Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ବିଷ ପିଇ ମାଆ ମୃତ, ପୁଅ ଗୁରୁତର

Odisha

ବିଷ ପିଇ ମାଆ ମୃତ, ପୁଅ ଗୁରୁତର

Swayangprajna Mishra
Browse all articles by Swayangprajna Mishra
·1 year ago·2 min read
ବିଷ ପିଇ ମାଆ ମୃତ, ପୁଅ ଗୁରୁତର

ସମ୍ବଲପୁର : ବିଷ ପିଇଲେ ମାଆ ଏବଂ ପୁଅ। ତେବେ ଏହି ଘଟଣାରେ ବୁର୍ଲା ଡାକ୍ତରଖାନାରେ ମାଆଙ୍କ ମୃତ୍ୟୁ ହୋଇଥିବା ବେଳେ ପୁଅ ଗୁରୁତର ଭାବେ ଅସୁସ୍ଥ ହୋଇ ବୁର୍ଲା ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ଜଣାପଡିଛି। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ସମ୍ବଲପୁର ଜିଲ୍ଲା ନାକଟିଦେଉଳ ବ୍ଲକ କିସିଣ୍ଡା ଥାନା ଅନ୍ତର୍ଗତ ପୋଡ଼ାଖୋଲ ଗାଁରେ। ମୃତ ମହିଳା ଜଣଙ୍କ ପୋଡ଼ାଖୋଲ ଗାଁର ଆନ୍ତର୍ଯ୍ୟାମୀ ପ୍ରଧାନଙ୍କ ସ୍ତ୍ରୀ ତାରା ପ୍ରଧାନ ଏବଂ ଗୁରୁତର ଅସୁସ୍ଥ ପୁଅ ତରୁଣ କୁମାର ପ୍ରଧାନ ବୋଲି ଜଣାପଡିଛି। ମିଳିଥିବା ସୂଚନା ଅନୁସାରେ ପୋଡ଼ାଖୋଲ ଗାଁର ଆନ୍ତର୍ଯ୍ୟାମୀ ପ୍ରଧାନ ଆଜକୁ ଦୀର୍ଘ ବର୍ଷ ହେଲା ନିଜର ସ୍ତ୍ରୀ ଏବଂ ପୁଅ ଝିଅ ଦୁଇ ଜଣଙ୍କୁ ଛାଡି ଅନ୍ୟ ଏକ ମହିଳାଙ୍କୁ ବିବାହ କରି ନିକଟସ୍ଥ ଗାଁରେ ରହୁଥିବାବେଳେ ତାରା ପ୍ରଧାନ ନିଜର ପୁଅ ଝିଅଙ୍କୁ ସାଙ୍ଗରେ ଧରି ପୋଡ଼ାଖୋଲ ଗାଁରେ ରହୁଥିଲେ। ଗତ ବର୍ଷ ତାରା ପ୍ରଧାନ ନିଜର ଝିଅକୁ ବିବାହ କରାଇଥିବାବେଳେ ବର୍ତ୍ତମାନ ମାଆ ଓ ପୁଅ ଘରେ ଏକାକୀ ରହୁଥିଲେ ।

ଅଧିକ ପଢନ୍ତୁ ଓଡିଶା ଖବର

ତେବେ କୌଣସି କାରଣରୁ ଗତ 20 ତାରିଖ ରାତିରେ ଉଭୟ ମାଆ ଓ ପୁଅ ଚରମ ନିଷ୍ପତ୍ତି ନେଇ ଘର ଭିତରେ ବିଷ ପାନ କରିଦେଇଥିଲେ । ତେବେ ସକାଳ ପର୍ଯ୍ୟନ୍ତ ଘର ଭିତରୁ ସେମାନେ ଉଠି ନ ଥିବା ବେଳେ ସେମାନଙ୍କର ପାଟି ତୁଣ୍ଡ ମଧ୍ୟ ଶୁଭାଯାଇନଥିଲା। ତାଙ୍କର ଜଣେ ସମ୍ପର୍କୀୟ ସନ୍ଦେହ ପ୍ରକାଶ କରି ଘର ଭିତରକୁ ଯାଇ ଗୁରୁତର ଭାବେ ଉଭୟ ମାଆ ପୁଅ ବିଛଣାରେ ପଡ଼ିଥିବା ଦେଖିବାକୁ ପାଇଥିଲେ। ପାଖରେ ବିଷ ବୋତଲ ମଧ୍ୟ ପଡ଼ିଥିବା ଦେଖିବାକୁ ମିଳିଥିଲ। ଏହାପରେ ସଙ୍ଗେ ସଙ୍ଗେ ଉଭୟ ମାଆ ପୁଅଙ୍କୁ ଆମ୍ବୁଲାନ୍ସ ଯୋଗେ ବୁର୍ଲା ଡାକ୍ତରଖାନାକୁ ନିଆଯାଇଥଲା। ତେବେ ଚିକିତ୍ସାଧୀନ ଅବସ୍ଥାରେ ତାରା ପ୍ରଧାନଙ୍କର ରବିବାର ସକାଳୁ ମୃତ୍ୟୁ ଘଟିଥିବାବେଳେ ପୁଅ ତରୁଣ କୁମାର ପ୍ରଧାନ ଆଇସିୟୁ ରେ ଭର୍ତ୍ତି ହୋଇ ଚିକିତ୍ସିତ ହେଉଥିବା ଜଣାପଡିଛି। ଅତ୍ୟଧିକ ଋଣ ଭାର ଯୋଗୁଁ ଉଭୟ ମାଆ ଏବଂ ପୁଅ ଏପରି ଚରମ ନିଷ୍ପତ୍ତି ନେଇଥିବା ଚର୍ଚ୍ଚା ହେଉଛି l 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Raja Festival
Sponsored
Mother died after drinking poison, son is in critical condition | Argus News