Videos
|
Odisha

ବିଜେଡି ଉପରେ ବର୍ଷିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

Jitendra Dash
Browse all articles by Jitendra Dash
·2 years ago·1 min read
ବିଜେଡି ଉପରେ ବର୍ଷିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ଅର୍ଗସ ବ୍ୟୁରୋ : ମଞ୍ଚ ଉପରେ ଭାଷଣ ଦେଉଥିଲେ ନବରଙ୍ଗପୁରରୁ ବିଜେଡି ସାଂସଦ ପ୍ରାର୍ଥୀ ପ୍ରଦୀପ ମାଝୀ । ପାଖରେ ବସିଥିଲେ ବିଜେଡି ନେତା ଭି. କେ ପାଣ୍ଡିଆନ । ଜାତିଗତ ସଂରକ୍ଷଣ ପ୍ରସଙ୍ଗରେ ବିଜେପିକୁ ଟାର୍ଗେଟ୍ କରୁଥିଲେ ପ୍ରଦୀପ । ପ୍ରଦୀପଙ୍କ ଭାଷଣର ଆଧାର ହେଉଛି ତେଲେଙ୍ଗାନା କଂଗ୍ରେସ ପକ୍ଷରୁ ସୋସିଆଲ୍ ମିଡିଆରେ ଭାଇରାଲ୍ କରାଯାଇଥିବା କେନ୍ଦ୍ର ଗୃହମନ୍ତ୍ରୀ ଅମିତ୍ ଶାହଙ୍କ ଏକ ଫେକ୍ ଭିଡିଓ । 

ଯେଉଁ ଫେକ୍ ଭିଡିଓ ନେଇ ପୋଲିସ ନେଉଛି କାର୍ଯ୍ୟାନୁଷ୍ଠାନ ସେହି ଭିଡିଓକୁ ଆଧାର କରି ପାଣ୍ଡିଆନଙ୍କ ସାମ୍ନାରେ ଡାହା ମିଛ କହି କୁତ୍ସାରଟନା କଲେ ନବରଙ୍ଗପୁରର ବିଜେଡି ସାଂସଦ ପ୍ରାର୍ଥୀ ପ୍ରଦୀପ ମାଝୀ । ଆଉ ଅତ୍ୟନ୍ତ ଲଜ୍ଜାଜନକ ଭାବେ ପ୍ରଦୀପଙ୍କ ଭାଷଣକୁ ତାଳି ମାରି ସମର୍ଥନ ଦେଉଥିଲେ ପାଣ୍ଡିଆନ । ଆଉ ଅମିତ୍ ଶାହାଙ୍କ ବିରୋଧରେ ଗଡ଼ ଜିତିବା ଭଳି ଅଭିନୟ କରୁଥିଲେ ଭୈରବ । 

ଅଧିକ ପଢନ୍ତୁ ଓଡ଼ିଶା ଖବର

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ନିର୍ବାଚନ ସମୟରେ ଅପପ୍ରଚାର କରୁଛି ବିଜେଡି । ଏଥିପାଇଁ ନେଉଛି ମିଛର ସାହାରା । ଏ ନେଇ ବିଜେଡି ଉପରେ ବର୍ଷିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । କହିଛନ୍ତି ବାହାରିଆ ନେତା ଗୁମାସ୍ତା ନେତାଙ୍କ କଥାରେ ପଡ଼ି ମିଛ ଭାଷଣ ଦେଉଛନ୍ତି ବିଜେଡି ନେତା । ଆଚରଣ ବିଧି ଉଲ୍ଲଂଘନ ଅଭିଯୋଗରେ ପ୍ରଦୀପ ମାଝୀଙ୍କ ବିରୋଧରେ ତୁରନ୍ତ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି କେନ୍ଦ୍ରମନ୍ତ୍ରୀ । ପ୍ରଦୀପ ମାଝୀଙ୍କ ମିଛ ଭାଷଣ ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛି ରାଜ୍ୟ ବିଜେପି। କାର୍ଯ୍ୟାନୁଷ୍ଠାନ ଦାବିରେ ନିର୍ବାଚନ କମିଶନଙ୍କ ପାଖରେ କରିଛି ଅଭିଯୋଗ। 
 

Nabarangpur's BJD MP candidate Pradeep Majhi has spread lies about the fake video | Argus News