Videos
|
Odisha

ସମ୍ବଲପୁରରେ ଫୁଟିଲା ଗୁଳି, ଗୁଳିମାଡ଼ରେ ଦୋକାନ ମାଲିକ ଆହତ

Jitendra Dash
Browse all articles by Jitendra Dash
·2 years ago·1 min read
ସମ୍ବଲପୁରରେ ଫୁଟିଲା ଗୁଳି, ଗୁଳିମାଡ଼ରେ ଦୋକାନ ମାଲିକ ଆହତ

ଅର୍ଗସ ବ୍ୟୁରୋ : ସମ୍ବଲପୁର ସହର ମଝିରେ ଦିନ ଦୁହି ପହରରେ ସୁନା ଦୋକାନରୁ ଲୁଟ ସହ ଗୁଳି ଚାଳାନା ସମ୍ବଲପୁରର ଧନୁପାଲି ଛକରେ ଥିବା ଏକ ଗହଣା ଦୋକାନରେ ଆଜି ଫୁଟିଛି ଗୁଳି । ଲୁଟ୍ ଉଦ୍ଦେଶ୍ୟରେ ୬ ଜଣ ଦୁର୍ବୃତ୍ତ ଆସିଥିବା ବେଳେ ସେମାନଙ୍କ ଗୁଳିମାଡ଼ରେ ଦୋକାନ ମାଲିକ ଆହତ ହୋଇଛନ୍ତି । ଆଜି ଦିନ ଦ୍ୱିପ୍ରହରରେ ଏହି ଘଟଣା ଘଟିଛି । 

ସୂଚନା ଅନୁଯାୟୀ, ମୋଟ ୬ ଜଣ ଦୁର୍ବୃତ୍ତ ଆସିଥିଲେ। ସେମାନଙ୍କ ମଧ୍ୟରୁ ୨ ଜଣ ଦୋକାନ ଭିତରକୁ ପ୍ରବେଶ କରିଥିଲେ । ହେଲେ ଲୁଟ୍ କରି ପାରି ନଥିଲେ । ସେମାନଙ୍କ ଗୁଳିରେ ଦୋକାନ ମାଲିକ ସୁଜିତ ସ୍ୱର୍ଣ୍ଣକାର ଆହତ ହୋଇଛନ୍ତି। ତାଙ୍କ ପେଟରେ ଗୁଳି ବାଜିଥିବା ଜଣାପଡ଼ିଛି। ତାଙ୍କୁ ଭୁବନେଶ୍ୱରର ଏକ ଘରୋଇ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି।

ଅଧିକ ପଢନ୍ତୁ ଓଡ଼ିଶା ଖବର

ଘଟଣା ଘଟିବା ବେଳେ ଦୋକାନ ଭିତରେ ଲାଗିଥିଲା ସିସିଟିଭି କାମ କରୁ ନଥିଲା । କାରଣ ନିଜେ ଦୋକାନ ମାଲିକ ଏହାକୁ ଅନ୍‌ପ୍ଳକ୍ କରି ଦେଇଥିଲେ । ତେଣୁ ଦୁର୍ବୃତ୍ତଙ୍କ ସଂପର୍କରେ ଜାଣିବା ପାଇଁ ବାହାରେ ଲାଗିଥିବା ଅନ୍ୟ ସିସିଟିଭିଗୁଡ଼ିକୁ ଯାଞ୍ଚ ପରିସରକୁ ନିଆଯିବ । ପୋଲିସ୍ ସାଇଣ୍ଟିଫିକ୍ ଟିମ୍ ଓ ଡଗ୍ ସ୍କ୍ୱାଡ୍ ସହାୟତାରେ ଘଟଣାସ୍ଥଳର ଯାଞ୍ଚ କରିଛି । ଗହଣା ଦୋକାନର କର୍ମଚାରୀମାନଙ୍କୁ ପଚରାଉଚରା କରିଛି । ଏହା ସହିତ ପୋଲିସ୍ ଦୁର୍ବୃତ୍ତମାନଙ୍କୁ ଧରିବାକୁ ପ୍ରୟାସ କରୁଛି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Miscreants Gun Shoot And Loots Jewellery Store In Sambalpur | Argus News