RBI Data Centre / ଜଟଣୀରେ RBI ଡାଟା ସେଣ୍ଟରର ଉଦ୍ଘାଟନ କଲେ ପ୍ରଧାନମନ୍ତ୍ରୀ ମୋଦି; ଜାଣନ୍ତୁ କିଭଳି ମିଳିବ ଲାଭ ?
·1 hour ago·2 min read

Key Points
ଖୋର୍ଦ୍ଧାର ଜଟଣୀରେ ଉଦ୍ଘାଟିତ ହେଲା RBIର ଡାଟା ସେଣ୍ଟର । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦିନିକିଆ ଓଡ଼ିଶା ଗସ୍ତରେ ଆସି ଜଟଣୀରେ RBI ଡାଟା ସେଣ୍ଟରର ଉଦ୍ଘାଟନ କରିଛନ୍ତି ।
ଭୁବନେଶ୍ଵର: ଓଡ଼ିଶାକୁ ପ୍ରଧାନମନ୍ତ୍ରୀଙ୍କ ବଡ଼ ଭେଟି । ଖୋର୍ଦ୍ଧାର ଜଟଣୀରେ ଉଦ୍ଘାଟିତ ହେଲା RBI ଡାଟା ସେଣ୍ଟର । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦିନିକିଆ ଓଡ଼ିଶା ଗସ୍ତରେ ଆସି ଜଟଣୀରେ RBIର ଡାଟା ସେଣ୍ଟରର ଉଦ୍ଘାଟନ କରିଛନ୍ତି ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବାୟୁସେନାର ସ୍ଵତନ୍ତ୍ର ବିମାନରେ ଭୁବନେଶ୍ଵର ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚିଥିଲେ । ଏହାପରେ ପ୍ରଧାନମନ୍ତ୍ରୀ ବାୟୁସେନାର ହେଲିକପ୍ଟରରେ ଖୋର୍ଦ୍ଧାରେ ପହଞ୍ଚି RBIର ଡାଟା ସେଣ୍ଟର ଲୋକାର୍ପଣ କରିଛନ୍ତି ।
ଏଥିସହ ପଢ଼ନ୍ତୁ: ଘଣ୍ଟା ପ୍ରତି ୫ କି.ମି. ବେଗରେ ଗତି କରୁଛି ଗଭୀର ଅବପାତ; ୨୬ ସକାଳେ ବାତ୍ୟା
ତଥ୍ୟ ସୁରକ୍ଷା ପାଇଁ ଅତ୍ୟାଧୁନିକ ବ୍ୟବସ୍ଥା

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଖୋର୍ଦ୍ଧା ଜିଲ୍ଲାର ଜଟଣୀର ଇନଫୋ ଭ୍ୟାଲି-୨ରେ RBIର ଡାଟା ସେଣ୍ଟର ପ୍ରତିଷ୍ଠା ହୋଇଛି । ୧୮.୫୫ ଏକର କ୍ୟାମ୍ପସରେ ରହିଛି RBIର ଡାଟା ସେଣ୍ଟର । ଏହି ସେଣ୍ଟର ଦ୍ଵାରା ସାଇବର ସୁରକ୍ଷା ଆହୁରି ସୁଦୃଢ଼ ହେବ । RBIର ଡାଟା ସେଣ୍ଟର ପାଇଁ ୨୦୨୩ ମାର୍ଚ୍ଚ ୨୨ରେ ଶୁଭ ଦେଇଥିଲେ ତତ୍କାଳୀନ ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ।
ଜଟଣୀରେ ୧୬୯ କୋଟି ମୂଲ୍ୟରେ RBIର ଡାଟା ସେଣ୍ଟର ସହ ସାଇବର ସିକ୍ୟୁରିଟି ଟ୍ରେନିଂ ଇନଷ୍ଟିଚ୍ୟୁଟର ଉଦ୍ଘାଟନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ନଭି ମୁମ୍ବାଇ ପରେ ଦ୍ଵିତୀୟ ଫ୍ୟାସିଲିଟି ଭାବେ ଜଟଣୀରେ RBIର ଡାଟା ସେଣ୍ଟର ସ୍ଥାପନ କରାଯାଇଛି । RBIର ଡାଟା ସେଣ୍ଟର ଜଟଣୀରେ ବିଶ୍ଵସ୍ତରୀୟ ଟେକ୍ନୋଲୋଜି ରହିଛି ।
ସୂଚନା ଅନୁସାରେ, ଭୌଗଳିକ ସ୍ଥିତି ଦୃଷ୍ଟିରୁ ଖୋର୍ଦ୍ଧାର ଇନଫୋଭ୍ଯାଲି-୨ ଗୁରୁତ୍ଵବହନ କରୁଛି । ଏହା ଅନ୍ତର୍ଜାତୀୟ ସୀମାରୁ ଦୂରରେ ରହିଥିବା ବେଳେ ପ୍ରାକୃତିକ ବିପର୍ଯ୍ୟୟ ଓ ଅନ୍ୟ ଭୂ-ରାଜନୈତିକ ବିପଦ ରହିବ ନାହିଁ ।
UPI, NEFT ଓ RTGS ଭଳି ଡିଜିଟାଲ୍ କାରବାରର ତଥ୍ୟ ସୁରକ୍ଷିତ ରଖିବା ସହ ସାଇବର ଆକ୍ରମଣ ଓ ବୈଷୟିକ ସମସ୍ୟା ସମୟରେ ବ୍ୟାଙ୍କିଂ ସେବା ଅବ୍ୟାହତ ରଖିବାରେ ଏହା ସହାୟକ ହେବ । ଏଠାରେ କ୍ଲାଉଡ୍ କମ୍ପ୍ୟୁଟିଂ, ଏଆଇ ଓ ବିଗ୍ ଡାଟା ଆନାଲିଟିକ୍ସ ସହ ସାଇବର ସୁରକ୍ଷା ପ୍ରଶିକ୍ଷଣ ଉପରେ ମଧ୍ୟ ଗୁରୁତ୍ଵ ଦିଆଯିବ । ଦେଶର ଡିଜିଟାଲ୍ ବ୍ୟାଙ୍କିଂ ବ୍ୟବସ୍ଥାକୁ ଅଧିକ ସୁରକ୍ଷିତ ଓ ସୁଦୃଢ଼ କରିବାରେ ଏହି ଡାଟା ସେଣ୍ଟର ଗୁରୁତ୍ୱପୂର୍ଣ୍ଣ ହେବ ।
ଏଥିସହ ପଢ଼ନ୍ତୁ: ଫାର୍ମ ଭିତରକୁ ଅଚାନକ ମାଡ଼ି ଆସିଲା ୧୫ ଫୁଟ ଲମ୍ବା ଅହିରାଜ; କାଳିଆ ଲାଗି ବଞ୍ଚିଗଲେ ୩୦୦୦ କୁକୁଡ଼ା
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଗସ୍ତ ପାଇଁ କମିଶନରେଟ ପୋଲିସ ପକ୍ଷରୁ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ଭୁବନେଶ୍ୱରରୁ ଜଟଣୀ ପର୍ଯ୍ୟନ୍ତ କଡ଼ା ସୁରକ୍ଷା ବ୍ୟବସ୍ଥା ହୋଇଛି । କମିଶନରେଟ୍ ପୋଲିସ ପକ୍ଷରୁ ୭୦ ପ୍ଲାଟୁନ୍ ଫୋର୍ସ ମୁତୟନ ସହ ରାଜଧାନୀରେ ଜାରି ହୋଇଛି ଟ୍ରାଫିକ୍ କଟକଣା ।

Related Topics
Explore more stories