୀୟ ଶ୍ରୀକ୍ଷେତ୍ର ବାରିପଦା ଜଗନ୍ନାଥ ମନ୍ଦିର ନିକଟରୁ ଜିଲ୍ଲାର ୧୨ଟିରୁ ଅଧିକ ଆଦିବାସୀ ପାରମ୍ପରିକ ନୃତ୍ୟଦଳ ଏହି କାର୍ଯ୍ୟକ୍ରମରେ ଭାଗନେଇ କାର୍ଣ୍ଣିଭାଲର ଶୋଭାକୁ କୋଳାହଳମୟ କରିଥିଲେ । 

ଅଧିକ ପଢନ୍ତୁ ଓଡ଼ିଶା ଖବର

ନଭେମ୍ବର ୧୧ ତାରିଖ ଯାଏଁ ଚାଲିବାକୁ ଥିବା ଏହି କାର୍ଯ୍ୟକ୍ରମରେ ଜିଲ୍ଲାର କୋଣ ଅନୁକୋଣରୁ କଳା ସଂସ୍କୃତି ଓ ଐତିହ୍ୟକୁ ସ୍ଥାନ ଦିଆଯାଇଛି । ଏଥିପାଇଁ ସଜେଇ ହୋଇଛି ବାରିପଦାର ଐତିହାସିକ ଛଉପଡ଼ିଆ । ପୂର୍ଣ୍ଣାଙ୍ଗ ରୂପ ନେଇଛି ବିଶ୍ବବିଖ୍ୟାତ ମା’ କିଚେକେଶ୍ଵରୀଙ୍କ ମନ୍ଦିରର ପ୍ରତିକୃତି । ପ୍ରତିଦିନ ସନ୍ଧ୍ୟା ୬ ଟା ଠାରୁ ରାତି ୧୧ଟା ପର୍ଯ୍ୟନ୍ତ ହେବାକୁ ଥିବା ସଂସ୍କୃତିକ କାର୍ଯ୍ୟକ୍ରମରେ ଯୋଗ ଦେବେ ବୋଲିଉଡ଼ ଓ ଓଲିଉଡର ଅନେକ ନାମିଦାମୀ କଳାକାର ଯୋଗଦେବା ନେଇ ସୂଚନା ଦେଇଛନ୍ତି ଆୟୋଜକ । ଆଜିର କାର୍ଯ୍ୟକ୍ରମରେ ଜିଲ୍ଲାର ୪ ଉପଖଣ୍ଡରୁ ମହୋତ୍ସବ ଶତାଧିକ ସଦସ୍ୟ ଯୋଗଦାନ କରିଥିଲେ । 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Mayurbhanj Mahotsav | Argus News