Videos
|
Odisha

Cyclone Alert / ଆସିଲା ସମ୍ଭାବ୍ୟ ବାତ୍ୟାର ଗତିପଥ; ଓଡ଼ିଶାକୁ ଅରେଞ୍ଜ ଆଲର୍ଟ

Sushanta Sahoo
Browse all articles by Sushanta Sahoo
·41 mins ago·2 min read
ଆସିଲା ସମ୍ଭାବ୍ୟ ବାତ୍ୟାର ଗତିପଥ; ଓଡ଼ିଶାକୁ ଅରେଞ୍ଜ ଆଲର୍ଟ
Odisha Weather Forecast and Alerts

Key Points

ପାଣିପାଗ ବିଭାଗର ପୂର୍ବାନୁମାନ ଅନୁସାରେ, ସମ୍ଭାବ୍ୟା ବାତ୍ୟା ୧୬ ତାରିଖରେ ସୃଷ୍ଟି ହେବ । ସେତେବେଳେ ପବନର ବେଗ ଘଣ୍ଟାପ୍ରତି ୬୦ରୁ ୭୦ କିଲୋମିଟର ଏବଂ ଝଟ୍‌କା ପବନର ବେଗ ଘଣ୍ଟାପ୍ରତି ୮୦ କିଲୋମିଟ ପର୍ଯ୍ୟନ୍ତ ରହିପାରେ ।
ଭୁବନେଶ୍ଵର: ଦକ୍ଷିଣ-ପୂର୍ବ ବଙ୍ଗୋପସାଗର ଉପରେ ସ୍ପଷ୍ଟ-ଚିହ୍ନିତ ଲଘୁଚାପ କ୍ଷେତ୍ର ରରହିଛି । ଏହା କ୍ରମଶଃ ଉତ୍ତର-ପଶ୍ଚିମ ଦିଗକୁ ଗତି କରି ଆଗାମୀ ୨୪ ଘଣ୍ଟାରେ ଅବପାତରେ ପରିଣତ ହୋଇପାରେ । ପରବର୍ତ୍ତୀ ସମୟରେ ଏହା ଉତ୍ତର-ଉତ୍ତର ପଶ୍ଚିମ ଦିଗରେ ଗତି କରି ୧୬ ତାରିଖ ସନ୍ଧ୍ୟାରେ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ଏକ ବାତ୍ୟାରେ ପରିଣତ ହୋଇପାରେ ।

ପାଣିପାଗ ବିଭାଗର ପୂର୍ବାନୁମାନ ଅନୁସାରେ, ସମ୍ଭାବ୍ୟା ବାତ୍ୟା ୧୬ ତାରିଖରେ ସୃଷ୍ଟି ହେବ । ସେତେବେଳେ ପବନର ବେଗ ଘଣ୍ଟାପ୍ରତି ୬୦ରୁ ୭୦ କିଲୋମିଟର ଏବଂ ଝଟ୍‌କା ପବନର ବେଗ ଘଣ୍ଟାପ୍ରତି ୮୦ କିଲୋମିଟ ପର୍ଯ୍ୟନ୍ତ ରହିପାରେ । ୧୮ ତାରିଖ ବେଳକୁ ବାତ୍ୟା ଆହୁରି ବଳ ଗୋଟାଇ ଏକ ଭୀଷଣ ବାତ୍ୟାରେ ପରିଣତ ହୋଇପାରେ । ଭୀଷଣ ବାତ୍ୟାରେ ପରିଣତ ହେଲେ ପବନର ବେଗ ଘଣ୍ଟାପ୍ରତି ୮୫ରୁ ୯୫ କିଲୋମିଟର ଓ ଝଟ୍‌କା ପବନର ବେଗ ଘଣ୍ଟାପ୍ରତି ୧୦୫ କିଲୋମିଟର ପର୍ଯ୍ୟନ୍ତ ରହିପାରେ ।

ଏଥିସହ ପଢ଼ନ୍ତୁ: ଅଶାନ୍ତ ରହିବ ସମୁଦ୍ର, ମତ୍ସ୍ୟଜୀବୀଙ୍କୁ ସମୁଦ୍ରକୁ ନଯିବାକୁ ପରାମର୍ଶ 

କେଉଁଠି ଛୁଇଁବ ସ୍ଥଳଭାଗ ?

