Videos
|
Odisha

Odisha News / MKCGରୁ ସାଂଘାତିକ ଅଭିଯୋଗ; ମାତ୍ର ଗୋଟିଏ ଫ୍ରିଜର୍‌ରେ ଦୈନିକ ରହୁଛି ୫ରୁ ୭ଟି ମୃ*ତଦେହ

Sushanta Sahoo
Browse all articles by Sushanta Sahoo
·1 hour ago·2 min read
MKCGରୁ ସାଂଘାତିକ ଅଭିଯୋଗ; ମାତ୍ର ଗୋଟିଏ ଫ୍ରିଜର୍‌ରେ ଦୈନିକ ରହୁଛି ୫ରୁ ୭ଟି ମୃ*ତଦେହ
MKCG Mortuary Faces Serious Infrastructure Crisis

Key Points

MKCGରୁ ଆସିଛି ସାଂଘାତିକ ଅଭିଯୋଗ । ଓପିଡି ଆଗରେ ଥିବା ଶବ ଗୃହରେ ମୋଟ ୬ଟି ଡେଡ୍ ବଡି ଫ୍ରିଜର୍‌ରୁ ୫ଟି ଅଚଳ ହୋଇ ପଡ଼ିଛି ।
ବ୍ରହ୍ମପୁର: ଦକ୍ଷିଣ ଓଡ଼ିଶାର ସର୍ବବୃହତ ଏମ୍‌କେସିଜି ମେଡିକାଲରେ ଶବ ଗୃହରେ ଅବ୍ୟବସ୍ଥା । ୬ଟି ଫ୍ରିଜରରୁ ୫ ଅଚଳ । ଶବ ସଂରକ୍ଷଣରେ ଦେଖାଦେଇଛି ବଡ଼ ସମସ୍ୟା । ମେଡିକାଲର ଓପିଡି ସମ୍ମୁଖ କୋଠାରେ ରହିଥ‌ିବା ଶବ ସଂରକ୍ଷଣ ଗୃହରେ ସାଂଘାତିକ ଅବ୍ୟବସ୍ଥା ଦେଖିବାକୁ ମିଳିଛି ।

ବଡ଼ ମେଡିକାଲର ବଡ଼ ଗୁମର । MKCGରୁ ଆସିଛି ସାଂଘାତିକ ଅଭିଯୋଗ । ଓପିଡି ଆଗରେ ଥିବା ଶବ ଗୃହରେ ମୋଟ ୬ଟି ଡେଡ୍ ବଡି ଫ୍ରିଜର୍‌ରୁ ୫ଟି ଅଚଳ ହୋଇ ପଡ଼ିଛି । ଫଳରେ ମାତ୍ର ଗୋଟିଏ ଫ୍ରିଜର ଉପରେ ଦୈନିକ ୫ରୁ ୭ଟି ଶବ ସଂରକ୍ଷଣ କରାଯାଉଛି ।

ଏଥିସହ ପଢ଼ନ୍ତୁ: ଭୂତ ଲାଗିଥିବା କହି କରୁଥିଲେ ଝଡ଼ାଫୁଙ୍କା, ଭଣ୍ଡ ତାନ୍ତ୍ରିକକୁ ବାନ୍ଧିଲା ପୁଲିସ 

ଯଦି ମୃତଦେହ ସଂଖ୍ୟା ଅଧିକ ହୁଏ ତେବେ ମୃତଦେହ ପଚିସଢ଼ି ଯିବା ଆଶଙ୍କା ରହିଛି । ଫଳରେ ଶବ ସଂରକ୍ଷଣକୁ ନେଇ ଗୁରୁତର ସମସ୍ୟା ଉପୁଜିଛି । ସ୍ଥାନୀୟ ଲୋକେ କହିଛନ୍ତି, "ମୃତକଙ୍କ ଆତ୍ମୀୟ ମୃତଦେହକୁ ସଂରକ୍ଷଣ ଆଶା ରଖିଥିବା ବେଳେ ଫ୍ରିଜର୍ ଖରାପ ଥିବାରୁ ସମସ୍ୟା ସୃଷ୍ଟି ହେଉଛି । ପ୍ରଶାସନ ତୁରନ୍ତ ଦୃଷ୍ଟି ଦେଉ ।"

Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଏ ସମସ୍ୟା ଆଜି କିମ୍ବା କାଲିର ନୁହେଁ, ଦୀର୍ଘ ଦିନ ହେବ ଲାଗି ରହିଛି ଏଭଳି ସମସ୍ୟା । ଖାଲି ସେତିକି ନୁହେଁ ଘରଟି ମଧ୍ୟ ଜରାଜୀର୍ଣ୍ଣ, ବର୍ଷା ହେଲେ ଛାତରୁ ପାଣି ଗଳୁଛି । ସବୁଠାରୁ ଚିନ୍ତାଜନକ ବିଷୟ ହେଉଛି, ଗତ ଫାଇଲିନ୍ ବାତ୍ୟା ସମୟରେ ଅଣାଯାଇଥିବା ଏହି ଫ୍ରିଜର ଗୁଡ଼ିକରେ ବାରମ୍ବାର ୱେୟାରିଂ ସମସ୍ୟା ଦେଖା ଦେଉଛି ।

ଏଥିସହ ପଢ଼ନ୍ତୁ: ଆସିଲା ସମ୍ଭାବ୍ୟ ବାତ୍ୟାର ଗତିପଥ; ଓଡ଼ିଶାକୁ ଅରେଞ୍ଜ ଆଲର୍ଟ 

ଖୁବଶୀଘ୍ର ସମସ୍ୟାର ସମାଧାନ କରାଯିବ କହିଛନ୍ତି ଦକ୍ଷିଣାଞ୍ଚଳ ରାଜସ୍ୱ କମିଶନର ବିଜୟ ଅମୃତ କୁଳାଙ୍ଗେ । ସେ କହିଛନ୍ତି, "ଆଗାମୀ ୧୦ ଦିନ ଭିତରେ ସମୀକ୍ଷା ହେବ । MKCG ମେଡିକାଲ୍‌ରେ କ'ଣ ସମସ୍ୟା ରହିଛି ଜଣାଇବାକୁ କୁହାଯାଇଛି । ସ୍ଵାସ୍ଥ୍ୟ ବିଭାଗ ସହ ଯୋଗାଯୋଗ କରି ତାହା ଉପରେ କାମ କରାଯିବ ।"

ଏମ୍‌କେସିଜି ମେଡିକାଲରେ ଶବ ସଂରକ୍ଷଣ ଭଳି ମୌଳିକ ବ୍ୟବସ୍ଥାର ଏଭଳି ଅବସ୍ଥା ପ୍ରଶାସନର କାର୍ଯ୍ୟଦକ୍ଷତା ଉପରେ ପ୍ରଶ୍ନ ଚିହ୍ନ ଲଗାଇଛି ।