Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଏଭଳି ଘଟଣା ଦେଖିବାକୁ ମିଳିଛି ଢେଙ୍କାନାଳ ମୁଖ୍ୟ ଚିକିତ୍ସାଳୟରେ

Jitendra Dash
Browse all articles by Jitendra Dash
·2 years ago·1 min read
ଏଭଳି ଘଟଣା ଦେଖିବାକୁ ମିଳିଛି ଢେଙ୍କାନାଳ ମୁଖ୍ୟ ଚିକିତ୍ସାଳୟରେ

ଅର୍ଗସ ବ୍ୟୁରୋ : ନିଜର ରୋଗ ଦେଖେଇବା ପାଇଁ ଲିଫ୍ଟ ସାହାଯ୍ୟରେ ଯାଉଥିବା ବେଳେ ଲିଫ୍ଟରେ ଅଟକି ଗଲେ ରୋଗି ଓ ସମ୍ପର୍କୀୟ । ବିଶ୍ୱସ୍ତରୀୟ ଢେଙ୍କାନାଳ ମୁଖ୍ୟ ଚିକିତ୍ସାଳୟରେ ଗତକାଲି ଏ ଭଳି ଘଟଣା ଦେଖିବାକୁ ମିଳିଛି । ରୋଗି ମାନେ ଯାଉଥିବା ବେଳେ ହଠାତ ଲିଫ୍ଟଟି ଅଚଳ ହୋଇପଡ଼ିଥିଲା । ଫଳରେ ଲିଫ୍ଟ ଦୀର୍ଘ ସମୟ ଧରି ଅଟକି ରହିଥିଲା । 

ଲିଫ୍ଟ ଭିତରେ ଫସି ରହିଥିବା ମହିଳା ଏବଂ ଶିଶୁଙ୍କ ଅବସ୍ଥା ଶୋଚନୀୟ ହୋଇପଡିଥିଲା । ସେମାନେ ଅତ୍ୟନ୍ତ ମାତ୍ରାରେ ଭୟଭୀତ ହୋଇପଡ଼ିଥିଲେ । ଏ ଘଟଣା ଢ଼େଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ନୂଆ ନୁହେଁ । ପୂର୍ବରୁ ଏମିତି ଅନେକ ଥର ଲୋକେ ଅଟକି ରହିବା ସହ ତଳେ କଚାଡି ହୋଇପଡ଼ି ଗୁରୁତର ହୋଇଛନ୍ତି ଅନେକ ଲୋକେ । 

ଅଧିକ ପଢନ୍ତୁ ଓଡ଼ିଶା ଖବର

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ବାରମ୍ବାର ଅଭିଯୋଗ କରିବା ପରେ ଲିଫ୍ଟର ସଠିକ ଭାବରେ ମରାମତି କରାଯାଉନାହିଁ । କେତେବେଳେ ଗୋଟିଏ ଚାଲୁଛି ତ ଆଉ କେତେବଳେ ଦୁଇଟି ।ଏମିତିକି ବେଳେ ସଂପୂର୍ଣ୍ଣ ଲିଫ୍ଟ ବନ୍ଦ ହେଇଯାଉଛି । ଯାହାକୁ ନେଇ ଆସୋନ୍ତଶ ଦେଖାଦେଇଛି ।

Sponsored
medical lift issues | Argus News