Videos
|
Odisha

Abhijit Majumdar / ଭେଣ୍ଟିଲେଟର୍‌ରୁ ବାହାରଲେ ଅଭିଜିତ୍ ମଜୁମଦାର, ICU ବେଡ୍‌ରେ ଚାଲିଛି ଦାଦାଙ୍କ ଚିକିତ୍ସା

Santosh Kumar Sahoo
Browse all articles by Santosh Kumar Sahoo
·11 months ago·1 min read
ଭେଣ୍ଟିଲେଟର୍‌ରୁ ବାହାରଲେ ଅଭିଜିତ୍ ମଜୁମଦାର, ICU ବେଡ୍‌ରେ ଚାଲିଛି ଦାଦାଙ୍କ ଚିକିତ୍ସା

Key Points

ସୁସ୍ଥ ହେଉଛନ୍ତି ମେଲୋଡି କିଙ୍ଗ୍ । ଭେଣ୍ଟିଲେଟର୍‌ରୁ ବାହାରଲେ ଅଭିଜିତ ମଜୁମଦାର । ଆଇସିୟୁ ବେଡ୍‌ରେ ଚାଲିଛି ଦାଦାଙ୍କ ଚିକିତ୍ସା ।

ଦୁର୍ଗାପୂଜା ପୂର୍ବରୁ ସଙ୍ଗୀତ ପ୍ରେମୀଙ୍କ ପାଇଁ ଖୁସି ଖବର । ସୁସ୍ଥ ହେଉଛନ୍ତି ଲୋକପ୍ରିୟ ସଙ୍ଗୀତ ନିର୍ଦ୍ଦେଶକ ଅଭିଜିତ୍ ମଜୁମଦାର । ଭେଣ୍ଟିଲେଟର୍‌ରୁ ବାହାରକୁ ଆସିଲେ ମେଲୋଡି କିଙ୍ଗ୍‌ । ଏବେ ଆଇସିୟୁ ବେଡ୍‌ରେ ଦାଦାଙ୍କ ଚିକିତ୍ସା ଚାଲିଛି । ପୂର୍ବରୁ ଅଭିଜିତଙ୍କ ସ୍ୱାସ୍ଥ୍ୟବସ୍ଥା ସଙ୍କଟାପନ୍ନ ରହିଥିବା ବେଳେ ଏବେ ସେଥିରେ ସୁଧାର ଆସିଛି । ଧୀରେ ଧୀରେ ତାଙ୍କ ସ୍ବାସ୍ଥ୍ୟାବସ୍ଥାରେ ସୁଧାର ଆସୁଛି ବୋଲି ଏମ୍ସ ପକ୍ଷରୁ ସୂଚନା ଦିଆଯାଇଛି ।


ଅଧିକ ପଢ଼ନ୍ତୁ: ମହାନଦୀ ପାଇଁ ବଡ଼ ପ୍ଲାନ୍, ଖର୍ଚ୍ଚ ହେବ ୧୬୦ କୋଟି; ଉପକୃତ ହେବ ଉପକୂଳ ସମେତ ପଶ୍ଚିମ ଓଡ଼ିଶାର ଜିଲ୍ଲା


ସୂଚନା ଅନୁସାରେ ଶରୀରରେ ସୋଡିୟମ ଲେବୁଲ କମିଯିବାରୁ ତାଙ୍କୁ କିଛି ଦିନ ତଳେ ପ୍ରଥମେ କଟକର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ପ୍ରାୟ ଏକ ସପ୍ତାହ ଧରି ତାଙ୍କ ଚିକିତ୍ସା ଜାରି ରହିଥିଲା । ଏହାପରେ ତାଙ୍କ ସ୍ବାସ୍ଥ୍ୟବସ୍ଥା ଗୁରୁତର ହେବାରୁ ତାଙ୍କୁ ଭୁବନେଶ୍ବର ଏମ୍ସକୁ ସ୍ଥାନାନ୍ତର କରାଯାଇଥିଲା । ସେଠାରେ ଏକ ସ୍ବତନ୍ତ୍ର ଡାକ୍ତରୀ ଦଳ ତାଙ୍କୁ ଚିକିତ୍ସା କରୁଛନ୍ତି । 


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories