Rain Forecast / ଜୁଲାଇ ପ୍ରଥମ ସପ୍ତାହରେ ଲଘୁଚାପ ସମ୍ଭାବନା; ୫ ଦିନ ବର୍ଷା ନେଇ ଆଲର୍ଟ ଜାରି
·1 hour ago·2 min read

Key Points
କେଉଁଠି ପ୍ରବଳ ବର୍ଷା ହେବ ତ ଆଉ କେଉଁଠି କାଳବୈଶାଖୀ ଲାଗି ରହିବ । ୨୫ ତାରିଖ ପର୍ଯ୍ୟନ୍ତ କାଳବୈଶାଖୀ ବର୍ଷା ଲାଗି ରହିବା ନେଇ ଆକଳନ କରାଯାଇଛି ।
ଭୁବନେଶ୍ଵର: ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ମଙ୍ଗଳବାର ସାରା ରାଜ୍ୟକୁ ଛୁଇଁଛି । ଏନେଇ ସୂଚନା ଦେଇଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର । ଏହାର ପ୍ରଭାବରେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ୫ ଦିନ ପର୍ଯ୍ୟନ୍ତ ଲାଗି ରହିବ ବର୍ଷା ।
କେଉଁଠି ପ୍ରବଳ ବର୍ଷା ହେବ ତ ଆଉ କେଉଁଠି କାଳବୈଶାଖୀ ଲାଗି ରହିବ । ୨୫ ତାରିଖ ପର୍ଯ୍ୟନ୍ତ କାଳବୈଶାଖୀ ବର୍ଷା ଲାଗି ରହିବା ନେଇ ଆକଳନ କରାଯାଇଛି । ୨୬ ଓ ୨୭ ତାରିଖରେ ବିଶେଷକରି ଦକ୍ଷିଣ ଓଡ଼ିଶାର ଜିଲ୍ଲାମାନଙ୍କରେ ପ୍ରବଳ ବର୍ଷା ପୂର୍ବାନୁମାନ କରିଛି ପାଣିପାଗ କେନ୍ଦ୍ର ।
ଜୁଲାଇ ପହିଲାରେ ଲଘୁଚାପ !
ଆସନ୍ତା ୨୫ ବେଳକୁ ଦକ୍ଷିଣ ଓଡ଼ିଶା ଓ ଉତ୍ତର ଆନ୍ଧ୍ର ଉପକୂଳରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି । ପ୍ରଭାବରେ ଦକ୍ଷିଣ ଓଡ଼ିଶାରେ ବର୍ଷା ହେବ । ୨୯ ବେଳକୁ ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ଆଉ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇପାରେ । ଯାହାକି ଲଘୁଚାପର ରୂପ ନେବ ବୋଲି କହିଛନ୍ତି ସୋଆ ସିଇସି ମୁଖ୍ୟ ଶରତ ଚନ୍ଦ୍ର ସାହୁ ।
ଏଥିସହ ପଢ଼ନ୍ତୁ: ଆକାଶକୁ ଛୁଇଁଲା ଭୟଙ୍କର ଘୂର୍ଣ୍ଣିଝଡ଼: ପେଟ୍ରୋଲ ପମ୍ପ ଘର ସବୁ ଉଡ଼ାଇନେଲା
ଜୁଲାଇ ପ୍ରଥମ ସପ୍ତାହରେ ୨ରୁ ୪ ତାରିଖ ମଧ୍ୟରେ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି । ଏହା ପ୍ରଭାବରେ ରାଜ୍ୟର ଅଧିକାଂଶ ସ୍ଥାନରେ ବର୍ଷା ଲାଗି ରହିବ । ଜୁଲାଇ ପ୍ରଥମ ସପ୍ତାହରେ ଭଲ ବର୍ଷା ହୋଇପାରେ ।
ଏବେ ଆଭ୍ୟନ୍ତରୀଣ ଓଡ଼ିଶାରେ ଗରମ ରହୁଥିବାରୁ କାଳବୈଶାଖୀର ମଧ୍ୟ ପ୍ରଭାବ ରହିଛି । ୨୫ ତାରିଖ ପର୍ଯ୍ୟନ୍ତ କାଳବୈଶାଖୀର ପ୍ରଭାବ ବିଭିନ୍ନ ଜିଲ୍ଲା ଉପରେ ରହିବ । ଏନେଇ ପାଣିପାଗ ବିଭାଗ ୟେଲୋ ଆଲର୍ଟ ଜାରି କରିଛି ।
ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ଭୁବନେଶ୍ଵର ଅନୁସାରେ, ଆଗାମୀ ୬ରୁ ୭ ଦିନ ପର୍ଯ୍ୟନ୍ତ ଦିନର ସର୍ବୋଚ୍ଚ ତାପମାତ୍ରାରେ ସେଭଳି ବଡ଼ ପରିବର୍ତ୍ତନ ଆସିବ ନାହିଁ ।
ତେବେ ଉପକୂଳରେ ଘଣ୍ଟାପ୍ରତି ୪୦ରୁ ୫୦ କିଲୋମିଟର ବେଗରେ ପବନ ବହିପାରେ । ୨୩ ଓ ୨୪ ତାରିଖ ଦୁଇ ଦିନ ସମୁଦ୍ର ଅଶାନ୍ତ ରହିବ । ତେଣୁ ଏହି ୨ ଦିନ ମତ୍ସ୍ୟଜୀବୀଙ୍କୁ ଗଭୀର ସମୁଦ୍ରକୁ ବାରଣ କରାଯାଇଛି ।
ଏଥିସହ ପଢ଼ନ୍ତୁ: ୨୮ ତାରିଖରେ ହେବ ଆର୍.ଆଇ, ଅମିନ ପରୀକ୍ଷା; ଘୁଞ୍ଚିଲା OTET ଏଣ୍ଟ୍ରାନ୍ସ
କାଳବୈଶାଖୀ ଆଲର୍ଟ
ଆଗାମୀ ୨୪ ଘଣ୍ଟାରେ କାଳବୈଶାଖୀ ନେଇ ଏକାଧିକ ଜିଲ୍ଲାକୁ ୟେଲୋ ଆଲର୍ଟ ରହିଛି । ଜିଲ୍ଲାଗୁଡ଼ିକ ହେଲା- ବାଲେଶ୍ଵର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ, ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଞ୍ଜ, ସୋନପୁର, ବୌଦ୍ଧ, ନୂଆପଡ଼ା, ବଲାଙ୍ଗିର, କଳାହାଣ୍ଡି, କନ୍ଧମାଳ, ନବରଙ୍ଗପୁର, ରାୟଗଡ଼ା, କୋରାପୁଟ ଓ ମାଲକାନଗିରି ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories