Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ନିର୍ବାଚନୀ ବିଗୁଲ ବଜାଇବାକୁ ଓଡିଶା ଆସୁଛନ୍ତି ମୋଦି

Jitendra Dash
Browse all articles by Jitendra Dash
·2 years ago·2 min read
ନିର୍ବାଚନୀ ବିଗୁଲ ବଜାଇବାକୁ ଓଡିଶା ଆସୁଛନ୍ତି ମୋଦି

ଅର୍ଗସ ବ୍ୟୁରୋ : ଫେବୃଆରୀ ୩ ତାରିଖରେ ଦିନିକିଆ ଓଡିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସମ୍ବଲପୁରରେ ଆଇଆଇଏମର ସ୍ଥାୟୀ କ୍ୟାମ୍ପସକୁ ଉଦଘାଟନ କରିବା ସହ ବିଭିନ୍ନ ପ୍ରକଳ୍ପର କରିବେ ଶିଳାନ୍ୟାସ । ସେହପରି ଦଳୀୟ ସଭାରେ ଲାକ୍ଷାଧିକ ଲୋକଙ୍କୁ ବି ସମ୍ଭୋଧିତ କରିବାର ରହିଛି କାର୍ଯ୍ୟକ୍ରମ । ଯାହାକୁ ନେଇ ରାଜ୍ୟ ବିଜେପି ଶିବିରରେ ଉତ୍ସାହ  । ନେତାଙ୍କ ଠୁ ନେଇ କର୍ମୀଙ୍କ ପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଭବ୍ୟ ସ୍ବାଗତ ପାଇଁ ଚଳାଇଛନ୍ତି ଜୋରଦାର ପ୍ରସ୍ତୁତି । 

ସେପଟେ ନିର୍ବାଚନ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ରଥମ  ଓଡିଶାକୁ ଗସ୍ତକୁ ନେଇ ରାଜ୍ୟ ରାଜନୀତି ବି ବେଶ ସରଗରମ  । କାରଣ ମୋଦିଙ୍କ ଶାସନ ସମୟରେ ଓଡିଶା ଅଧିକ ଲାଭବାନ ହୋଇଥିବା ବେଳେ ସଙ୍ଗଠନ ବି ଅଧିକ ସକ୍ରିୟ ହୋଇଛି । ଯେଉଁଥିପାଇଁ 2019 ଲୋକସଭା ନିର୍ବାଚନରେ ଦଳର ଭୋଟ ପ୍ରତିଶତ 18 ରୁ 38 କୁ ବଢିଥିଲା... ବିଧାନସଭାରେ  କଂଗ୍ରେସ କୁ ପଛକୁ ହଟାଇ ରାଜ୍ୟରେ ବିଜେପି ହୋଇଥିଲା ମୁଖ୍ୟ ବିରୋଧୀ ଦଳ, ବିଜେଡିର ଜନପ୍ରିୟତାକୁ  ପଛରେ ପକାଇ 8 ଲୋକସଭା ଆସନରେ ବିଜୟ ହାସଲ କରିଥିଲା ବିଜେପି.. ଗତ ପଂଚାୟତ ଓ ପୌର ନିର୍ବାଚନରେ  ସରକାରୀ କଳର ଖୁଲମ ଖୁଲା ଅପବ୍ୟବହାର ସତ୍ତ୍ବେ ୩୦ ପ୍ରତିଶତରୁ ଅଧିକ ଭୋଟ ପାଇଥିଲା ଦଳ ।  ଆଉ ଯାହାକୁ ନେଇ ବିଜେପିର ସଫଳତାର ଯାତ୍ରା ଆହୁରୀ ମଜବୁଥ୍ ହୋଇଥିବା ଆକଳନ କରାଯାଉଛି । ତେବେ ମୋଦିଙ୍କ ଏହି ଗସ୍ତ ବିଶେଷ ପ୍ରଭାବ ପକାଇବ ନାହିଁ ବୋଲି କହିଛନ୍ତି ଉଭୟ ବିଜେଡି ଓ କଂଗ୍ରେସ । 

ଅଧିକ ପଢନ୍ତୁ ଓଡ଼ିଶା ଖବର

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ବିଶେଷ କରି ପଶ୍ଚିମ ଓଡିଶାରେ ବିଜେପି ୨୦୧୯ ନିର୍ବାଚନରେ ୫ କୁ ୫ ଲୋକସଭା ଆସନ ହାତେଇ ଥିଲା । ମୋଦି ଏବେ ପଶ୍ଚିମ ଓଡିଶାର ପ୍ରାଣ କେନ୍ଦ୍ର ସମ୍ବଲପୁରରେ ଦେବେ ଉଦବୋଧନ । ରାଜ୍ୟରେ ମୋଦିଙ୍କ ପ୍ରତି ବଢୁଥିବା ଜନ ସମର୍ଥନ ଲୋକସଭାରେ ଦଳ ବହୁତ ଭଲ ପ୍ରଦର୍ଶନ କରିବା ନେଇ  ଦିଶୁଛି ଜଳ ଜଳ । ମୋଦିଙ୍କ ଜନପ୍ରିୟତାରେ ମଧ୍ୟପ୍ରଦେଶ, ଛତିଶଗଡ ଓ ରାଜସ୍ଥାନ ଫଳାଫଳ ପରି ଓଡିଶାରେ ବି ପ୍ରଭାବ ପଡିବ ବୋଲି ଦୃଢୋକ୍ତି କରୁଛନ୍ତି ବିଜେପି ନେତ ।
 

Sponsored
Modi is coming to Odisha to play the election bugle | Argus News