|
logo
Live

Argus News - ଗୁଡ୍ ସମରିଟାନ ପୁରସ୍କାର ପାଇଲେ ବିଧାୟକ ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ର

Odisha

ଗୁଡ୍ ସମରିଟାନ ପୁରସ୍କାର ପାଇଲେ ବିଧାୟକ ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ର

Jitendra Dash
Browse all articles by Jitendra Dash
·2 years ago·1 min read
ଗୁଡ୍ ସମରିଟାନ ପୁରସ୍କାର ପାଇଲେ ବିଧାୟକ  ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ର

ଅର୍ଗସ ବ୍ୟୁରୋ : ସମ୍ମାନିତ ହେଲେ ବ୍ରହ୍ମଗିରି ବିଧାୟକ । ଗୁଡ୍ ସମରିଟାନ ପୁରସ୍କାର ପାଇଲେ ବ୍ରହ୍ମଗିରି ବିଧାୟକ ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ର । ଟ୍ରାନ୍ସପୋର୍ଟ ବିଭାଗ ପକ୍ଷରୁ ଆଜି ପୁରୀର ସ୍ବତନ୍ତ୍ର ସର୍କିଟ୍ ହାଉସ୍ ଠାରେ ସମ୍ମାନିତ ହୋଇଛନ୍ତି ବିଧାୟକ । ଗତ ଜୁଲାଇ ମାସ ୪ତାରିଖରେ ଦୁର୍ଘଟଣା ରେ ଆହତ ହୋଇଥିବା ଦମ୍ପତିଙ୍କୁ ଉଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଥିଲେ ବିଧାୟକ । 

ଅଧିକ ପଢନ୍ତୁ ଓଡ଼ିଶା ଖବର

ଦମ୍ପତିଙ୍କ ଜୀବନ ବଞ୍ଚାଇ ମୋହାନତା ଦେଖାଇଥିଲେ ବ୍ରହ୍ମଗିରି ବିଧାୟକ । ଦେବ ଦୂତ ସାଜି ପହଞ୍ଚିଥିଲେ ବିଧାୟକ । ବାଇକ୍ ଦୁର୍ଘଟଣାରେ ଆହତ ହୋଇ ରାସ୍ତା କଡରେ ରକ୍ତ ଜୁଡୁବୁଡୁ ଅବସ୍ଥାରେ ପଡିଥିବା ଦମ୍ପତିଙ୍କୁ ଉଧାର କରି ନିଜ ଚାରିଚକିଆ ଗାଡିରେ ମେଡ଼ିକାଲରେ ପହଞ୍ଚାଇଥିଲେ ବିଧାୟକ । ପୁରୀ-ଭୁବନେଶ୍ବର ଜାତୀୟ ରାଜପଥ ତେଇଶିପୁର ନିକଟରେ ଭୁବନେଶ୍ବର ଜଦୁପୁର ଅଞ୍ଚଳର ଦମ୍ପତି ପୁରୀରୁ ବାଇକ୍ ଯୋଗେ ଭୁବନେଶ୍ବର ଯାଉଥିବା ବେଳେ ଘଟିଥିଲା ବାଇକ୍ ଦୁର୍ଘଟଣା । 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ସେହି ରାସ୍ତା ଦେଇ ବିଧାୟକ ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ର ଯାଉଥିବା ବେଳେ ଲୋକେ ରୁଣ୍ଡ ହୋଇଥିବା ଦେଖି ଅଟକିଥିଲେ ବିଧାୟକ। ଆହତ ଦମ୍ପତିଙ୍କୁ ଟେକି ନିଜ ଗାଡିରେ ମଙ୍ଗଳପୁର ଡାକ୍ତର ଖାନାରେ ଭର୍ତ୍ତିକରି ଚିକିତ୍ସା କରାଇଥିଲେ ବିଧାୟକ । ଆହତ ଦମ୍ପତିଙ୍କୁ ଉତମ ଚିକିତ୍ସା କରାଇବାକୁ ଡାକ୍ତରଙ୍କୁ ଅନୁରୋଧ କରିଥିଲେ ବିଧାୟକ । 

Sponsored
ଗୁଡ୍ ସମରିଟାନ ପୁରସ୍କାର ପାଇଲେ ବିଧାୟକ ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ର | Argus News