Videos
|
Odisha

Umerkote Maize Farmers / ଇଥାନଲ୍ ପ୍ଲାଣ୍ଟ ବଦଳାଇଲା ମକା ଚାଷୀଙ୍କ ଭାଗ୍ୟ; ବଜାରରେ ବଢିଲା ଚାହିଦା

Debashree Debasmita Sahoo
Browse all articles by Debashree Debasmita Sahoo
·1 hour ago·2 min read
ଇଥାନଲ୍ ପ୍ଲାଣ୍ଟ ବଦଳାଇଲା ମକା ଚାଷୀଙ୍କ ଭାଗ୍ୟ; ବଜାରରେ ବଢିଲା ଚାହିଦା
Nabarangpur Maize Farmers

Key Points

ବଦଳିଛି ନବରଙ୍ଗପୁର ଜିଲ୍ଲାର ମକାଚାଷୀଙ୍କ ଭାଗ୍ୟ
ବାୟୋଟେକ୍ କମ୍ପାନୀ ଓ ଇଥାନଲ୍ ପ୍ଲାଣ୍ଟ ଦେଉଛନ୍ତି ରୋଜଗାର
ମକାର ଭଲ ଦର ସାଙ୍ଗକୁ ବଜାରରେ ରହିଛି ଅଧିକ ଚାହିଦା
ନବରଙ୍ଗପୁର: ମକା ବିକ୍ରି କରିବା ପାଇଁ ବଜାରରେ ଗ୍ରାହକ ଖୋଜି ଖୋଜି ନୟାନ୍ତ ହେଉଥିଲେ ଚାଷୀ । ଏପରିକି ଗୋଟିଏ କ୍ୱିଣ୍ଟାଲ ମକା ବିକ୍ରି କରିବାକୁ ମଧ୍ୟ କାକୁତି ମିନତି ହେବାକୁ ପଡ଼ୁଥିଲା । ହେଲେ ଆଜି ସମୟ ବଦଳିଛି, ବଦଳିଛି ମକାର ବଜାର ସ୍ଥିତି । ଗତବର୍ଷ ତୁଳନାରେ ଚଳିତ ବର୍ଷ ମକାର ଭଲ ଦର ସାଙ୍ଗକୁ ବଜାରରେ ରହିଛି ଅଧିକ ଚାହିଦା । ପଡ଼ୋଶୀ ଜିଲ୍ଲାର ଇଥାନଲ କମ୍ପାନୀ ସହ ନବରଙ୍ଗପୁର ଜିଲ୍ଲାର ବାୟୋଟେକ୍ କମ୍ପାନୀ ମଧ୍ୟ ମକା କିଣୁଥିବାରୁ ଚାଷୀଙ୍କ ପାଇଁ ଖୋଲିଛି ଭଲ ରୋଜଗାରର ବାଟ ।

  • ମକାଚାଷୀଙ୍କ ପାଖରେ ପହଞ୍ଚୁଛନ୍ତି କମ୍ପାନୀ
ଯେଉଁ ମକା ଚାଷ ଦିନେ ଚାଷୀଙ୍କ ପାଇଁ ଥିଲା ଚିନ୍ତାର କାରଣ ସେହି ମକା ଏବେ ଚାଷୀଙ୍କୁ ଦେଉଛି ଭଲ ରୋଜଗାର । ମକା ବିକ୍ରି ପାଇଁ ଆଉ ମଣ୍ଡିରୁ ମଣ୍ଡିକୁ ବୁଲିବାକୁ ପଡୁନି । ଏବେ କମ୍ପାନୀ ମାନେ ମକା ଚାଷୀଙ୍କ ପାଖରେ ପହଞ୍ଚୁଛନ୍ତି । ନବରଙ୍ଗପୁର ଜିଲ୍ଲାର ଉମରକୋଟ ଓ ରାଇଘର ବ୍ଲକରେ ମକା ଚାଷ ପାଇଁ ରହିଛି ସ୍ବତନ୍ତ୍ର ପରିଚୟ । ଚଳିତ ବର୍ଷ ଉଭୟ ବ୍ଲକ୍‌ରେ ୩୦ ହଜାର ହେକ୍ଟର ଜମିରେ ହୋଇଛି ମକା ଚାଷ ।

