Videos
|
Odisha

Mobile Blast in Pocket / ପ୍ୟାଣ୍ଟ ପକେଟ୍‌ରେ ଫାଟିଲା ମୋବାଇଲ୍‌, ଅଳ୍ପକେ ବର୍ତ୍ତିଲେ ଯୁବକ

Santosh Kumar Sahoo
Browse all articles by Santosh Kumar Sahoo
·2 months ago·1 min read
ପ୍ୟାଣ୍ଟ ପକେଟ୍‌ରେ ଫାଟିଲା ମୋବାଇଲ୍‌, ଅଳ୍ପକେ ବର୍ତ୍ତିଲେ ଯୁବକ
Mobile Phone Blast

Key Points

ବରଗଡ଼ ପଦ୍ମପୁର ସହରରେ ଅଭାବନୀୟ ଘଟଣା
ପ୍ୟାଣ୍ଟ ପକେଟ୍‌ରେ ଫାଟିଲା ମୋବାଇଲ୍‌
ମୋବାଇଲ ଫାଟି ଜଳିଗଲା ପ୍ୟାଣ୍ଟ, ଅଳ୍ପକେ ବର୍ତ୍ତିଲେ ଯୁବକ
ବରଗଡ଼ ପଦ୍ମପୁର ସହରରେ ଅଭାବନୀୟ ଘଟଣା । ପ୍ୟାଣ୍ଟ ପକେଟ୍‌ରେ ଫାଟିଲା ମୋବାଇଲ୍‌ । ରାସ୍ତାରେ ଯିବା ବେଳେ ଜଣେ ଯୁବକଙ୍କ ପ୍ୟାଣ୍ଟ ପକେଟ୍‌ରେ ଥିବା ମୋବାଇଲ୍ ଫୋନ୍‌ଟି ହଠାତ୍ ବ୍ଲାଷ୍ଟ ହୋଇଛି । ମୋବାଇଲ୍‌ଟି ଫାଟିବା ସହ ଯୁବକଙ୍କ ପ୍ୟାଣ୍ଟରେ ନିଆଁ ଲାଗି ଯାଇଥିଲା । ଯୁବକ ଜଣକ ଉପସ୍ଥିତ ବୁଦ୍ଧି ଖଟାଇ ତୁରନ୍ତ ଫୋନ୍‌କୁ ପକେଟରୁ କାଢ଼ି ବାହାରକୁ ଫିଙ୍ଗି ଦେଇଥିବାରୁ ଏକ ବଡ଼ ବିପଦରୁ ଅଳ୍ପକେ ରକ୍ଷା ପାଇଯାଇଛନ୍ତି ।

ସ୍ଥାନୀୟ ଜଣେ ଯୁବକ ପଦ୍ମପୁର ସହରର ଏକ ମୋବାଇଲ୍ ଦୋକାନରେ କାମ କରନ୍ତି । ମୋବାଇଲ୍‌କୁ ପ୍ୟାଣ୍ଟ ପକେଟ୍‌ରେ ରଖି ଘରକୁ ଫେରୁଥିଲେ । ଏହି ସମୟରେ ରାସ୍ତା ମଝିରେ ହଠାତ୍ ତାଙ୍କ ପ୍ୟାଣ୍ଟ ପକେଟ୍‌ ଭିତରେ ହିଁ ମୋବାଇଲ୍‌ଟି ଶବ୍ଦ କରି ଫାଟିଯାଇଥିଲା । ପ୍ରବଳ ଗ୍ରୀଷ୍ମ ପ୍ରବାହ ଓ ଅତ୍ୟଧିକ ଖରା ଯୋଗୁଁ ମୋବାଇଲ୍‌ଟି ଓଭରହିଟିଂ ହୋଇ ଫାଟିଥିବା ଅନୁମାନ କରାଯାଉଛି ।

ଅଧିକ ପଢ଼ନ୍ତୁ: ତାତିରୁ ତ୍ରାହି ନାହିଁ: ଆଜିଠୁ ଆହୁରି ବଢ଼ିବ ତାତି, ଆଗାମୀ ୫ ଦିନ ଯାଏଁ ହିଟ୍‌ୱେଭ ଆଲର୍ଟ ଜାରି


ସେପଟେ ଆକାଶରୁ ଅଗ୍ନି ବର୍ଷା ହେଉଥିବା ବେଳେ ତାତିର ତାଉରେ ଜଳୁଛି ପଶ୍ଚିମ ଓଡ଼ିଶା । କଲବଲ କରୁଛି ଉପକୂଳର ଅସହ୍ୟ ଗୁଳୁଗୁଳି । ସନ୍ତୁଳି ହେଉଛି ଜନଜୀବନ । ତେବେ ପ୍ରଚଣ୍ଡ ତାତି ଓ ଗୁଳୁଗୁଳିରେ ଜନଜୀବନ ଅସ୍ତବ୍ୟସ୍ତ ହେଉଥିବା ବେଳେ ଆହୁରି ୫ ଦିନ ଏଭଳି ସ୍ଥିତି ଜାରି ରହିବ ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି । ଉପକୂଳରେ ଉଚ୍ଚ ତାପମାତ୍ରା ସହ ଉଚ୍ଚ ଆଦ୍ରତା ହେତୁ ଅସହ୍ୟ ଗୁଳୁଗୁଳି ଅନୁଭୂତ ହେଉଛି ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Phone Blast in Pocket Shocks Odisha’s Padampur, Youth Safe | Argus News