Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ବିଦ୍ୟାଳୟରେ ବିଚିତ୍ର ବ୍ୟବସ୍ଥା ; ଉପସ୍ଥାନରେ ୩୫, ହେଲେ ସ୍କୁଲରେ ୧୩....

Swayangprajna Mishra
Browse all articles by Swayangprajna Mishra
·2 years ago·1 min read
ବିଦ୍ୟାଳୟରେ ବିଚିତ୍ର ବ୍ୟବସ୍ଥା ; ଉପସ୍ଥାନରେ ୩୫, ହେଲେ ସ୍କୁଲରେ ୧୩....

ଝାରସୁଗୁଡା : ସ୍କୁଲ ଖୋଲା, ଛାତ୍ରଛାତ୍ରୀ ଅଧା ଆସିଛନ୍ତି। କିନ୍ତୁ ସବୁଦିନ ଶତ ପ୍ରତିଶତ ଉପସ୍ଥାନ ପଡ଼ୁଛି। କେବଳ ଯେ ଛାତ୍ରଛାତ୍ରୀଙ୍କ ଉପସ୍ଥାନ ପଡ଼ୁଛି ତାହା ନୁହେଁ ବରଂ ଛାତ୍ରଛାତ୍ରୀଙ୍କ ପାଇଁ ସେହି ହାରରେ ମଧ୍ୟାହ୍ଣ ଭୋଜନ ରନ୍ଧା ଯାଉଥିବା ନେଇ ମଧ୍ୟ ଦର୍ଶାଯାଉଛି। ସେପଟେ, ଯେତିକି ବି ପିଲା ଆସୁଛନ୍ତି ତାଙ୍କୁ ଠିକରେ ଖାଇବାକୁ ବି ଦିଆଯାଉନି । ଆଜି ସୋମବାର ପାଇଁ ମଧ୍ୟାହ୍ଣ ଭୋଜନରେ ଭାତ, ଡାଲେମା ଥିବା ବେଳେ ଡାଲେମାରୁ ସବୁ ପରିବା ଗାଏବ୍ ହୋଇଯାଇଥିବା ଦେଖିବାକୁ ମିଳିଥିଲା। ଏଭଳି ଘଟଣା ଦେଖିବାକୁ ମିଳିଛି ଲଇକେରା ବ୍ଲକ ପାକେଲପଡ଼ା ପଞ୍ଚାୟତ କର୍ମାପଡ଼ା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ।

ଅଧିକ ପଢନ୍ତୁ ଓଡିଶା ଖବର 

ଏନେଇ ପ୍ରଧାନ ଶିକ୍ଷକ ବିରେନ୍ଦ୍ର ଚୌଧୁରୀଙ୍କୁ ପଚାରିବାରେ, ବୁଧବାର ଦିନ ସାପ୍ତାହିକ ବଜାର କରାଯାଉଥିବା ବେଳେ ଆଜି ପରିବା ସରିଯାଇଥିବାରୁ ଭାତ ସାଙ୍ଗକୁ ବିନା ପରିବାର ଡାଲେମା ଦିଆଯାଇଥିବା କହିଥିଲେ।ଏହି ବିଦ୍ୟାଳୟରେ ଶ୍ରେଣୀ ସଂଖ୍ୟା ପ୍ରଥମରୁ ଅଷ୍ଟମ।  ସବୁଦିନ ୩୫ପିଲାଙ୍କ ଉପସ୍ଥାନ ପଡୁଥିବା ବେଳେ ଆଜି ସ୍କୁଲରେ ପହଞ୍ଚିବା ବେଳକୁ ମାତ୍ର ୧୩ ଜଣ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ। ଯାହା ସ୍କୁଲ କର୍ତ୍ତୃପକ୍ଷଙ୍କ ଭୂମିକା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
multiple problems in primary school | Argus News