ପଡ଼ୋଶୀ କଳାହାଣ୍ଡି ଜିଲ୍ଲାର ଇଥନାଲ କମ୍ପାନୀ ଏବଂ ନବରଙ୍ଗପୁରରେ ଥିବା ବାୟୋଟେକ୍ କମ୍ପାନୀ ଭଲ ଦରରେ ମକା କିଣୁଥିବାରୁ ଚାଷୀଙ୍କୁ ମିଳୁଛି ବିକ୍ରି ପାଇଁ ଭଲ ବଜାର । ଫଳରେ ଚାଷୀଙ୍କ ଆୟରେ ମଧ୍ୟ ଆସିଛି ସୁଧାର । କ୍ବିଣ୍ଟାଲ ପିଛା ୨୯୫୦ ଟଙ୍କା ରହିଛି ମକା ଦର । ୨୦୨୧ ମସିହାରେ ଧର୍ମେନ୍ଦ୍ର ପ୍ରଧାନ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଥିବା ବେଳେ ଉମରକୋଟରେ ଇଥନାଲ ପ୍ଲାଣ୍ଟ କରିବାକୁ ୫୦୦ କୋଟି ଟଙ୍କା ମଞ୍ଜୁର କରିଥିଲେ । କିନ୍ତୁ ପୂର୍ବ ବିଜେଡି ସରକାର ଜମି ଅଧିଗ୍ରହଣରେ ବିଳମ୍ବ କରିବାକୁ ଫେରିଯାଇଥିଲା ଅର୍ଥ ।

  • ମକାରୁ ତିଆରି ହେଉଛି ଇଥାନଲ୍
ଖାସ୍ କରି ଇଥାନଲ ପ୍ରସ୍ତୁତରେ ମକା ପ୍ରମୁଖ କଞ୍ଚାମାଲ୍ ପାଲଟିଛି । ମକାରେ ଥିବା ଉଚ୍ଚମାତ୍ରାର ଷ୍ଟାର୍ଚ୍ଚକୁ ଇଥାନଲରେ ପରିଣତ କରାଯାଇ ପେଟ୍ରୋଲ ସହ ମିଶ୍ରଣ କରାଯାଉଛି । ବରିଷ୍ଠ ବୈଜ୍ଞାନିକ ଡକ୍ଟର ଶଶାଙ୍କ ଲେଙ୍କା କହିଛନ୍ତି, "ଗୋଟିଏ ଟନ୍‌ ମକାରୁ ପ୍ରାୟ ୩୮୦ରୁ ୪୦୦ ଲିଟର ଇଥାନଲ ଉତ୍ପାଦନ ହେଉଛି । ଦେଶରେ ଜୈବ ଇନ୍ଧନ ଆବଶ୍ୟକତାର ଏକ ବଡ଼ ଉତ୍ସ ପାଲିଟିଛି ମକା । କୋଷାଗୁମୁଡାରେ ଥିବା ଵାୟୋଟେକ କମ୍ପାନୀ ଚାଷୀଙ୍କଠାରୁ ମକା ନେଉଛି । ମକାରୁ ଗୋ ଦାନା ଓ କର୍ଣ୍ଣଫ୍ଲେକ୍ସ ଭଳି ଖାଦ୍ୟ ତିଆରି କରାଯାଉଛି । ଏଠାରେ ପ୍ରସ୍ତୁତ ହେଉଥିବା ମକା ଗୁଣ୍ଡ ଇଣ୍ଡୋନେସିଆ ସହ ବିଭିନ୍ନ ITC କମ୍ପାନୀ ଓ ଛୋଟ ଛୋଟ କମ୍ପାନୀକୁ ଯୋଗାଣ କରାଯାଉଛି ।"

Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ପଢନ୍ତୁ ଏହି ଖବର: ଚୁଟିରୁ ତିଆରି ହେବ ଇଥାନଲ୍ ! ଟେକ୍ନୋଫେଷ୍ଟ ଗ୍ଲୋବାଲର ବଡ଼ ଦାବି

ଚାଷୀଙ୍କ ମକାରୁ ଇଥାନଲ ତିଆରି ହେବା ଆଞ୍ଚଳିକ ଚାଷୀଙ୍କ ପାଇଁ ଏକ ଖୁସି ଖବର । ଏହଦ୍ବାରା ଚାଷୀଙ୍କ ଆର୍ଥିକ ସ୍ଥିତି ସୁଦୃଢ ହୋଇପାରୁଛି । ସେଥିପାଇଁ ନବରଙ୍ଗପୁର ଜିଲ୍ଲାରେ ଏକ ଇଥାନଲ ପ୍ଲାଣ୍ଟ ନିର୍ମାଣ କରିବାକୁ ଚାଷୀ ଦାବି କରିଛନ୍ତି ।