Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News -  ବିଧାନସଭାରେ ବିଜେଡ଼ି ସରକାରର ଗୁମର ଖୋଲିଲେ ପଂଚାୟତିରାଜ ମନ୍ତ୍ରୀ

Odisha

 ବିଧାନସଭାରେ ବିଜେଡ଼ି ସରକାରର ଗୁମର ଖୋଲିଲେ ପଂଚାୟତିରାଜ ମନ୍ତ୍ରୀ

Swayangprajna Mishra
Browse all articles by Swayangprajna Mishra
·1 year ago·3 min read
 ବିଧାନସଭାରେ ବିଜେଡ଼ି ସରକାରର ଗୁମର ଖୋଲିଲେ ପଂଚାୟତିରାଜ ମନ୍ତ୍ରୀ

Key Points

  • ପାଣିକଷ୍ଟ ପଛରେ ମଲେଇଖିଆ ଅଣଓଡ଼ିଆ ଠିକାଦାର
  • ପାନୀୟ ଜଳ ଯୋଗାଣକୁ ନେଇ ପ୍ରଶ୍ନକାଳରେ ତମ୍ଭିତୋଫାନ
  •  ବିଧାନସଭାରେ ବିଜେଡ଼ି ସରକାରର ଗୁମର ଖୋଲିଲେ ପଂଚାୟତିରାଜ ମନ୍ତ୍ରୀ
  • କହିଲେ ପୂର୍ବ ସରକାରରେ ଲୋକଙ୍କୁ ପାଣିକଷ୍ଟରେ ରଖି ଠିକାଦାର ମାନଙ୍କୁ ମଲେଇ ଖାଇବାକୁ ଦିଆଯାଇଥିଲା ସୁଯୋଗ
  • ଗତ ନିର୍ବାଚନରେ ବିଜେଡିର ମହିଳା ଭୋଟ୍ ଭାଙ୍ଗିବାର ବଡ଼ କାରଣ ଥିଲା ପିଇବା ପାଣି
  • ପୂର୍ବ ବିଜେଡି ସରକାରର କାର୍ଯ୍ୟକୁ ନେଇ ଉଦବେଗ ପ୍ରକାଶ କରି ବିସ୍ଫୋରଣ କଲେ ଖୋଦ ଦଳୀୟ ବିଧାୟକ ବଦ୍ରୀ ପାତ୍ର
  • କହିଲେ ପାନୀୟ ଜଳ ଯୋଗାଇବାର ପ୍ରତିଶ୍ରୁତି ଦେଇ କାମ ନକରିବାରୁ ଅନେକ ବିଧାୟକ ହାରିଗଲେ
  • ପ୍ରଶ୍ନ ତତ୍କାଳୀନ ମନ୍ତ୍ରୀ ପ୍ରତାପ ଜେନା ଓ ପ୍ରଦୀପ ଅମାତଙ୍କ ହାତର ଦାୟିତ୍ୱ ଥିଲା ନା ନିଷ୍ପତ୍ତି ସବୁ ତୃତୀୟ ମହଲାରୁ ନିଆଯାଉଥିଲା ?
  • ଦକ୍ଷିଣି କମ୍ପାନୀ ମାନେ ଟେଣ୍ଡର ପାଇଥିଲେ ନା ସିଂହଭାଗ ଚାନ୍ଦା ଆଦାୟ କରି ଅନୁକମ୍ପା ଦେଖାଯାଇଥିଲା ?
  • ବିଜେଡି ବିଧାୟକ ଗଣେଶ୍ବର ବେହେରା କହିଲେ ମଲେଇ ଖାଇଥିବା ଲୋକଙ୍କୁ ବାନ୍ଧ ହେଲେ ତାଙ୍କୁ ଦେଇଥିଲା କିଏ ?

