Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ସାପ ଛାଡ଼ି ସ୍ତ୍ରୀ ଓ ଝିଅକୁ ହତ୍ୟା, ଅଭିଯୁକ୍ତ ସ୍ବାମୀ ଗିରଫ

Odisha

ସାପ ଛାଡ଼ି ସ୍ତ୍ରୀ ଓ ଝିଅକୁ ହତ୍ୟା, ଅଭିଯୁକ୍ତ ସ୍ବାମୀ ଗିରଫ

Jitendra Dash
Browse all articles by Jitendra Dash
·2 years ago·1 min read
ସାପ ଛାଡ଼ି ସ୍ତ୍ରୀ ଓ ଝିଅକୁ ହତ୍ୟା, ଅଭିଯୁକ୍ତ ସ୍ବାମୀ ଗିରଫ

ଅର୍ଗସ ବ୍ୟୁରୋ : ଗଞ୍ଜାମରେ ସାପ ଛାଡ଼ି ସ୍ତ୍ରୀ ଓ ଝିଅକୁ ମାରିବା ଘଟଣା । ତଦନ୍ତ ଲାଗି ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଲେ ବନ୍ୟପ୍ରାଣୀ ପିସିସିଏଫ୍ ସୁଶାନ୍ତ ନନ୍ଦ । ଘଟଣାକୁ ଦୁର୍ଭାଗ୍ୟଜନକ କହିଛନ୍ତି ପିସିସିଏଫ୍ । ସାପ ଆସିଲା କେଉଁଠୁ ? କିଏ ଯୋଗାଇଛି ? ସାପକୁ ବ୍ୟବହାର କରିବା ପରେ ମାରି ଦିଆଯାଇଥିବା ଖବର କେତେଦୂର ସତ ? ଏସବୁର ଟିକିନିଖି ତଦନ୍ତ ଓ ତଥ୍ୟ ସଂଗ୍ରହ କରି ରିପୋର୍ଟ ଦେବାକୁ DFOଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । 

ଅଧିକ ପଢନ୍ତୁ ଓଡ଼ିଶା ଖବର

ଘଟଣାରେ ସଂପୃକ୍ତ ଥିବା ସମସ୍ତଙ୍କ ବିରୋଧରେ ହେବ କାର୍ଯ୍ୟନୁଷ୍ଠାନ । ବନ୍ୟପ୍ରାଣୀ ନିରାପତ୍ତା ଆଇନ ଅନୁଯାୟୀ, ନାଗ ସାପ ଭଳି ବିଷଧର ସାପର ଅନିଷ୍ଟ କଲେ ବା ସାପକୁ ଖରାପ କାମରେ ବ୍ୟବହାର କଲେ, ୭ ବର୍ଷ ଜେଲ ଦଣ୍ଡ ବ୍ୟବସ୍ଥା ରହିଛି । ଅନ୍ୟପକ୍ଷରେ ସାପ ଧରିବା ଲାଗି SOP ହୋଇଛି । ଯେଉଁମାନେ ସାପ ଧରିବେ ସେମାନଙ୍କୁ ପ୍ରଶିକ୍ଷଣ ଦିଆଯାଇ ସ୍ବତନ୍ତ୍ର ପରିଚୟ ପତ୍ର ଦିଆଯାଉଛି । ଯେଉଁମାନଙ୍କର ଅଭିଜ୍ଞତା ନାହିଁ, ସେମାନେ ବିଷଧର ସାପ ଧରନ୍ତୁ ନାହିଁ ବୋଲି ଅପିଲ କଲେ ବନ୍ୟପ୍ରାଣୀ ପିସିସିଏଫ୍ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Month after wife, child die of snake bite, man arrested for murder | Argus News