ବାଙ୍କୀରେ ଚୋରଙ୍କ ଆତଙ୍କ, ବ୍ୟାଙ୍କରେ ପଶି ଲୁଟିନେଲେ ଟଙ୍କା
·2 years ago·1 min read

ଅର୍ଗସ ବ୍ୟୁରୋ : ବାଙ୍କୀ କେନ୍ଦ୍ର ସମବାୟ ବ୍ୟାଙ୍କରେ ଚୋରଙ୍କ ଆତଙ୍କ । ବ୍ୟାଙ୍କରେ ପଶି ଲୁଟିନେଲେ ଟଙ୍କା । ଲକରକୁ ବାହାରକୁ ନେଇ ଲକରେ ଥିବା ଚଉଦ ଲକ୍ଷରୁ ଉର୍ଦ୍ଧ ଟଙ୍କା ନେଇ ଚଂପଟ ମାରିଛନ୍ତି ଚୋର । ଏହି ଘଟଣା ଘଟିଛି ବାଙ୍କୀ କେନ୍ଦ୍ର ସମବାୟ ବ୍ୟାଙ୍କ ଡମପଡା ଶାଖାରେ ।
ଅଧିକ ପଢନ୍ତୁ ଓଡ଼ିଶା ଖବର
ଆଜି କାର୍ଯ୍ୟାଳୟ ବ୍ୟାଙ୍କ୍ ଶାଖାରେ ପହଞ୍ଚି ତାଲା ଖୋଲିବା ବେଳକୁ ତାଲାଭଙ୍ଗା ଯାଇଥିବାର ଦେଖି ଥିଲେ ବ୍ୟାଙ୍କ୍ ଶାଖାର ପରିଚାଳକ ଓ କର୍ମଚାରି ମାନେ । ପରେ ଚୋରି ହୋଇଥିବାର ଦେଖି ଶାଖା ପରିଚାଳକ ବାଙ୍କୀ ଥାନାରେ ଏତଲା ଦେଇଛନ୍ତି । ଏତଲାକୁ ଆଧାର କରି ବାଙ୍କୀ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ବହୁ ଗୁରୁତ କାଗଜ ପତ୍ର ମଧ୍ୟ ନେଇ ଯାଇଥିବାର ଅଭିଯୋଗ କରିଛନ୍ତି ଶାଖା ପରିଚାଳକ । ଘଟଣା ସ୍ଥଳରେ କଟକ ଗ୍ରାମାଞ୍ଚଳ ଏସ ପି ମିହିର କୁମାର ପଣ୍ଡା ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: