Odisha Holiday / ଆସନ୍ତାକାଲି ଛୁଟି; ବନ୍ଦ ରହିବ ବିଦ୍ୟାଳୟରୁ ନେଇ ବ୍ୟାଙ୍କ
·1 hour ago·2 min read

Key Points
ଛାତ୍ରଛାତ୍ରୀ ଓ ସରକାରୀ ଚାକିରିଆଙ୍କ ପାଇଁ ଖୁସି ଖବର । ଜୁନ୍ ୨୬ ଶୁକ୍ରବାର ବନ୍ଦ ରହିବ ଶିକ୍ଷାନୁଷ୍ଠାନ ଓ ସରକାରୀ କାର୍ଯ୍ୟାଳୟ ।
ଭୁବନେଶ୍ଵର: ଖୁସି ଖବର । ଛାତ୍ରଛାତ୍ରୀ ଓ ସରକାରୀ ଚାକିରିଆଙ୍କ ପାଇଁ ଖୁସି ଖବର । ଜୁନ୍ ୨୬ ଶୁକ୍ରବାର ବନ୍ଦ ରହିବ ଶିକ୍ଷାନୁଷ୍ଠାନ ଓ ସରକାରୀ କାର୍ଯ୍ୟାଳୟ । ମହରମ୍ ପାଇଁ ଶୁକ୍ରବାରକୁ ସର୍ବସାଧାରଣ ଛୁଟି ଘୋଷଣା କରାଯାଇଛି ।
ଫଳରେ ଆସନ୍ତାକାଲି ୨୦୨୬ ଜୁନ୍ ୨୬ ଶୁକ୍ରବାର ସବୁକିଛି ବନ୍ଦ ରହିବ । ବିଦ୍ୟାଳୟ, କଲେଜ, ସରକାରୀ କାର୍ଯ୍ୟାଳୟ, ବ୍ୟାଙ୍କ ଏବଂ ଅନ୍ୟ କାର୍ଯ୍ୟାଳୟ ଦେଶବ୍ୟାପୀ ବନ୍ଦ ରହିବ । ଓଡ଼ିଶାରେ ମଧ୍ୟ ଏହା ଲାଗୁ ହେବ ।
ଏଥିସହ ପଢ଼ନ୍ତୁ: ୩୬ତମ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ଘୋଷଣା; ଜାଣନ୍ତୁ ବାଜି ମାରିଲା କେଉଁ ଫିଲ୍ମ...
ଶୁକ୍ରବାର ଛୁଟି କି ନୁହେଁ ସେନେଇ ଦ୍ଵନ୍ଦ୍ଵରେ ଥିବା ଛାତ୍ରଛାତ୍ରୀ, ଅଭିଭାବକ ଓ କର୍ମଚାରୀଙ୍କ ପାଇଁ ଏହା ଆଶ୍ଵସ୍ତି ନେଇ ଆସିଛି । ମହରମ୍ ହେଉଛି ମୁସଲମାନ ଭାଇଭଉଣୀଙ୍କ ପ୍ରମୁଖ ପର୍ବ । ଯାହାକୁ ଦେଶର ବିଭିନ୍ନ ଭାଗରେ ପାଳନ କରାଯାଇଥାଏ ।
୩ ଦିନ ଛୁଟି
ମହରମ୍ ପାଇଁ ଶୁକ୍ରବାର ଛୁଟି ପଡ଼ୁଥିବାରୁ ଅନେକଙ୍କୁ ଲମ୍ବା ଅବକାଶ ମିଳିବ । କାରଣ ଜୁନ୍ ୨୭ ଚତୁର୍ଥ ଶନିବାର ଓ ରବିବାର ମଧ୍ୟ ଛୁଟି ରହିଛି । ଏଭଳି ଭାବେ ଅଧିକାଂଶ ଚାକିରିଆ ଏକକାଳୀନ ୩ ଦିନ ଛୁଟି ପାଇବେ । ପରିବାର ସହ ସମୟ ଅତିବାହିତ କରିବାର ସୁଯୋଗ ମିଳିବ । ଚାହୁଁଥିବା ମନପସନ୍ଦର ସ୍ଥାନକୁ ବୁଲିବାକୁ ଯାଇ ପାରିବେ ।
ଏଥିସହ ପଢ଼ନ୍ତୁ: ବିରିଆନୀରୁ ମିଳିଲା ମାଛି; ଠିକାଦାରଙ୍କ ଉପରେ ଜରିମାନା ଲଗାଇଲା ଆଇଆରସିଟିସି
ଶନିବାର କ'ଣ ରହିବ ବନ୍ଦ ?
ଜୁନ୍ ୨୭ ତାରିଖ ମାସର ଚତୁର୍ଥ ଶନିବାର । ଆରବିଆଇ କ୍ୟାଲେଣ୍ଡର ଅନୁସାରେ, ଓଡ଼ିଶାରେ ଶନିବାର ବ୍ୟାଙ୍କ କାର୍ଯ୍ୟାଳୟ ଗୁଡ଼ିକ ବନ୍ଦ ରହିବ । ସେହିଭଳି ରାଜ୍ୟ ଓ କେନ୍ଦ୍ର ସରକାରଙ୍କ କାର୍ଯ୍ୟାଳୟ ଖୋଲିବ ନାହିଁ । ତେବେ, ଶନିବାର ଶିକ୍ଷାନୁଷ୍ଠାନ ଖୋଲିବ, ରବିବାର ବନ୍ଦ ରହିବ ।
ମହରମ୍ କ'ଣ ?
ଇସଲାମିକ କ୍ୟାଲେଣ୍ଡରର ପ୍ରଥମ ମାସ ହେଉଛି ମହରମ୍ । ଯାହା ମୁସଲମାନ ସମ୍ପ୍ରଦାୟ ପାଇଁ ଅତ୍ୟନ୍ତ ପବିତ୍ର । ଏହିଦିନ ନମାଜ୍ ପାଠ, ଉପବାସ ଏବଂ ଦାନ-ଧର୍ମ କରିଥାନ୍ତି ମୁସଲମାନ ସମ୍ପ୍ରଦାୟ । ମହରମ୍ରେ ବିଭିନ୍ନ ସ୍ଥାନରେ ସୁନ୍ଦର 'ତାଜିଆ' ଶୋଭାଯାତ୍ରା ବାହାର କରାଯାଇଥାଏ ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories