Suresh Pujari On Flood / ଭାଙ୍ଗିଲା ବର୍ଷାର ରେକର୍ଡ; ବନ୍ୟାପାଣିରେ ବୁଡ଼ିଲା ୨୯୯ଟି ଗାଁ, ୧୮ଟି ସହରାଞ୍ଚଳ
·2 hours ago·2 min read

Key Points
ଗଞ୍ଜାମରେ ବାତ୍ୟା ‘ଅର୍ଣ୍ଣବ’ର ବିତ୍ପାତ
ରେକର୍ଡ ବର୍ଷା ପରେ ବନ୍ୟା ସ୍ଥିତି
ହେଲିକପ୍ଟର ମାଧ୍ୟମରେ ଉଦ୍ଧାର କାର୍ଯ୍ୟ ଜାରି
ସୂଚନା ଦେଲେ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ
ରେକର୍ଡ ବର୍ଷା ପରେ ବନ୍ୟା ସ୍ଥିତି
ହେଲିକପ୍ଟର ମାଧ୍ୟମରେ ଉଦ୍ଧାର କାର୍ଯ୍ୟ ଜାରି
ସୂଚନା ଦେଲେ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ
ଗଞ୍ଜାମ: ବାତ୍ୟା ‘ଅର୍ଣ୍ଣବ’ ପ୍ରଭାବରେ ଗଞ୍ଜାମ ଜିଲ୍ଲାରେ ବନ୍ୟା ସ୍ଥିତି ଗମ୍ଭୀର ହୋଇପଡ଼ିଛି । ବାତ୍ୟାଟି ଓଡ଼ିଶା ଛାଡ଼ି ଛତିଶଗଡ଼ ଆଡ଼କୁ ଅଗ୍ରସର ହୋଇଥିଲେ ବି ଏହାର ପ୍ରଭାବରେ ଜିଲ୍ଲାରେ ରେକର୍ଡ ପରିମାଣର ବର୍ଷା ହୋଇଛି । ପାତ୍ରପୁର ବ୍ଲକରେ ସର୍ବାଧିକ ୫୪୬ ମିଲିମିଟର ବର୍ଷା ରେକର୍ଡ କରାଯାଇଥିବା ବେଳେ ଏହା ଅତୀତର ସବୁ ରେକର୍ଡ ଭାଙ୍ଗିଛି । ଋଷିକୁଲ୍ୟା ନଦୀର ପାଣି ଅଟକାଇବା ପାଇଁ କୌଣସି ବିକଳ୍ପ ବ୍ୟବସ୍ଥା ନଥିବାରୁ ପୁରୁଷୋତ୍ତମପୁର ଠାରେ ନଦୀର ଜଳସ୍ତର ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି।
ପଢନ୍ତୁ ଏହି ଖବର: ଋଷିକୂଲ୍ୟାର ତାଣ୍ଡବ; ବନ୍ୟା ପାଣି ଦେଖିବାକୁ ଯାଇ ପାଣିରେ ବୁଡ଼ି ଯୁବକଙ୍କ ମୃତ୍ୟୁ
- ବନ୍ୟାରେ ୪୨,୫୦୦ରୁ ଊର୍ଦ୍ଧ୍ୱ ଲୋକ ପ୍ରଭାବିତ
- ହେଲିକପ୍ଟର ମାଧ୍ୟମରେ ଏୟାରଲିଫ୍ଟିଂ
ପଢନ୍ତୁ ଏହି ଖବର: ଋଷିକୂଲ୍ୟାର ତାଣ୍ଡବ; ବନ୍ୟା ପାଣି ଦେଖିବାକୁ ଯାଇ ପାଣିରେ ବୁଡ଼ି ଯୁବକଙ୍କ ମୃତ୍ୟୁ
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଗୋପାଳପୁରର ଗୋଠପାଟଣାଠାରେ ଏକ ନୋଡାଲ ଅଫିସ ଖୋଲାଯାଇ ଉଦ୍ଧାର କାର୍ଯ୍ୟର ତଦାରଖ କରାଯାଉଛି । ଗ୍ରାଉଣ୍ଡରେ ଉଦ୍ଧାର କାର୍ଯ୍ୟକୁ ଜୋରଦାର କରିବା ପାଇଁ ODRF ଟିମ୍ ସଂଖ୍ୟା ୨୭ରୁ ୫୨କୁ ଏବଂ ଅଗ୍ନିଶମ ଟିମ୍ ସଂଖ୍ୟା ୨୪ରୁ ୩୫କୁ ବୃଦ୍ଧି କରାଯାଇଛି । ଏହାସହ ୧୬ଟି ଅଧିକ ବୋଟ୍, ୨୫ଟି ବେସରକାରୀ ବୋଟ୍ ଏବଂ ବନ୍ୟାପାଣି ନିଷ୍କାସନ ପାଇଁ ୫ଟି ହାଇ-ପାୱାର ପମ୍ପ ଗଞ୍ଜାମ ପଠାଯାଇଛି। ଆଗକୁ ଗଞ୍ଜାମ ଜିଲ୍ଲା ପାଇଁ ବର୍ଷାଜନିତ ବଡ଼ ବିପଦର ଆଶଙ୍କା ନାହିଁ ବୋଲି ସୂଚନା ଦେଇଛନ୍ତି ରାଜସ୍ଵ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ।
Related Topics
Explore more stories