Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ଏହି ଯାତ୍ରାକୁ ଦେଖିବା ପାଇଁ ଛତିଶଗଡ, କଳାହାଣ୍ଡି ଓ ନୂଆପଡାରୁ ଆସିଲେ ଭକ୍ତ

Odisha

ଏହି ଯାତ୍ରାକୁ ଦେଖିବା ପାଇଁ ଛତିଶଗଡ, କଳାହାଣ୍ଡି ଓ ନୂଆପଡାରୁ ଆସିଲେ ଭକ୍ତ

Jitendra Dash
Browse all articles by Jitendra Dash
·2 years ago·2 min read
ଏହି ଯାତ୍ରାକୁ ଦେଖିବା ପାଇଁ ଛତିଶଗଡ, କଳାହାଣ୍ଡି ଓ ନୂଆପଡାରୁ ଆସିଲେ ଭକ୍ତ

ଅର୍ଗସ ବ୍ୟୁରୋ : ଆଦିବାସୀଙ୍କ ସଂସ୍କୃତି, ପରମ୍ପରା ଅନନ୍ୟ । ଆଦିବାସୀ ମାନେ ପ୍ରକୃତିର ଉପାସକ ଥିବା ବେଳେ ଶହ ଶହ ବର୍ଷ ଧରି ନିଜର ସଂସ୍କୃତି, ପରମ୍ପରାକୁ ବଜାୟ ରଖିଛନ୍ତି । ଏମିତି ଏକ ଶହ ଶହ ବର୍ଷ ଧରି ବୁଡ଼ାଦେଓଙ୍କୁ ନିଜର ଇଷ୍ଟ ଦେବତା ଭାବେ ମରକାମ ବଂଶୀୟ ଗଣ୍ଡ ମାନେ ପାଳନ କରି ଆସୁଥିବା ବେଳେ ଦୀର୍ଘ ୩୦ ବର୍ଷ ପରେ ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ କୁସୁମୀ ଗାଦି ଠାରେ ବୁଡ଼ା ଦେଓଙ୍କ ଯାତ୍ରା ପାଳିତ ହୋଇଯାଇଛି । ଏହି ବୁଢାଦେଓ ଯାତ୍ରା ୩ ତିନି ଦିନ ଧରି ଚାଲି ଥିଲା ବେଳେ ପ୍ରଥମ ଦିନରେ ବାଞ୍ଜି ଆମ୍ବା ଗ୍ରାମରେ ଥିବା ପିତୃ ପୁରୁଷ ଙ୍କୁ ପୂଜା କରି ବୁଡ଼ାଦେଓଙ୍କ ଯାତ୍ରା ଆରମ୍ଭ ହୋଇଥିଲା । 

ଏହି ଯାତ୍ରାରେ ମୋରକାମ ବଂଶୀୟ ଗଣ୍ଡ ମାନେ ନିଜର ନିଜର ଇଷ୍ଟ ଦେବଙ୍କ ଉଦେଶ୍ୟରେ ୪ ଟି ଅଶ୍ୱ ଉତ୍ସର୍ଗ କରିବା ସହ କୁସୁମି ଗ୍ରାମରେ ପରିକ୍ରମା କରାଇଥିଲେ । ଏକ ବିରାଟ ପଟୁଆରରେ ନିଜର ଦେବା ଦେବୀଙ୍କ ପ୍ରତୀକ ଲାଠି, କୁରଚି ବିମାନ ଧରି ଏକ ବିରାଟ ପଟୁଆରରେ ଯାଇ ବୁଢା ଦେଓଙ୍କ ମନ୍ଦିରରେ ପହଞ୍ଚି ଥିଲେ । ବୁଡ଼ା ଦେଓଙ୍କୁ ରୀତିନୀତି ଅନୁଯାୟୀ ପୂଜା କରାଯାଇଥିଲା ବେଳେ ଭକ୍ତ ମାନେ ନିଆଁରେ ଚାଲିଥିଲେ । ଯାହାକି ଏକ ଆଶର୍ଯ୍ୟ ସହ ବୁଢାଦେ ଙ୍କ ବିଶ୍ୱାସ ବୋଲି କହନ୍ତି । 

ଅଧିକ ପଢନ୍ତୁ ଓଡ଼ିଶା ଖବର

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ତେବେ ଦୀର୍ଘ ୩୦ ବର୍ଷ ପରେ ବୁଡ଼ା ଦେଓଙ୍କ ଏହି ପୂଜା ପାଳିତ ହୋଇଥିବା ଯୋଗୁଁ ବେଶ ଧୁମ ଧାମ ରେ ପାଳନ ହୋଇଛି । ଏହି ଯାତ୍ରାକୁ ଦେଖିବା ପାଇଁ ଛତିଶଗଡ, କଳାହାଣ୍ଡି, ନୂଆପଡା ଆଦି ଅଞ୍ଚଳ ରୁ ମାରଖାମ ବଂଶୀୟ ଗଣ୍ଡ ମାନେ ଯୋଗ ଦେଇଥିବା ବେଳେ ବହୁ ସଂଖ୍ୟକ ଭକ୍ତ ଯୋଗ ଦେଇ ବୁଡ଼ା ଦେଓ ଙ୍କ ଆଶ୍ରିବାଦ କାମନା କରିଛନ୍ତି । ତେବେ ବିଭିନ୍ନ ସ୍ଥାନରେ ବସବାସ କରୁଥିବା ମାରକାମ ପରିବାର ଏହି ବୁଡ଼ାଦେଓ ଯାତ୍ରାରେ କୁସୁମି ଗାଁ ଠାରେ ଏକାଠି ହୋଇ ବେଶ ଖୁସି ଅନୁଭବ କରିଛନ୍ତି ।

Education Next Season 5
Sponsored
Nabarangpur tribal festival | Argus News