ବର୍ତ୍ତମାନ ସୁଦ୍ଧା ପାଣିପାଗ ବିଭାଗ ଜାରି କରିଥିବା ବୁଲେଟିନ୍ ଅନୁସାରେ, ବାତ୍ୟା କେଉଁଠି ସ୍ଥଳଭାଗ ଛୁଇଁବ ତାହା ଆକଳନ କରାଯାଇନାହିଁ । ବିଭାଗ ଜାରି କରିଥିବା ବାତ୍ୟାର ଗତିପଥ ଏବେ ସୁଦ୍ଧା ସମୁଦ୍ର ଭିତରେ ରହିଛି । ବାତ୍ୟା ଉପକୂଳ ଛୁଇଁବା ନେଇ IMD ଏବେ ସୁଦ୍ଧା କୌଣସି ଆକଳନ କରି ନାହିଁ ।


୧୮ରୁ ରାଜ୍ୟରେ ବର୍ଷା

IMDର ଆକଳନ ଅନୁସାରେ, ଓଡ଼ିଶାରେ ୧୮ ତାରିଖରୁ ବର୍ଷା ହେବ । ୨୦ ତାରିଖ ପର୍ଯ୍ୟନ୍ତ ବର୍ଷା ଲାଗି ରହିବ । ୧୯ ଓ ୨୦ ତାରିଖରେ କାଳବୈଶାଖୀ ଜନିତ ବର୍ଷା, ବଜ୍ରପାତ ସହ ପବନର ବେଗ ଘଣ୍ଟାପ୍ରତି ୫୦ରୁ ୬୦ କିଲୋମିଟର ଏବଂ ଝଟ୍‌କା ପବନର ବେଗ ଘଣ୍ଟାପ୍ରତି ୭୦ କିଲୋମିଟର ରହିପାରେ ।

ଅରେଞ୍ଜ ଆଲର୍ଟ

୧୯ ତାରିଖରେ ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ଗଜପତି, ଗଞ୍ଜାମ ଓ ପୁରୀ ଜିଲ୍ଲାକୁ ଅରେଞ୍ଜ ଆଲର୍ଟ ଦିଆଯାଇଛି । ୨୦ ତାରିଖରେ ଜଗତସିଂହପୁର, କଟକ, କନ୍ଧମାଳ, ଗଜପତି, ଗଞ୍ଜାମ, ପୁରୀ, ଖୋର୍ଦ୍ଧା ଓ ନୟାଗଡ଼ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି ।

ଏଥିସହ ପଢ଼ନ୍ତୁ: ସ୍ପଷ୍ଟ ଚିହ୍ନିତ ହେଲା ଲଘୁଚାପ; ୧୬ ତାରିଖ ସନ୍ଧ୍ୟା ସୁଦ୍ଧା ବାତ୍ୟା ! ସମସ୍ତ ଜିଲ୍ଲାପାଳଙ୍କୁ ଆଲର୍ଟ କଲେ SRC 

ଅଶାନ୍ତ ରହିବ ସମୁଦ୍ର

୧୭ ତାରିଖରୁ ସମୁଦ୍ର ଅଶାନ୍ତ ରହିବ । ଦକ୍ଷିଣ ଓଡ଼ିଶା ଉପକୂଳ ସମୁଦ୍ର ୨୧ ତାରିଖ ପର୍ଯ୍ୟନ୍ତ ଅଶାନ୍ତ ରହିବା ନେଇ ଆକଳନ କରାଯାଇଛି । ତେଣୁ ମତ୍ସ୍ଯଜୀବୀଭ୍କୁ ୧୭ ତାରିଖ ଠାରୁ ସମୁଦ୍ର ପ୍ରବେଶ ବାରଣ କରାଯାଇଛି ।
Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: