Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - କାରଣ ଦର୍ଶାଅ ନୋଟିସର ଉତ୍ତର ରଖିଲେ ସୁର ରାଉତରାୟ

Odisha

କାରଣ ଦର୍ଶାଅ ନୋଟିସର ଉତ୍ତର ରଖିଲେ ସୁର ରାଉତରାୟ

Jitendra Dash
Browse all articles by Jitendra Dash
·2 years ago·1 min read
କାରଣ ଦର୍ଶାଅ ନୋଟିସର ଉତ୍ତର ରଖିଲେ ସୁର ରାଉତରାୟ

ଅର୍ଗସ ବ୍ୟୁରୋ : କାରଣ ଦର୍ଶାଅ ନୋଟିସର ଉତ୍ତର ରଖିଲେ ସୁର ରାଉତରାୟ  । କହିଲେ ମୁଁ କୌଣସି ଦଳ ପାଇଁ ପ୍ରଚାର କରିବିନି । ପୁଅ ବିଜେଡିରୁ ପ୍ରାଥୀ ହୋଇଥିଲେ ବି ତା ପାଇଁ ପ୍ରଚାର କରି ନ ଥିବା ସୁର ଦର୍ଶାଇଛନ୍ତି । କିଛି କାର୍ଯ୍ୟକ୍ରମକୁ ଯାଇଥିବା ବେଳେ ବିଜେଡି ନେତା ଓ ପୁଅ ମନ୍ମଥ ସେଠି ପହଞ୍ଚିଥିଲେ ବୋଲି କହିଛନ୍ତି ସୁର । ସେ କଂଗ୍ରେସ ପାଇଁ ବିଭିନ୍ନ ଅଞ୍ଚଳରେ ପ୍ରଚାର କରିଛନ୍ତି । ହେଲେ ପୁଅ ପାଇଁ ଭୋଟ୍ ଦେବାକୁ ଲୋକଙ୍କୁ କହିଛି ବୋଲି ସୁର କହିଛନ୍ତି ।

ଗୋଟେ ପଟେ ବିଜେଡି ପାଇଁ ପ୍ରଚାର କରିନଥିବା ସୁର କହୁଥିବା ବେଳେ କିନ୍ତୁ ଅନ୍ୟପଟେ ସାନ ପୁଅ ମନ୍ମଥ ଯିଏ ବିଜେଡିରୁ ଭୁବନେଶ୍ୱର ଲୋକସଭା ପ୍ରାର୍ଥୀ ତାଙ୍କ ପାଇଁ ପ୍ରଚାର କରିଥିବା କହିଛନ୍ତି । ଯିଏ ପଚାରିଲେ ପୁଅକୁ ଭୋଟ୍ ଦେବାକୁ କହିଥିବା ସେ କହିଛନ୍ତି । 

ଅଧିକ ପଢନ୍ତୁ ଓଡ଼ିଶା ଖବର

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ବିଭିନ୍ନ ସମୟରେ ସୁର ବିଜେଡି ପାଇଁ ପ୍ରଚାର କରୁଥିବା ଅଭିଯୋଗ ଆସିବା ପରେ ଗତକାଲି ସୋ' କଜ୍ ନୋଟିସ୍ ପଠାଇଥିଲା ପିସିସି । କାରଣ ଦର୍ଶାଅ ନୋଟିସରେ ଉଲ୍ଲେଖ ଅଛି ଯେ, ବିଜେଡିରେ ଯୋଗ ଦେଇଥିବା ଏବଂ ବିଜେଡି ପକ୍ଷରୁ ନିର୍ବାଚନ ଲଢ଼ୁଥିବା ପୁଅଙ୍କ ସପକ୍ଷରେ ଭୋଟ୍ ପ୍ରଚାର କରିବେ ବୋଲି ବିଭିନ୍ନ ଗଣମାଧ୍ୟମରେ ପ୍ରକାଶ କରିଛନ୍ତି ସୁରେଶ ରାଉତରାୟ । 
 

Sponsored
MLA Sura Routray Answers Back To Notice Issued By Congress | Argus News