Videos
|
Odisha

ପ୍ରଫୁଲ୍ଲ ସାମଲଙ୍କ ପୁଅ ପ୍ରୟାସକାନ୍ତିଙ୍କୁ ୧୭ ଘଣ୍ଟା ଘାଣ୍ଟିଲା ଇଡି

Jitendra Dash
Browse all articles by Jitendra Dash
·2 years ago·1 min read
ପ୍ରଫୁଲ୍ଲ ସାମଲଙ୍କ ପୁଅ ପ୍ରୟାସକାନ୍ତିଙ୍କୁ ୧୭ ଘଣ୍ଟା ଘାଣ୍ଟିଲା ଇଡି

ଅର୍ଗସ ବ୍ୟୁରୋ : ବିଧାୟକ ପ୍ରଫୁଲ୍ଲ ସାମଲଙ୍କ ପୁଅ ପ୍ରୟାସକାନ୍ତିଙ୍କୁ ଇଡିର ମାରାଥନ୍ ଜେରା । ବରପଦା ଇଞ୍ଜିନିୟରିଂ କଲେଜ ଦୁର୍ନୀତି ନେଇ ଦୀର୍ଘ ୧୭ ଘଣ୍ଟା ଜେରା କରି ଘାଣ୍ଟିଲା ଇଡି । ଗତକାଲି ଦିନ ୧୦ଟାରେ ଇଡିରେ ହାଜର ହୋଇଥିଲେ ପ୍ରୟାସକାନ୍ତି । ଆଜି ଭୋର୍ ସାଢେ ୪ଟାରେ  ଇଡି ଅଫିସରୁ ବାହାରିଛନ୍ତି । 

ଦୀର୍ଘ ଘଣ୍ଟାର ଜେରାରେ ପ୍ରୟାସକାନ୍ତିଙ୍କଠୁ ୩ଟି ମୋବାଇଲ୍ ଜବତ କରି ସେଥିରୁ ଡାଟା ରିକୋଭରୀ କରିଛି ଇଡି । ଆଉଥରେ ପଚରାଉଚରା ପାଇଁ ପ୍ରୟାସକାନ୍ତିଙ୍କୁ ଡାକିପାରେ ଇଡି ।  ବରପଦା ଇଞ୍ଜିନିୟରିଂ କଲେଜ ଜମି ମାମଲାରେ ବିଧାୟକ ପ୍ରଫୁଲ୍ଲ ସାମଲ ଓ ତାଙ୍କ ପୁଅ ପ୍ରୟାସକାନ୍ତିଙ୍କୁ ଇଡିରେ ହାଜର ହେବାକୁ ନୋଟିସ୍ ହୋଇଥିଲା । 

ଅଧିକ ପଢନ୍ତୁ ଓଡ଼ିଶା ଖବର

ପ୍ରଥମେ ବାପା ପ୍ରଫୁଲ୍ଲ ସାମଲ ହାଜର ହୋଇଥିଲାବେଳେ ତାଙ୍କୁ ୮ ଘଣ୍ଟା ଜେରା କରିଥିଲା ଇଡି । ପରେ ଗତକାଲି ପୁଅ ପ୍ରୟାସକାନ୍ତି ହାଜର ହୋଇଥିଲେ । ପୂର୍ବରୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ଟିମ୍ ବରପଦା ଇଂଜିନିୟରିଂ କଲେଜ ଜମି ଦୁର୍ନୀତି ମାମଲାରେ ଚଢ଼ଉ କରିଥିଲା । ଭୁବନେଶ୍ବର ଓ ଭଦ୍ରକର ଏକାଧିକ ସ୍ଥାନରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ଟିମ୍ ଚଢ଼ଉ କରିଥିଲେ । ଏହି ସମୟରେ ଇଡି ଗୋଟିଏ କାର ସହ ୯ ଲକ୍ଷ ଟଙ୍କା ଜବତ କରିଥିଲା ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: