Videos
|
Odisha

Suspicious Death / ଘରେ ମଶାରୀ ଭିତରେ ମାଆର ମୃତଦେହ; କେନାଲରେ ଭାସୁଛି ଦିବ୍ୟାଙ୍ଗ ଝିଅ

Sushanta Sahoo
Browse all articles by Sushanta Sahoo
·1 hour ago·2 min read
ଘରେ ମଶାରୀ ଭିତରେ ମାଆର ମୃତଦେହ; କେନାଲରେ ଭାସୁଛି ଦିବ୍ୟାଙ୍ଗ ଝିଅ
Mother and Disabled Daughter Found Dead

Key Points

କେନାଲ କଡ଼ କୁଡ଼ିଆ ଭିତରେ ମଶାରୀରେ ପଡ଼ିଛି ମାଆର ମୃତଦେହ । ଆଉ କୁଡ଼ିଆ ସମ୍ମୁଖ କେନାଲରେ ଭାସୁଛି ଦିବ୍ୟାଙ୍ଗ ଝିଅର ଶବ । ମାଆଝିଅ ଉଭୟଙ୍କୁ କେହି ହତ୍ୟା କରିଥିବା ସନ୍ଦେହ କରାଯାଉଛି ।
ଉଦଳା (ମୟୂରଭଞ୍ଜ): ମାଆଝିଅଙ୍କ ସନ୍ଦେହଜନକ ମୃତ୍ୟୁ । ହତ୍ୟା କରାଯାଇଥିବା ସନ୍ଦେହ । କେନାଲ କଡ଼ କୁଡ଼ିଆ ଭିତରେ ମଶାରୀରେ ପଡ଼ିଛି ମାଆର ମୃତଦେହ । ଆଉ କୁଡ଼ିଆ ସମ୍ମୁଖ କେନାଲରେ ଭାସୁଛି ଦିବ୍ୟାଙ୍ଗ ଝିଅର ଶବ । ମାଆଝିଅ ଉଭୟଙ୍କୁ କେହି ହତ୍ୟା କରିଥିବା ସନ୍ଦେହ କରାଯାଉଛି ।

ଉଦଳା ଥାନା ଅନ୍ତର୍ଗତ ଦିବ୍ୟସିଂହପୁର ଗାଁର ଏହି ଘଟଣା ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି । ଦିବ୍ୟସିଂପୁର ଗାଁ ଅନ୍ଵେଷା ହଷ୍ଟେଲ ନିକଟ କେନାଲରେ ମୃତଦେହ ପଡ଼ିଥିବା ସ୍ଥାନୀୟ ଲୋକେ ଦେଖିବାକୁ ପାଇଥିଲେ । ପାଖକୁ ଯିବାରୁ ନିକଟରେ ଥିବା କୁଡ଼ିଆରୁ ଦୁର୍ଗନ୍ଧ ଆସିଥିଲା ।

ଏଥିସହ ପଢ଼ନ୍ତୁ: ମାଲେରେ ଭାରତୀୟ ହୀରା ବ୍ୟବସାୟୀଙ୍କୁ ଅପହରଣ; ₹୪୪ କୋଟି ଦେବା ପରେ ଛାଡ଼ିଲେ 

ଏନେଇ ଗାଁ ଲୋକେ ପୋଲିସକୁ ଖବର ଦେଇଥିଲେ । ଉଦଳା ଥାନା ପୋଲିସ ପହଞ୍ଚି ଘର ଭିତରୁ ମହିଳାଙ୍କ ଗଳିତ ମୃତଦେହ ସହ କେନାଲରୁ ଦିବ୍ୟାଙ୍ଗର ଝିଅର ଶବ ଉଦ୍ଧାର କରିଛି । ମୃତକ ହେଉଛନ୍ତି ଫୁଲମଣି ହେମ୍ବ୍ରମ ଏବଂ ତାଙ୍କର ଦିବ୍ୟାଙ୍ଗ ନାବାଳିକା ଝିଅ ।

ମୃତ ଫୁଲମଣିଙ୍କ ପୁତୁରା ମୋହନ ଟୁଡୁ କହିଛନ୍ତି, 'ଝିଅ ଶାରିରୀକ ଅକ୍ଷମ ଥିଲା । ମାଉସୀ ପର ଘରେ କାମ କରି ଚଳେ । କାହା ଘରକୁ କାମ କରିବାକୁ ଗଲେ ମାଉସୀ, ଝିଅକୁ ସାଙ୍ଗରେ ନେଇ ଯାଇଥାଏ । କେମିତି ମୃତ୍ୟୁ ହେଲା ଜାଣିନୁ ।'

ତେବେ ଫୁଲମଣି ରହୁଥିବା କୁଡ଼ିଆ ଭିତରେ ସମସ୍ତ ଜିନିଷ ଏଣେତେଣେ ପଡ଼ିଛି । ପୂର୍ବରୁ ମୃତ ଫୁଲମଣିଙ୍କ ଜମିବାଡ଼ି ବିବାଦ ରହିଥିଲା । ଏଥିସହ ଗତ ମେ ମାସରେ କୁକୁର ପାଇଁ ଫୁଲମଣି ଓ ତାଙ୍କ ଦିବ୍ୟାଙ୍ଗ ଝିଅ ଉପରେ ଆକ୍ରମଣ କରିଥିଲେ ଗ୍ରାମବାସୀ । ଯେଉଁ ମାମଲା ଥାନାରେ ମଧ୍ୟ ପହଞ୍ଚିଥିଲା ।

ତେଣୁ କେହି ଅତି ବିଭତ୍ସ ଭାବେ ମାଆ ସହ ଦିବ୍ୟାଙ୍ଗ ଝିଅକୁ ହତ୍ୟା କରିଥିବା ସନ୍ଦେହ କରାଯାଉଛି । ପୋଲିସ ସହ ସାଇଣ୍ଟିଫିକ୍ ଟିମ୍ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ବେଳେ ମୃତ୍ୟୁର ପ୍ରକୃତ କାରଣ ସ୍ପଷ୍ଟ ହୋଇ ନାହିଁ ।

ଏଥିସହ ପଢ଼ନ୍ତୁ: ପୁଣି ରାଜଧାନୀରେ ହତ୍ୟାକାଣ୍ଡ; ଘରୋଇ କଳିରୁ ହୋଇଛି ଭୟଙ୍କର ହତ୍ୟା 

ସ୍ଥାନୀୟ ବାସିନ୍ଦା ରାଜ କିରଣ ରାଉତ କହିଛନ୍ତି, 'ଜମି ବାଡ଼ି ବିବାଦକୁ ନେଇ ମାଉସୀ ଜଣଙ୍କ ଝିଅକୁ ନେଇ ବାରମ୍ବାର ଉଦଳା ଯାଇଥାନ୍ତି । ହୁଏତ ସେହି ବିବାଦରୁ ମାଆଝିଅଙ୍କୁ କେହି ହତ୍ୟା କରିଥାଇ ପାରନ୍ତି ।' ଫୁଲମଣି ଓ ତାଙ୍କ ଦିବ୍ୟାଙ୍ଗ ଝିଅଙ୍କ ମୃତଦେହ ଅଲଗା ଅଲଗା ସ୍ଥାନରୁ ମିଳିଥିବାରୁ ସନ୍ଦେହ ବଢ଼ୁଛି । ପୋଲିସର ତଦନ୍ତ ପରେ ହିଁ ସବୁ ରହସ୍ୟ ଉପରୁ ପରଦା ଉଠିବ ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: