କେଶ ରଫାଦଫା କରିବା ସହ ଥାନାରୁ ବେଲ କରେଇଦେବା ଟଙ୍କା ମାଗୁଥିଲେ

ଅର୍ଗସ ବ୍ୟୁରୋ : ଖୋଲିଲା ମୋ ପୋଲିସର ମୁଖା । କେଶ ରଫାଦଫା କରିବା ସହ ଥାନାରୁ ବେଲ କରେଇଦେବା ପାଇଁ ୧୦ ଲକ୍ଷ ଟଙ୍କା ଦାବି କରୁଛି ପୋଲିସ । ବଅଁରପାଳ ଥାନା ଅଧିକାରୀଣୀ ନିରୁପମା ଜେନାଙ୍କ ନାଆଁରେ ଆସିଲା ସାଙ୍ଘାତିକ ଅଭିଯୋଗ । ମିଛ କେଶରେ ଫସେଇଦେଲେ ଆଇଆଇସି । ଆଉ କେଶରୁ ମୁକୁଳିବାକୁ ହେଲେ ୧୦ ଲକ୍ଷ ଟଙ୍କା ନେବା ପାଇଁ ଦାବି କଲେ ଦବଙ୍ଗ ଆଇଆଇସି । ବର୍ତ୍ତିବା ପାଇଁ ଲକ୍ଷେ ଦେଇ ସାରିବା ପରେ ମଧ୍ୟ ବାକି ୯ ଲକ୍ଷ କାହିଁକି ମିଳିଲାନି ବୋଲି ପ୍ରଶ୍ନ କରି ଦୁଇ ଦୁଇ ଜଣ ଲୋକଙ୍କୁ ଗିରଫ କରି କୋର୍ଟ ଫରୱାର୍ଡ କଲେ ଥାନା ଅଧିକାରୀଣୀ ।
ଅଧିକ ପଢନ୍ତୁ ଓଡ଼ିଶା ଖବର
ଜେଲରୁ ବେଲରେ ଆସିବା ପରେ ଏଭଳି ସାଙ୍ଘାତିକ ଅଭିଯୋଗ ଆଣିଛନ୍ତି ଅନୁଗୁଳ ଜିଲ୍ଲା ବନ୍ଦା ଗ୍ରାମ ପଞ୍ଚାୟତ ର ବାସିନ୍ଦା ଅଭିମନ୍ୟୁ ସାହୁ ଓ ଅଶୋକ ସାହୁ । ଏହି ଦୁଇ ଭାଈଙ୍କୁ ଆଇଆଇସି ୧୦ ଲକ୍ଷ ଟଙ୍କାର ମଗିଥିବାର୍ ଅଡିଓ କଲ ରେକର୍ଡ ସହ ସମସ୍ତ ପ୍ରମାଣ ସମ୍ନାକୁ ଆଣି ନ୍ୟାୟ ମାଗିଛନ୍ତି ଏହି ଦୁଇ ଭାଇ । ଅନ୍ୟପଟେ ଏ ନେଇ ଅଭିମନ୍ୟୁ ସାହୁଙ୍କ ଧର୍ମ ପତ୍ନୀ ସମସ୍ତ ତଥ୍ୟ ଜିଲ୍ଲା ଏସପି ଓ ଡ଼ିଜିଙ୍କ ସହ ଗୃହ ବିଭାଗ କୁ ଅବଗତ କରେଇଥିଲେ ମଧ୍ୟ ଏ ନେଇ ଦବଙ୍ଗ ଥାନା ଅଧିକାରୀଙ୍କ ଉପରେ ଏ ଯାଏଁ କୌଣସି କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯାଇ ନାହିଁ ।