ମୋଦି ଗ୍ୟାରେଣ୍ଟି : ବିଜେଡି ଛାଡି ବିଜେପିରେ ମିଶିଲେ ଶତାଧିକ ଲୋକେ
·2 years ago

ଝାରସୁଗୁଡ଼ା : ମୋଦୀ ଗ୍ୟାରେଣ୍ଟି ଉପରେ ଝାରସୁଗୁଡ଼ାବାସୀଙ୍କ ଭରସା । ବିଜେଡି ଛାଡି ବିଜେପିରେ ମିଶିଲେ ଶତାଧିକ ଲୋକେ । ପ୍ରଧାନମନ୍ତ୍ରୀଙ୍କ ସୁଶାସନ ଓ ବିଜେପିର ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ ପଦ୍ମରେ ସାମିଲ ହୋଇଛନ୍ତି । ଝାରସୁଗୁଡ଼ା ଜିଲ୍ଲା ବିଟିଏମ ସ୍ଥିତ ବିଜେପି କାର୍ଯ୍ୟଳୟରେ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି । ଏହି ମିଶ୍ରଣ ପର୍ବରେ ଝାରସୁଗୁଡ଼ା ଜିଲ୍ଲା କିର୍ମିରା ଏବଂ ଲଇକେରା ବ୍ଲକ ଅନ୍ତର୍ଗତ ବିଭିନ୍ନ ପଂଚାୟତର ଶତାଧିକ ନେତା ଓ କର୍ମୀ ବିଜେଡି ଦଳ ଛାଡ଼ି ଭାରତୀୟ ଜନତା ପାର୍ଟିରେ ଯୋଗ ଦେଇଛନ୍ତି ।
ଅଧିକ ପଢନ୍ତୁ ଓଡିଶା ଖବର
ଏହି ମିଶ୍ରଣ ପର୍ବରେ ଝାରସୁଗୁଡ଼ାଠାରେ ବିଜେପି ରାଜ୍ୟ ସମ୍ପାଦକ ଟଙ୍କଧର ତ୍ରିପାଠୀ ଏବଂ ଭାରତୀୟ ଜନତା ପାର୍ଟିର ବରିଷ୍ଠ କାର୍ଯ୍ୟକର୍ତ୍ତାଙ୍କ ଉପସ୍ଥିତିରେ ଏହି ମିଶ୍ରଣ ପର୍ବଟି ଅନୁଷ୍ଠିତ ହୋଇଥିଲା ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: