କ'ଣ ରହିଛି ସେ ଟ୍ରଙ୍କ ଭିତରେ ? ଯାହାକୁ ନେଇ ଚାଲିଛି ତଦନ୍ତ
·2 years ago

ଅର୍ଗସ ବ୍ୟୁରୋ : ଭୁବନେଶ୍ବର ବିମାନବନ୍ଦରରେ ରହସ୍ୟମୟ ଟ୍ରଙ୍କ । ଟ୍ରଙ୍କ ଭିତରେ ରହିଛି ବିପୁଳ ପରିମାଣର ସୁନା । ଆଜି ସକାଳେ ବିମାନବନ୍ଦର କଷ୍ଟମ ବିଭାଗ ପକ୍ଷରୁ ଜବତ ହୋଇଛି ଏହି ଟ୍ରଙ୍କ । ଟ୍ରଙ୍କକୁ ଜବତ କରି ତଦନ୍ତ ଚଲାଇଛି କଷ୍ଟମ ବିଭାଗ ।
ଅଧିକ ପଢନ୍ତୁ ଓଡ଼ିଶା ଖବର
ଟ୍ରଙ୍କଟି କାହାର, କେଉଁଠୁ କେଉଁଠୁ ଯାଉଥିଲା ତାର ତଦନ୍ତ ଚାଲିଛି । ଟ୍ରଙ୍କର ମାଲିକ କିଏ ଓ କଣ ପାଇଁ ଏତେ ପରିମାଣର ସୁନା ନେଇ ଯାଉଥିଲେ ତାର ଖିଅ ଖୋଜୁଛି କଷ୍ଟମ ବିଭାଗ । ଗତକାଲି ମଧ୍ୟ ବ୍ୟାଙ୍କକରୁ ସୁନା ଆସୁଥିବା ନେଇ ମିଳିଥିବା ସୂଚନା ମିଳିବା ପରେ ଦୁଇଟି ଘଟଣାରେ ୨ ଜଣଙ୍କୁ ଅଟକ ରଖି ଚାଲିଛି ପଚରାଉଚରା ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
