ମୋଦି ସରକାରଙ୍କ ‘ସାଗର ପରିକ୍ରମା’ କାର୍ଯ୍ୟକ୍ରମ ମତ୍ସ୍ୟଜୀବୀଙ୍କ ଭାଗ୍ୟ ପରିବର୍ତ୍ତନରେ ସହାୟକ ହେବ : ମନମୋହନ ସାମଲ

ଅର୍ଗସ ବ୍ୟୁରୋ : ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମାର୍ଗଦର୍ଶନରେ ମତ୍ସଜୀବୀ ସମ୍ପ୍ରଦାୟର କଲ୍ୟାଣ ପାଇଁ ଚାଲିଛି “ସାଗର ପରିକ୍ରମା” । ଏହି ଯୋଜନା ସମସ୍ତ ମତ୍ସ୍ୟଜୀବୀଙ୍କ ଆର୍ôଥକ ଉନ୍ନତି ପାଇଁ ଏକ ମାଧ୍ୟମ ପାଲଟିବ । ମୋଦିଜୀ ମତ୍ସ୍ୟଜୀବୀ ସମ୍ପ୍ରଦାୟର କଲ୍ୟାଣ ତଥା ଉପକୂଳ ବିକାଶ ପାଇଁ ଦୂରଦୃଷ୍ଟିସମ୍ପନ୍ନ ନେତୃତ୍ୱର ପରିବର୍ତନଶୀଳ ଶକ୍ତିର ଏକ ପ୍ରମାଣ ସୃଷ୍ଟି କରିଛନ୍ତି । ସାମୁଦ୍ରିକ ଇକୋସିଷ୍ଟମକୁ ସୁରକ୍ଷା ଦେବା ପାଇଁ ସାଗର ପରିକ୍ରମାର ଲକ୍ଷ୍ୟ ରଖିଛନ୍ତି ମୋଦିଜୀ । ମୋଦିଜୀଙ୍କ ପାଇଁ ଆଜି ମତ୍ସ୍ୟଚାଷ ଲୋକଙ୍କ ଜୀବାକା, ନିଯୁକ୍ତି ଯୋଗାଉଛି । ଭାରତରେ ୧୯୫୦-୫୧ମସିହାରେ ମାତ୍ର ୭.୫ଲକ୍ଷ ଟନ ମାଛ ଉତ୍ପାଦନ ହେଉଥିଲା । ୨୦୨୧-୨୨ରେ ବାର୍ଷିକ ୧୬୨.୪୮ଲକ୍ଷଟନରେ ପହଂଚିଛି । ବିଶ୍ୱରେ ମାଛ ଉତ୍ପାଦନରେ ଭାରତ ତୃତୀୟ ବୃହତମ ଉତ୍ପାଦନ ଦେଶ । ଜଳଚର ଉତ୍ପାଦନରେ ଭାରତ ଦ୍ୱିତୀୟ ସ୍ଥାନରେ ରହିଛି ଏବଂ ବିଶ୍ୱର ସର୍ବେର୍ାଚ୍ଚ ଚିଙ୍ଗୁଡି ଉତ୍ପାଦନକାରୀ ଦେଶ ମଧ୍ୟରୁ ଭାରତ ଅନ୍ୟତମ ।
କେନ୍ଦ୍ର ମତ୍ସ୍ୟ, ପଶୁପାଳନ ଏବଂ ଗୋପାଳନ ମନ୍ତ୍ରୀ ଶ୍ରୀ ପୁରୁଷୋତମ ରୁପାଲା ୫ମାର୍ଚ୍ଚ ୨୦୨୨ରେ ଗୁଜରାଟର ମାଣ୍ଡବିରୁ “ସାଗର ପରିକ୍ରମା” କାର୍ଯ୍ୟକ୍ରମକୁ ଉଦ୍ଘାଟନ କରିଥିଲେ । ଏବେ ସେ ୮୦୦୦ ଉପକୂଳବତୀ ଅଂଚଳ ବୁଲି ସାରିଛନ୍ତି । “ସାଗର ପରିକ୍ରମା” କାର୍ଯ୍ୟକ୍ରମ କଲିକତାଠାରେ ଶେଷ ହେବ । ମତ୍ସ୍ୟଜୀବୀ, ମତ୍ସ୍ୟ ଚାଷୀ ଏବଂ ବିଭିନ୍ନ ସରକାରୀ ଯୋଜନାର ହିତାଧିକାରୀଙ୍କୁ ଭେଟିବା ସହ ସମୁଦ୍ରମାର୍ଗ ଦେଇ ଦେଶର ଉପକୂଳବର୍ତୀ ଅଂଚଳ ପରିଦର୍ଶନ କରିଛନ୍ତି । ଆଜି ଓଡ଼ିଶାର ଭଦ୍ରକ ଜିଲ୍ଲା ଚାନ୍ଦବାଲି ନିର୍ବାଚନ ମଣ୍ଡଳୀର ଧାମରା, ବାସୁଦେବପୁର ନିର୍ବାଚନ ମଣ୍ଡଳୀର ଚୂଡାମଣିଠାରେ ‘ସାଗର ପରିକ୍ରମା” କାର୍ଯ୍ୟକ୍ରମରେ କେନ୍ଦ୍ର ମତ୍ସ୍ୟ, ପଶୁପାଳନ ଏବଂ ଗୋପାଳନ ମନ୍ତ୍ରୀ ଶ୍ରୀ ପୁରୁଷୋତମ ରୁପାଲା, ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲ ଯୋଗ ଦେବା ସହ ରକ୍ତତୀର୍ଥ ଇରମଠାରେ ଥିବା ସହିଦ ସ୍ମୃତି ସ୍ତମ୍ଭରେ ପୁଷ୍ପମାଲ୍ୟ ଅର୍ପଣ କରିଛନ୍ତି ।
ଅଧିକ ପଢନ୍ତ ଓଡ଼ିଶା ଖବର
‘ସାଗର ପରିକ୍ରମା’ କାର୍ଯ୍ୟକ୍ରମ ମୋଦି ସରକାରଙ୍କ ସୁଦୂରପ୍ରସାରୀ ନୀତିକୁ ପ୍ରତିଫଳିତ କରିଥାଏ । ଏହି କାର୍ଯ୍ୟକ୍ରମ ମତ୍ସ୍ୟଜୀବୀଙ୍କ ବିକାଶ ରଣନୀତିରେ ବ୍ୟାପକ ପରିବର୍ତନ ସୃଷ୍ଟି କରିବ । ଜଳବାୟୁ ପରିବର୍ତନ, ସ୍ଥାୟୀ ବିକାଶ, ମତ୍ସ୍ୟଜୀବୀ,ଜୀବିକା ତଥା ସାମଗ୍ରିକ ବିକାଶ ଉପରେ ‘ସାଗର ପରିକ୍ରମା’ର ପ୍ରଭାବ ଆଗାମୀ ପର୍ଯ୍ୟାୟରେ ସୁଦୂରପ୍ରସାରୀ ହେବ । ମୋଦି ସରକାରଙ୍କ ‘ସାଗର ପରିକ୍ରମା’ କାର୍ଯ୍ୟକ୍ରମ ମତ୍ସ୍ୟଜୀବୀଙ୍କ ଭାଗ୍ୟ ପରିବର୍ତନରେ ସହାୟକ ହେବ ବୋଲି ଶ୍ରୀ ସାମଲ କହିଛନ୍ତି ।
📱 Get Argus News App
✨କେନ୍ଦ୍ର ମତ୍ସ୍ୟ, ପଶୁପାଳନ ଏବଂ ଗୋପାଳନ ମନ୍ତ୍ରୀ ଶ୍ରୀ ପୁରୁଷୋତମ ରୁପାଲା ଆଜି ମତ୍ସଜୀବୀଙ୍କ ସହ କଥା ହୋଇଛନ୍ତି । ମାଛକୁ ଭୂମିରେ ଶୁଖାଯାଉଥିବା କାରଣରୁ ବହୁ କ୍ଷତିର ସମ୍ମୁଖୀନ ହୋଇଥିବା ମତ୍ସ୍ୟଜୀବୀ କହିଥିଲେ । ଏନେଇ ଶ୍ରୀ ରୁପାଲା ବନ୍ଦୋବସ୍ତ କରିବେ ପ୍ରତିଶ୍ରୁତି ଦେବା ସହ କିଭଳି ମତ୍ସଜୀବୀମାନେ ଅଧିକ ଲାଭ ପାଇବେ ସେନେଇ ବ୍ୟବସ୍ଥା କରିବେ । ‘ସାଗର ପରିକ୍ରମା’ କାର୍ଯ୍ୟକ୍ରମକୁ ଓଡ଼ିଶାର ମତ୍ସ୍ୟଜୀବୀ ସମର୍ଥନ କରିଥିବାରୁ ଶ୍ରୀ ରୁପାଲା ମତ୍ସଜୀବୀ ସଂପ୍ରଦାୟକଙ୍କୁ ଧନ୍ୟବାଦ ଜଣାଇଛନ୍ତି ।