Videos
|
Odisha

Reel Obsession / ପୁଣି ରିଲ୍ସ ନେଇଗଲା ନାବାଳକଙ୍କ ଜୀବନ, ଏମିତି ଥିଲା ତାଙ୍କର ଶେଷ ରିଲ୍ସ...

Swoyang prajna Mishra
Browse all articles by Swoyang prajna Mishra
·10 months ago·2 min read
ପୁଣି ରିଲ୍ସ ନେଇଗଲା ନାବାଳକଙ୍କ ଜୀବନ, ଏମିତି ଥିଲା ତାଙ୍କର ଶେଷ ରିଲ୍ସ...

Key Points

ପୁଣି ରିଲ୍ସ ନେଇଗଲା ଜୀବନ
ଟ୍ରେନ ଲାଇନରେ ଛିଡା ହୋଇ କରୁଥିଲେ ରିଲ୍ସ
ଆଉ ତାପରେ....
ପୁଣି ରିଲ୍ସ କରି ଚାଲିଗଲା ଆଉ ଏକ ନାବାଳକର ଜୀବନ । ସାହାସିକତା ଦେଖାଇ ରିଲ୍ସ କରିବାର ନିଶା ପଡିଲା ମହଙ୍ଗା । ଆଉ ମାତ୍ର କେଇ ସେକେଣ୍ଡରେ ସବୁ କିଛି ଓଲଟ ପାଲଟ ହୋଇଗଲା । ଯେଉଁ ଭିଡିଓ ଦେଖିଲେ ଆପଣଙ୍କ ଛାତି ବି ଥରି ଉଠିବ ।

ଏହି ନାବାଳକ ଜଣକ ହେଉଛନ୍ତି ପୁରୀ ଵାସେଳି ସାହି ମଙ୍ଗଳାଘାଟର ବିଶ୍ବଜିତ ସାହୁ । ମା ଦକ୍ଷୀଣକାଳିଙ୍କୁ ଦର୍ଶନ କରି ଫେରିବା ପରେ ଚନ୍ଦନପୁର ଥାନା ଅଧିନ ଜାନକାଦେଇପୁର ଷ୍ଟେସନରେ ଏପରି ଭିଡିଓ କରିଥିଲେ । ତାଙ୍କ ସହ ଥିଲେ ଆଉ ଜଣେ ନାବାଳକ ଯିଏ ତାଙ୍କ ଭିଡିଓ କରୁଥିଲେ ।

ଅଧିକ ପଢନ୍ତୁ : ମେଳାରୁ ଫେରୁଥିବାବେଳେ ଧକ୍କା ଦେଲା ଟ୍ରେନ: ୪ ଜଣଙ୍କର ମୃତ୍ୟୁ

ରେଳ ଧାରଣାରେ ଛିଡା ହୋଇ ରିଲ୍ସ କରୁଥିବା ସମୟରେ ଦ୍ରୁତଗତିରେ ଆସୁଥିବା ଟ୍ରେନ ହଠାତ ପଛପଟୁ ଧକ୍କା ଦେଇଥିଲା ଟ୍ରେନ । ଯାହାଦ୍ଵାରା ତାଙ୍କ ପଛ ମୁଣ୍ଡରେ ଖୁବ ଜୋରରେ ଆଘାତ ଲାଗିଥିଲା । ଆଉ ତାଙ୍କ ଜୀବନ ଚାଲି ଯାଇଥିଲା ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଅଧିକ ପଢନ୍ତୁ : ରାସନ କାର୍ଡ ହିତାଧିକାରୀଙ୍କ ପାଇଁ ଖୁସି ଖବର: ଏମାନଙ୍କୁ ୫ କେଜି ଅଧିକ ଚାଉଳ ମିଳିବ

ତେବେ ଗାଁ ତଥା ଆଖପାଖ ଲୋକଙ୍କ କହିବା ମୁତାବକ ସେହି ନାବାଳକ ଜଣକ ଅନେକ ସମୟରେ ରିଲ୍ସ କରିଥାନ୍ତି । ବିଭିନ୍ନ ସ୍ଥାନକୁ ଯାଇଁ ରିଲ୍ସ କରିବାର ନିଶା ତାଙ୍କର ଥାଏ । ତେବେ ବର୍ତ୍ତମାନ ସେହି ନାବଳକ ଜଣକଙ୍କ ପାଖରେ ଥିବା ଅନ୍ୟ ନାବାଳକଙ୍କର କୌଣସି ପ୍ରତିକ୍ରିୟା ମିଳିପାରିନାହିଁ । ପୋଲିସ ଏନେଇ ଘଟଣାର ସଠିକ ତଦନ୍ତ କରୁଛି ।

ରିଲ୍ସ ନିଶା ଯୁବପିଢୀଠାରୁ ନେଇ ପିଲାଯାଏଁ ସମସ୍ତଙ୍କୁ ଘାରିଛି । ଅଧିକ ଲୋକପ୍ରିୟତା ହାସଲ କରିବା ନିଶାରେ ଅନେକ ବିପଦପୂର୍ଣ୍ଣ ସ୍ଥାନରେ କରୁଛନ୍ତି ରିଲ୍ସ । ଯେଉଁଥିରେ ଛୋଟଛୋଟ ପିଲାମାନେ ମଧ୍ୟ ଏମିତି ସ୍ଥାନରେ ରିଲ୍ସ କରିବାକୁ ପଛାଉ ନାହାନ୍ତି ।


Related Topics

Explore more stories

Reel Obsession | Minor boy death when making reels at railway track | Argus News