Videos
|
Odisha

Odisha News / ସଂସାର ଆରମ୍ଭ ପୂର୍ବରୁ ଲିଭିଗଲା ଜୀବନ ଦୀପ; ୨ ପରିବାରରେ ଶୋକର ଛାୟା

Sushanta Sahoo
Browse all articles by Sushanta Sahoo
·Published on: 28 Nov 2026, 20:29:51 IST·2 min read
ସଂସାର ଆରମ୍ଭ ପୂର୍ବରୁ ଲିଭିଗଲା ଜୀବନ ଦୀପ; ୨ ପରିବାରରେ ଶୋକର ଛାୟା
Two Women Die After Dog Bites

Key Points

ଝିଅର ସବାରି ଉଠିବା ପୂର୍ବରୁ ଘରୁ ଉଠିଲା କୋକେଇ । କୁକୁର ପାଇଁ ଉଜୁଡ଼ିଗଲା ଦୁଇ ଦୁଇଟି ପରିବାର । ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ କୁଟୁବାଇ ଗାଁରୁ ଆସିଛି ଏଭଳି ହୃଦୟ ବିଦାରକ ଘଟଣା ।
ଡାବୁଗାଁ (ନବରଙ୍ଗପୁର): ଲିପା ସରିଥିଲା ଘର, ଚାଲିଥିଲା ଝିଅ ବାହାଘର ପାଇଁ ସଜବାଜ । ଆଉ କେଇଟା ଦିନ ପରେ ବାଜିଥାନ୍ତା ସାହାନାଇ, ହୋଇଥାନ୍ତା ଭୋଜିଭାତ । ଝିଅ ଯାଇଥାନ୍ତା ଶାଶୁଘର । କିନ୍ତୁ ବିଧିର ବିଧାନ ଥିଲା ଭିନ୍ନ । ଝିଅର ସବାରି ଉଠିବା ପୂର୍ବରୁ ଘରୁ ଉଠିଲା କୋକେଇ । କୁକୁର ପାଇଁ ଉଜୁଡ଼ିଗଲା ଦୁଇ ଦୁଇଟି ପରିବାର ।

ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ କୁଟୁବାଇ ଗାଁରୁ ଆସିଛି ଏଭଳି ହୃଦୟ ବିଦାରକ ଘଟଣା । ଗୋଟିଏ ଦିନରେ ବୁଲା କୁକୁର ଆକ୍ରମଣରେ ଗାଁର ୭ ଜଣ ଲହୁଲୁହାଣ ହୋଇଥିଲେ । କୁକୁର କାମୁଡ଼ିବା ପରେ ସମସ୍ତ ୭ ଜଣ କୋଷାଗୁମୁଡ଼ା ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ରକୁ ଯାଇ ଚିକିତ୍ସିତ ହେବା ସହ ଡୋଜ୍ ନେଇଥିଲେ ।

ଏଥିସହ ପଢ଼ନ୍ତୁ: ରାସ୍ତାରେ ବାଇକ୍ ଅଟକାଇ ବାପାମାଆଙ୍କ ଠାରୁ ଝିଅକୁ ଛଡ଼ାଇନେଲେ ଅପହଣକାରୀ 

ହେଲେ ଦୁର୍ଭାଗ୍ୟକୁ ୪ଟି ଡୋଜ ନେବା ପରେ ଦୁଇ ଜଣଙ୍କ ମୃତ୍ୟୁ ହୋଇଛି । ମୃତକଙ୍କ ମଧ୍ୟରେ ଅଛନ୍ତି ବାସନ୍ତୀ ଗୌଡ଼ । ସୂଚନା ଅନୁସାରେ, ଆଉ ଦିନ କେଇଟା ପରେ ବାସନ୍ତୀଙ୍କ ବିବାହ ହୋଇଥାନ୍ତା । କିନ୍ତୁ କୁକୁର କାମୁଡ଼ାରେ ବାସନ୍ତୀ ଆଖି ବୁଜିଛନ୍ତି । ବାସନ୍ତୀଙ୍କ ବିବାହକୁ ନେଇ ପରିବାରରେ ଆନନ୍ଦ ଖେଳି ଯାଇଥିବା ବେଳେ ଏବେ ଅଚାନକ କୁକୁର କାମୁଡ଼ାରେ ମୃତ୍ୟୁ ପରିବାରକୁ ଦୁଃଖରେ ଭାଙ୍ଗି ଦେଇଛି ।

Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ବୁଲା କୁକୁର କାମୁଡ଼ାରେ ସେହି ଗାଁର ବୁଧୁବାରୀ ଗୌଡ଼ ନାମକ ମହିଳା ଆଖି ବୁଜିଛନ୍ତି । ବୁଧୁବାରୀଙ୍କ ଗରିବ ପତି କାର୍ତ୍ତିକ ଗୌଡ଼ ଏବେ ୨ ପିଲା ଛୁଆଙ୍କୁ ଧରି କେମିତି ଚଳିବେ ? ପିଲା ଛୁଆଙ୍କୁ ଜଗିବେ ନା ଅନ୍ୟ ଘରେ ମୂଲ ଲାଗି ପରବାର ଚଳାଇବେ ସେ ଚିନ୍ତାରେ ପଡ଼ିଛନ୍ତି ।

ଭୟରେ କୁଟୁବାଇ ଅଞ୍ଚଳ

କୁକୁର କାମୁଡ଼ାରେ ଦୁଇ ଜଣଙ୍କ ମୃତ୍ୟୁ ଖବର ପ୍ରଚାରିତ ହେବା ପରେ ସମସ୍ତଙ୍କ ମଧ୍ୟରେ କୋକୁଆ ଭୟ ଖେଳି ଯାଇଛି । ଅନ୍ୟ ୫ ଜଣ ମଧ୍ୟ ଦୋ ଛକିରେ ପଡ଼ିଛନ୍ତି । ୪ଟି ଡୋଜ୍ ନେବା ପରେ ଆଉ ୩ଟି ଡୋଜ୍‌କୁ ନେଇ ସେମାନଙ୍କ ଆଖିରେ ମଧ୍ୟ ନିଦ ନାହିଁ । କୁକୁର କାମୁଡ଼ା ଡୋଜ୍ ଏମାନଙ୍କୁ କାମ ଦେଇଛି ନା ନାହିଁ ସେ ନେଇ ମଧ୍ୟ ଦ୍ୱନ୍ଦ୍ୱରେ ପଡ଼ିଛନ୍ତି । ଅଧିକ ଚିକିତ୍ସା ପାଇଁ ମଧ୍ୟ ଡାକ୍ତରୀ ବିଭାଗକୁ ନିବେଦନ କରିଛନ୍ତି ।

ଏଥିସହ ପଢ଼ନ୍ତୁ: ବଢ଼ିବ ଆସନ, ବଦଳିଯିବ ଓଡ଼ିଶାର ରାଜନୈତିକ ମାନଚିତ୍ର; କ’ଣ ହେବ ଓଡ଼ିଶାର ନୂଆ ରୂପ ? 

ରାସ୍ତାଘାଟ ହେଉ କି ଗାଁ ଦାଣ୍ଡ, ସବୁଠି ବୁଲା କୁକୁର ବୁଲୁଥିବା ବେଳେ ଲୋକଙ୍କୁ ଭୟ ଘାରିଛି । କେତେବେଳେ କିଏ କୁକୁରଙ୍କ ଶିକାର ହେବ, ସେହି ଆଶଙ୍କାରେ ଦିନ କାଟୁଛନ୍ତି ଗ୍ରାମବାସୀ । ଗୋଟିଏ ଦିନରେ ଗୋଟିଏ ଗାଁରେ ୭ ଜଣଙ୍କୁ କୁକୁର କାମୁଡ଼ିବା ଘଟଣା ଗାଁ ଲୋକଙ୍କ ଚିନ୍ତାକୁ ଆହୁରି ବଢ଼ାଇ ଦେଇଛି ।

ବର୍ଷକରେ ଜିଲ୍ଲାରେ ୩୫୯୧ କାମୁଡ଼ା ମାମଲା

ନବରଙ୍ଗପୁର ଜିଲ୍ଲାରେ ଚଳିତ ଜାନୁଆରୀ ମାସରୁ ଏବେ ସୁଦ୍ଧା ୩,୫୯୧ କୁକୁର କାମୁଡ଼ାର ଶିକାର ହୋଇଥିବା ବେଳେ ୨ ଜଣଙ୍କର ଜୀବନ ଯାଇଛି ।