ଅର୍ଗସ ବ୍ୟୁରୋ : ମଲେଇ ଖାଇ ଠିକାଦାର ପାର। ପିଇବା ପାଣି ମୁନ୍ଦେ ପାଇଁ ଜନତା ହନ୍ତସନ୍ତ । ବିଧାନସଭାର ପ୍ରଶ୍ନ କାଳରେ ପାନୀୟ ଜଳ ଯୋଗାଣ ପ୍ରସଙ୍ଗ ଆଲୋଚନା ବେଳେ ବିଜେଡ଼ି ସରକାର ର ଗୁମର ଖୋଲିଲେ ପଂଚାୟତିରାଜ ଏବଂ ପାନୀୟ ଜଳ ମନ୍ତ୍ରୀ ରବି ନାଏକ । ବିଜେଡ଼ି ବିଧାୟକ ସୌଭିକ ବିଶ୍ଵାଳଙ୍କ ପ୍ରଶ୍ନରେ ଆଜି ଏମିତି ଉତ୍ତର ରଖିବା ବେଳେ ମନ୍ତ୍ରୀ କହିଛନ୍ତି ଯେ ପାନୀୟ ଜଳ ପ୍ରକଳ୍ପ ରେ ବାହାର ରାଜ୍ଯର ଠିକା ଦାର ମାନେ ଅହେତୁକ ବିଳମ୍ବ କରିଛନ୍ତି । ଯେଉଁ ଠିକାଦାର ଙ୍କ ସହିତ ବିଜେଡ଼ି ସରକାର ବୁଝାମଣା ପତ୍ର ସ୍ଵାକ୍ଷର କରିଥିଲେ ସେଥିରୁ 58 ପ୍ରତିଶତ ଟଙ୍କା ଉଠାଇ ପଳାଇଛନ୍ତି ।  କେବଳ ପାଇପ୍ ବିଛା କାମ ହୋଇଛି। ସେଥିପାଇଁ ପାନୀୟ ଜଳ ପ୍ରକଳ୍ପ କାମ ବିଳମ୍ବ ହେଉଛି। ବିଭାଗ ବହୁତ ପରିଶ୍ରମ କରୁଛି, ଖୁଵ ଶୀଘ୍ର ପାନୀୟ ଜଳ ପ୍ରକଳ୍ପ କାମ ସରିବ। ଖାଲି ମନ୍ତ୍ରୀ ନୁହଁ ଖୋଦ୍ ବିଜେଡି ର ବରିଷ୍ଠ ବିଧାୟକ ବଦ୍ରି ନାରାୟଣ ପାତ୍ର ମଧ୍ୟ ଏନେଇ ଉଦବେଗ ପ୍ରକାଶ କରି ବିସ୍ଫୋରଣ କରିଛନ୍ତି । ବଦ୍ରୀ କହିଛନ୍ତି ଗତ ସରକାର ରେ ନିର୍ବାଚନ ପୂର୍ବରୁ ପ୍ରତିଶ୍ରୁତି ଦେଇ ପାନୀୟ ଜଳ ପ୍ରକଳ୍ପ କାମ ଶେଷ କରାଗଲାନି। ଯେଉଁଥି ପାଇଁ ଅନେକ ବିଧାୟକ ଲୋକଙ୍କ ଆକ୍ରୋଶ ର ଶିକାର ହୋଇ ପରାଜିତ ହେଲେ। ସେହିପରି କଂଗ୍ରେସ ବିଧାୟକ ତାରା ବାହିନିପତି ମଧ୍ୟ ଏ ପ୍ରସଙ୍ଗ ରେ ବର୍ଷି ଛନ୍ତି ଗୃହରେ। 2016-17 ରେ ବୋରିଗୁମ୍ମା ବ୍ଲକର ମେଗା ପାନୀୟ ଜଳ ପ୍ରକଳ୍ପ ଆରମ୍ଭ ହୋଇଥିଲା। କିନ୍ତୁ ଆଜି ଯାଏଁ ସରିନି। ଯେଉଁଠି ପାଣି ଆସୁଛି, ପିଲା ପରିସ୍ରା ଠାରୁ ବି କମ୍ ପାଣି ଆସୁଛି।

ବିଧାନସଭାର ସରଗରମ ଆଲୋଚନା ଭିତରେ ଗ୍ରାଉଣ୍ଡ ରେ ସ୍ଥିତି ପରଖିଥିଲା ଅର୍ଗସ । ସୁବର୍ଣ୍ଣପୁର ଜିଲ୍ଲାର ଏହି ମେଗା ପାନୀୟ ଜଳ ପ୍ରକଳ୍ପ ଉପରେ ନଜର ପକାନ୍ତୁ । ଜିଲ୍ଲାରେ 6 ଟି ବ୍ଲକରେ 6 ଟି ପ୍ରକଳ୍ପ ଚାଲିଥିବାବେଳେ ତିନୋଟି ପ୍ରକଳ୍ପ ପ୍ରାୟ ୮୦ ପ୍ରତିଶତ କାମ ସରିଥିବାବେଳେ ଅନ୍ୟ ତିନୋଟି ପ୍ରକଳ୍ପ ମାତ୍ର ୩୦ ପ୍ରତିଶତରୁ କମ୍ କାମ ସରିଛି । ସେଥିପାଇଁ ବହୁ ସ୍ଥାନରେ ନଦୀ ଓ ଯୋର ର ମଇଳା ପାଣି ପିଇ ଲୋକେ ନାନା ରୋଗର ଶିକାର ହେଉଥିବା ମଧ୍ୟ ଅଭିଯୋଗ ହୋଇଛି । ସେହିପରି ପଦ୍ମପୁର ଉପଖଣ୍ଡର ପାଇକମାଳରେ ବି ସମାନ ସ୍ଥିତି । ପ୍ରତି ଘରକୁ ଘର ପାଣି ଷ୍ଟାଣ୍ଡ ପୋଷ୍ଟ ତିଆରି କରି ପାଣି ଯୋଗାଇବା ବ୍ୟବସ୍ଥା କରାଯାଇଛି ହେଲେ କରାଯାଉନାହିଁ ଜଳ ଯୋଗାଣ।ଅର୍ଦ୍ଧ ନିର୍ମିତ ଭାବେ ଘର ସମ୍ମୁଖରେ ପଡି ରହିଛି ଷ୍ଟାଣ୍ଡ ପୋଷ୍ଟ ପାଇପ। ଲୋକେ ପାଣି ପାଇଁ ରାସ୍ତା ରୋକ କରିବାକୁ ବାଧ୍ୟ ହୋଇଥିଲେ । 
ପାନୀୟ ଜଳ ଯୋଗାଣ ନାଁ ରେ ଓଡ଼ିଆ ଲୋକଙ୍କ ଟଙ୍କା ଖାଇ ଫେରାର ହୋଇ ଯାଇଥିବା ଅଣ ଠିକାଦାର ଙ୍କୁ କେବେ ସରକାର ବନ୍ଧୁଛନ୍ତି ଆଉ ସେମାନଙ୍କ ଠୁ ପେଟି ପେଟି ଟଙ୍କା ନେଇ କାମ ଦେଇଥିବା ଦୁର୍ନୀତି ଗ୍ରସ୍ତ ବାବୁ ଙ୍କୁ କେବେ ସରକାର ଧରୁଛନ୍ତି ତା ଉପରେ ସମସ୍ତଙ୍କ ନଜର

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Minister Panchayathiraj opened the mouth of the BJD government in the assembly | Argus News