Wall Collapse / ଲଗାଣ ବର୍ଷାରୁ ଅଘଟଣ; ଶୋଇଥିବା ବେଳେ ଦମ୍ପତିଙ୍କ ଉପରେ ଭୁଶୁଡ଼ିଲା କାନ୍ଥ
·1 hour ago·2 min read

Key Points
ରାତିରେ ଶୋଇଥିବା ବେଳେ ଦମ୍ପତିଙ୍କ ଉପରେ କାନ୍ଥ ଭୁଶୁଡ଼ି ପଡ଼ିଛି । ଏହି ଅଘଟଣାରେ ସ୍ତ୍ରୀର ମୃତ୍ୟୁ ହୋଇଥିବା ବେଳେ ଗୁରୁତର ଆହତ ହୋଇଛନ୍ତି ସ୍ଵାମୀ ।
ବାରିପଦା: ଲାଗି ରହିଛି ଲଗାଣ ବର୍ଷା । ବଢ଼ି ପାଣି ଘେରରେ ଘର । ମୟୂରଭଞ୍ଜ ଜିଲ୍ଲାରେ ଲଗାଣ ବର୍ଷା ଲାଗି ରହିଥିବା ବେଳେ ଅଘଟଣ ଘଟିଛି । ରାତିରେ ଶୋଇଥିବା ବେଳେ ଦମ୍ପତିଙ୍କ ଉପରେ କାନ୍ଥ ଭୁଶୁଡ଼ି ପଡ଼ିଛି । ଏହି ଅଘଟଣାରେ ସ୍ତ୍ରୀର ମୃତ୍ୟୁ ହୋଇଥିବା ବେଳେ ଗୁରୁତର ଆହତ ହୋଇଛନ୍ତି ସ୍ଵାମୀ ।
ସୂଚନା ଅନୁସାରେ, ବାଦାମପାହାଡ଼ ଥାନା ଅନ୍ତର୍ଗତ ଛୁଆଁପାଣି ପଞ୍ଚାୟତ ଛଣୁଆ ଗାଁରେ ରାତିରେ ପରିବାର ଉପରେ କାନ୍ଥ ଭୁଶୁଡ଼ି ପଡ଼ିଛି । ମୃତ ମହିଳା ହେଉଛନ୍ତି ୫୦ ବର୍ଷୀୟ ହେମଲତା ମହାନ୍ତ । ସ୍ଵାମୀ ବୀର ଭଦ୍ର ମହାନ୍ତଙ୍କୁ ଗୁରୁତର ଅବସ୍ଥାରେ ରାଇରଙ୍ଗପୁର ମେଡିକାଲ୍ରେ ଭର୍ତ୍ତି କରାଯାଇଛି ।
ଏଥିସହ ପଢ଼ନ୍ତୁ: ୨୪ ଘଣ୍ଟାରେ ମାଡ଼ି ଆସୁଛି ପ୍ରବଳ ବର୍ଷା, ୩ ଜିଲ୍ଲାକୁ ଅରେଞ୍ଜ ଆଲର୍ଟ
ଦିନକ ତଳେ ବାଲେଶ୍ଵରରେ ସମାନ ଅଘଟଣ ଘଟିଥିଲା । ଶୋଇଥିବା ବେଳେ ଆଖି ବୁଜିଥିଲେ ଆଈ, ନାତି । ଜଳେଶ୍ଵର ଥାନା ଅଞ୍ଚଳରେ ରାତିରେ ମାଟି କାନ୍ଥ ଭୁଶୁଡ଼ି ପଡ଼ିଥିଲା । କାନ୍ଥ ଧସିବାରୁ ଆଈ, ନାତିଙ୍କ ମୃତ୍ୟୁ ହୋଇଥିବା ବେଳେ ନାତୁଣୀ ଗୁରୁତର ହୋଇ ପଡ଼ିଥିଲା ।
ମନ୍ତ୍ରୀଙ୍କ ସମୀକ୍ଷା
ଜିଲ୍ଲାରେ ଲଗାଣ ବର୍ଷା ଯୋଗୁଁ ବିଭିନ୍ନ ନଦୀ ନାଳ ଗୁଡିକରେ ବନ୍ୟାର ଆଶଙ୍କା ଦେଖାଯାଇଛି । ଯଶୀପୁର, ରରୁଆଁ, ଶୁକୃଳି ଓ କୁସୁମୀ ବ୍ଲକ ଅଞ୍ଚଳର ନଦୀ ନାଳ ଗୁଡ଼ିକ ଫୁଲୁଛି । ବନ୍ୟାର ଆଶଙ୍କା ଥିବାରୁ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆଙ୍କ ଅଧ୍ୟକ୍ଷତାରେ ସମୀକ୍ଷା ବୈଠକ ବସିଛି ।
ଯଶୀପୁର ପଞ୍ଚାୟତ ସମିତି ସମ୍ମିଳନୀ କକ୍ଷରେ ଅଧିକାରୀଙ୍କୁ ନେଇ ମନ୍ତ୍ରୀ ସମୀକ୍ଷା ବୈଠକ କରିଛନ୍ତି । ଲୋକଙ୍କୁ ଜରୁରୀକାଳୀନ ସେବା ଯୋଗାଇ ଦେବାକୁ ମନ୍ତ୍ରୀ ବିଭାଗୀୟ ଅଧିକାରୀମାନଙ୍କୁ ପରାମର୍ଶ ଦେଇଛନ୍ତି ।
୨୪ ଘଣ୍ଟାରେ ପ୍ରବଳ ବର୍ଷା
ଆସନ୍ତା ୨୪ ଘଣ୍ଟା ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ଼ ଜିଲ୍ଲାକୁ ପ୍ରବଳ ବର୍ଷା ନେଇ ଅରେଞ୍ଜ ଆଲର୍ଟ ଓ ବଲାଙ୍ଗିର, ସୁବର୍ଣ୍ଣପୁର, ସମ୍ବଲପୁର, ଦେବଗଡ଼, କେନ୍ଦୁଝର ଜିଲ୍ଲାକୁ ବିଜୁଳି ଘଡ଼ଘଡ଼ି ସହ ପ୍ରବଳ ବର୍ଷା ନେଇ ଜାରି ହୋଇଛି ୟେଲୋ ଆଲର୍ଟ । ରାଜ୍ୟରେ ୨୨ ତାରିଖ ଯାଏଁ ବର୍ଷା ଜାରି ରହିବ ।
ଏଥିସହ ପଢ଼ନ୍ତୁ: ଶୋଇଥିବା ବେଳେ କାନ୍ଥ ଭୁଶୁଡ଼ି ଆଈ, ନାତି ମୃତ; ନାତୁଣୀ ଗୁରୁତର
ଓଡ଼ିଶା ଉପକୂଳରେ ମେଘୁଆ ପାଗ ସହ ୪୫ରୁ ୫୫ କିମି ବେଗରେ ପବନ, ଏପରିକି ସର୍ବାଧିକ ୬୫ କିମି ବେଗରେ ପବନ ବହିବାର ସମ୍ଭାବନାକୁ ନେଇ ସମୁଦ୍ର ଅସାନ୍ତ ରହିବ । ତେଣୁ ଆଜି ପାଇଁ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ମଧ୍ୟକୁ ଯିବାକୁ ବାରଣ କରାଯାଇଛି ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories