Mahanadi Flood / ମହାନଦୀରେ ଆସିଛି ମଧ୍ୟମ ଧରଣର ବନ୍ୟା, ତଳିଆ ଅଞ୍ଚଳରେ ପଶିଲା ପାଣି
·2 hours ago·2 min read

Key Points
ମହାନଦୀରେ ଆସିଛି ମଧ୍ୟମ ଧରଣର ବନ୍ୟା
କଟକ ବାଙ୍କୀର ତଳିଆ ଅଞ୍ଚଳରେ ପଶିଲା ପାଣି
୬ଟି ପଞ୍ଚାୟତ ବାହ୍ୟ ଜଗତରୁ ସମ୍ପୂର୍ଣ୍ଣ ବିଚ୍ଛିନ୍ନ

ମହାନଦୀରେ ମଧ୍ୟମ ଧରଣର ବନ୍ୟା । ମହାନଦୀରେ ମଧ୍ୟମ ଧରଣର ବନ୍ୟା ଆସିବାର ସୂଚନା ପରେ ଗତକାଲି ସନ୍ଧ୍ୟାରୁ କଟକ ବାଙ୍କୀର ତଳିଆ ଅଞ୍ଚଳଗୁଡ଼ିକରେ ବନ୍ୟା ଜଳ ପ୍ରବେଶ କରିବା ଆରମ୍ଭ ହୋଇଛି । ଶାଖା ନଦୀ ହୂଳୁହୁଳା ଉପରେ ୪ ଫୁଟରୁ ଅଧିକ ପାଣି ଚାଲୁଥିବାରୁ ଏହି ଅଞ୍ଚଳର ଯାତାୟାତ ସମ୍ପୂର୍ଣ୍ଣ ଭାବେ ବାଧାପ୍ରାପ୍ତ ହୋଇଛି ।
ବନ୍ୟାଜଳ ଘେରି ରହିବାରୁ ୬ଟି ପଞ୍ଚାୟତ ବାହ୍ୟ ଜଗତଠାରୁ ସମ୍ପୂର୍ଣ୍ଣ ଭାବେ ବିଚ୍ଛିନ୍ନ ହୋଇପଡ଼ିଛି । ପାଥପୁର ପଞ୍ଚାୟତର କଇଁମୁଣ୍ଡି ଗାଁ ରାସ୍ତା ସମେତ ତାଳବସ୍ତ, ବିଲିପଡ଼ା ଏବଂ ସୁକୁଆଖେଳା ଗାଁ ଭିତରେ ମଧ୍ୟ ବନ୍ୟା ପାଣି ପଶିଯାଇଛି । ତାଳବସ୍ତ-ବିଲିପଡ଼ା ରାସ୍ତାରେ ଯାତାୟାତ ଠପ୍ ହୋଇଥିବାରୁ ଲୋକେ ଜଳବନ୍ଦୀ ଅବସ୍ଥାରେ ରହିଛନ୍ତି । ବନ୍ୟା ପରିସ୍ଥିତି ଗମ୍ଭୀର ରହିଥିବାରୁ ପ୍ରଭାବିତ ଅଞ୍ଚଳରେ ଲୋକଙ୍କୁ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି ।
ଅଧିକ ପଢ଼ନ୍ତୁ: ନଦୀରେ ହଠାତ୍ ଆସିଲା ସୁଅ; ଗଛରେ ୫ ଜଣ, ଫସିଛନ୍ତି ମୋଟ ୧୩ ଚାଷୀ
ସେହିପରି ବୈତରଣୀ ନଦୀରେ ମଧ୍ୟ ବନ୍ୟା ଆସିଛି । ଲଗାଣ ବର୍ଷା କାରଣରୁ ବୈତରଣୀ ନଦୀର ଜଳସ୍ତର କ୍ରମାଗତ ଭାବେ ବୃଦ୍ଧି ପାଉଛି । ଆଖୁଆପଦା ଆନିକଟ ନିକଟରେ ନଦୀର ବିପଦ ସଂକେତ ୧୮.୩୩ ମିଟର ଥିବାବେଳେ, ସକାଳ ୫ଟା ସୁଦ୍ଧା ଜଳସ୍ତର ବୃଦ୍ଧି ପାଇ ୧୮.୬୦ ମିଟରରେ ପହଞ୍ଚିଛି । ଯାହାକି ବିପଦ ସଂକେତଠାରୁ ବହୁ ଉପରେ ରହିଛି । ନଦୀର ବନ୍ୟାଜଳ କୂଳଲଂଘି ଭଦ୍ରକ ଜିଲ୍ଲାର ଭଣ୍ଡାରିପୋଖରୀ ଏବଂ ଧାମନଗର ବ୍ଲକର ବିଭିନ୍ନ ଗ୍ରାମାଞ୍ଚଳ ଭିତରେ ପ୍ରବେଶ କରିଛି, ଯେଉଁ କାରଣରୁ ବହୁ ପରିବାର ଜଳବନ୍ଦୀ ଅବସ୍ଥାରେ ଅଛନ୍ତି । ବନ୍ୟାଜଳ ବିଭିନ୍ନ ରାସ୍ତାଘାଟ ଉପରେ ଚାରିଆଡ଼େ ପ୍ରବାହିତ ହେଉଥିବାରୁ ସେହି ଅଞ୍ଚଳଗୁଡ଼ିକର ଯାତାୟାତ ଏବଂ ବାହ୍ୟ ଯୋଗାଯୋଗ ସମ୍ପୂର୍ଣ୍ଣ ଭାବେ ଠପ୍ ହୋଇପଡ଼ିଛି ।
ସେହିପରି ବ୍ରାହ୍ମଣୀ ନଦୀରେ ବନ୍ୟା । ଜେନାପୁରରେ ବିପଦ ସଂକେତ ଉପରେ ଜଳସ୍ତର ପହଞ୍ଚିଛି । ବ୍ରାହ୍ମଣୀ ନଦୀରେ ଚଳିତ ବର୍ଷର ପ୍ରଥମ ବନ୍ୟାଜଳ ପ୍ରବେଶ କରିଛି । ଜେନାପୁର ଆନିକଟ ନିକଟରେ ବିପଦ ସଂକେତ ୬୭.୦୦ ଫୁଟ ଥିବା ବେଳେ, ବିଳମ୍ବିତ ରାତି ୧୨ ଟା ସୁଦ୍ଧା ଜଳସ୍ତର ବୃଦ୍ଧି ପାଇ ୬୭.୮୦ ଫୁଟରେ ପହଞ୍ଚିଛି । ଯାହା ବିପଦ ସଂକେତଠାରୁ ଉପରେ ପ୍ରବାହିତ ହେଉଛି । ଜଳସ୍ତର ବୃଦ୍ଧି ପାଇବା କାରଣରୁ ବରୀ ଅଞ୍ଚଳର ବାନ୍ଧଧିଅ ନିକଟରେ ବ୍ରାହ୍ମଣୀ ନଦୀବନ୍ଧରେ ଦୁଇଟି ବଡ଼ଧରଣର ଘାଇ ସୃଷ୍ଟି ହୋଇଛି । ନଦୀବନ୍ଧ ଭାଙ୍ଗି ବାନ୍ଧଧିଅ ପଞ୍ଚାୟତର ଏବଂ ଆଖପାଖର ଅନେକ ଗ୍ରାମ ଭିତରେ ବନ୍ୟା ପାଣି ପ୍ରବେଶ କରିଛି ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories