ବୋହୂର ମାଡରେ ଶାଶୂ ଗୁରୁତର, ଭାଇରାଲ ହେଉଛି ମାଡ଼ ବେଳର ଦୃଶ୍ୟ
·2 years ago

ଅର୍ଗସ ବ୍ୟୁରୋ : ବୋହୂର ମାଡରେ ୬୫ବର୍ଷୀୟ ଶାଶୂ ଗୁରୁତର । ଗୁରୁତର ଶାଶୂଙ୍କୁ ଉଦ୍ଧାର କରି ବାସୁଦେବପୁର ମେଡିକାଲରେ ଗ୍ରାମବାସୀ ମାନେ ଭର୍ତ୍ତି କରିଛନ୍ତି । ସେଠାରେ ତାଙ୍କ ଚିକିତ୍ସା ଜାରି ରହିଛି । ମାଡ଼ ମାରିଥିବା ବେଳର ଦୃଶ୍ୟ ଏବେ ଭାଇରାଲ ହେବାରେ ଲାଗିଛି । ଏଭଳି ଘଟଣା ଘଟିଛି ବାସୁଦେବପୁର ବ୍ଲକର ବାଗଦା ବିନାୟକପୁର ଗାଁରେ ।
ଅଧିକ ପଢନ୍ତୁ ଓଡ଼ିଶା ଖବର
ଗୁରୁତର ସେହି ଗାଁର ରବିମଣି ପଣ୍ଡା । ତେବେ ପାରିବାରିକ ଝଗଡାକୁ ନେଇ ଏମିତି କାଣ୍ଡ ଘଟିଥିବା ଜଣାପଡିଛି । ତେବେ ବୋହୂ ଶାଶୂକୁ ବାଉଁଶରେ ଅତି ଅମାନୁଷିକ ଭାବେ ମାଡ଼ ମାରୁଥିବା ସମୟରେ କେହି ଜଣେ ବ୍ୟକ୍ତି ସେ ଘଟଣାକୁ ମୋବାଇଲରେ ରେକଡିଂ କରିଥିଲେ । ଆଉ ସେହି ଭିଡିଓ ଏବେ ମୋବାଇଲକୁ ମୋବାଇଲ ଘୁରି ବୁଲୁଛି ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: